୧୫ ଟି ଗାଁ କୁ ବିଶୋଧନ ଯୋଜନା ; ଟାଟା ଷ୍ଟିଲ ବି ଏସ ଏଲ

ଢେଙ୍କାନାଳ(ଏନଟିପି):

ଟାଟା ଷ୍ଟିଲ ବି ଏସ ଏଲ ପକ୍ଷରୁ ୧୫ ଟି ଗାଁ କୁ ବିଶୋଧନ ଯୋଜନାକରୋନା ସଂକଟ ସମୟରେ ଢେଙ୍କାନାଳ ଜିଲ୍ଲା ନରେନ୍ଦ୍ର ପୁର ର ଟାଟା ଷ୍ଟିଲ ବି ଏସ ଏଲ କମ୍ପାନୀ ର ଚତୁଃପାର୍ଶ୍ଵରେ ଥିବା ସ୍ଥାନୀୟ ଲୋକ ମାନଙ୍କର ସ୍ୱାସ୍ଥ୍ୟ ଓ ନିରାପତ୍ତା ପାଇଁ ଯଥା ସମ୍ଭବ ଉଦ୍ୟମ ଜାରି ରହିଛି।ପ୍ଲାଣ୍ଟ ନିକଟରେ ଥିବା ଗାଁ ଗୁଡିକରେ ନିୟମିତ ଭାବେ ସଚେତନତା ଓ ବିଶୋଧ ଜାରି ରହିଛି। ବର୍ତମାନ ପର୍ଯ୍ୟନ୍ତ ନରେନ୍ଦ୍ରପୁର, ସରପା,ଗାଣ୍ଠିଗଡ଼ିଆ,ନୂଆଗାଁ,କୁରୁଣ୍ଟି, କାନ୍ତବଣିଆ ଗାଁ ଓ ବଜାରରେ ବିଶୋଧନୀ ପ୍ରକ୍ରିୟା ଶେଷ ହୋଇଛିମ ସେହିପରି ଶିବପୁର,କୁଶପଙ୍ଗା, ମଙ୍ଗଳପୁର ,ନୂଆହାଟ, ପୁରୁଣାପାଣି,କୋଟ,ନୂଆଗାଁ ପଂଚାୟତରେ ବିଭିନ୍ନ ଗାଁ କୁ ମିଶାଇ ମୋଟ ୧୫ ଟି ଗାଁରେ ବିଶୋଧନ କରାଜିବ।ମିଷ୍ଟ କ୍ୟାନନ ଦ୍ୱାରା ଭୁତାଣୁ ବିସ୍ତାରକ ନାଶ କରିବା ପାଇଁ ବିଶୋଧକ ସିଞ୍ଚନ କରାଯାଉଛି।ସ୍ଥାନୀୟ ଲୋକମାନଙ୍କର ଆତ୍ମବିଶ୍ବାସ ବଢାଇବା ଓ ସଚେତନ କରିବା ପାଇଁ ପୋଷ୍ଟର,ଲିଫ୍ଲେତ,ପାମ୍ପ୍ଲେଟ,ବ୍ୟାନର ଓ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସ୍ଥାନୀୟ ଜନ ସାଧାରଣ ଙ୍କ ମଧ୍ୟରେ Covid19 ସମ୍ପର୍କରେ ସଚେତନତା ବାର୍ତା ପହଂଚାଯାଉଛି।
ପ୍ଲାଣ୍ଟ ପାଖାପାଖି ୬ ଟି ପଂଚାୟତରେ ୨୫ ହଜାର ରୁ ଉର୍ଦ୍ବ ଲୋକଙ୍କ ପାଖରେ ବାର୍ତା ପହଞ୍ଚାଇବା ପାଇଁ କମ୍ପାନୀ ପକ୍ଷରୁ ପ୍ରୟାସ କରାଯାଉଛି।ଏହା ବ୍ୟତୀତ କମ୍ପାନ କର୍ମଚାରୀ ଓ ସେମାନଙ୍କ ପରିବାର ର ସଦସ୍ୟ ମାନେ ବିପଦ ସମୟରେ ସମାଜକୁ ସାହାଯ୍ୟ, ସମର୍ଥନ କରିବାକୁ ସ୍ବେତ୍ସାସେବୀ ଭାବେ ଆଗେଇ ଆସିଛନ୍ତି ।କମ୍ପାନୀ ର ହାଉସିଂ କଲୋନୀ ,ମହିଳା କ୍ଲବର ସଦସ୍ୟ ,ଅଫିସର୍ସ ,କ୍ଲବର ସଦସ୍ୟ ମାନେ ପ୍ଲାଣ୍ଟ ପାଖ ବସ୍ତିରେ ରହୁଥିବା ୨୫୦ ରୁ ଅଧିକ ମୁଖ୍ୟତଃ ଆଦିବାସୀ ଶ୍ରମିକଙ୍କ ପାଇଁ ପରିବାରକୁ ୭ ଦିନର ଖାଦ୍ୟ ସାମଗ୍ରୀ ସହ ୪ ଶହ ମାସ୍କ ବଣ୍ଟନ କରାଯାଇଛି।ଲକ ଡାଉନ ଅବଧି ସରିବା ପର୍ଯ୍ୟନ୍ତ ଏହି ସହଯୋଗ ଜାରି ରହିବ।କମ୍ପାନୀର ସୁରକ୍ଷା କର୍ମୀ ମାନେ ନୂଆହାଟ ପଂଚାୟତରେ ବସ୍ତି ଅଂଚଳରେ ଅସୁବିଧାରେ ରହୁଥିବା ୧୧୪ ଜଣ ପରିବାର କୁ ମଧ୍ୟ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି।ଏହା ସହିତ ପ୍ଲାଣ୍ଟ ପରିସର ପାଖରେ ଅସହାୟ ଅବସ୍ଥାରେ ଥିବା କିଛି ସ୍ଥାନୀୟ ଲୋକଙ୍କୁ ମଧ୍ୟ ଅତିରିକ୍ତ ଖାଦ୍ୟ ପ୍ୟାକେଟ ମଧ୍ୟ ବଣ୍ଟନ କରାଯାଇଛି
୧000ରୁ ଅଧିକ ମାସ୍କ ଓ ଡାକ୍ତର ମାନଙ୍କ ପାଇଁ ବ୍ୟକ୍ତିଗତ ସୁରକ୍ଷା ପୋଷାକ ସେଟ ଓ ସାନିଟାଇଜର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କାର୍ଯ୍ୟାଳୟକୁ ପ୍ରଦାନ କରାଯାଇଛି।ବର୍ତମାନ ଆହୁରି ୩୦୦୦୦ ମାସ୍କ ତିଆରି କରିବା ପାଇଁ ଯୋଜନା କରାଯାଇଥିବା ବେଳେ ଟାଟା ଷ୍ଟିଲ ବିଏସ ଏଲ CSR ଟିମ ପକ୍ଷରୁ ମାସ୍କ ତିଆରି ପାଇଁ କପଡା ଆଦି ସାମଗ୍ରୀ ସହାୟତା ପ୍ରଦାନ କରାଯାଉଛି।କମ୍ପାନୀ CSR ଟିମ୍ ର NGO ପାର୍ଟନର ASPIRE ସଦସ୍ୟ ମାନେ ବିଶେଷ କରି ସ୍ଥାନୀୟ ଅଞ୍ଚଳର କମ୍ୟୁନିଟି କିଚେନ ଓ ଗ୍ରାମ ପଞ୍ଚାୟତ ରେ ଖାଦ୍ୟ ବଣ୍ଟନ ପ୍ରକ୍ରିୟାରେ ସହଯୋଗ କରି ଆସୁଛନ୍ତି।

Follow by Email
WhatsApp