ଓଜନ କମ କରିବାକୁ ଚାହୁଁଛନ୍ତିକି; ଆପଣାନ୍ତୁ ଏ ସବୁ ଉପାୟ.…ପଢନ୍ତୁ ଆମର ବିଶେଷ ରିପୋର୍ଟ

NTP:(HEALTH)

କିଏ ବା ନ ଚାହେଁ ମୁ ଟିକେ ଭଲ ଦେଖାଯାଏ।ମେଦ ବହୁଳତା ହେଉ କି ଅନ୍ୟ କିଛି ଖାଦ୍ୟ ସାମଗ୍ରୀ ନେବା ଯୋଗୁଁ ମୋଟାପା ବଢିବା ସହ ପେଟ ବଢି ଅସୁନ୍ଦର ଦେଖାଯାନ୍ତି।ସମସ୍ତେ ଚାହାଁନ୍ତି ଓଜନ କମାଇବା ପାଇଁ।କେହି କେହି ଡାକ୍ତରଙ୍କ ପରାମର୍ଶ ମଧ୍ୟ ନିଅନ୍ତି କିନ୍ତୁ ଘରୋଇ ଉପାୟରେ କେମିତି କମିବ ଓଜନ ପଢନ୍ତୁ ପୁରା ରିପୋର୍ଟ…..

ନିଜର ଓଜନ କମ୍‌ କରିବାକୁ ଚାହାଁନ୍ତି ତ , ଖାଦ୍ୟରେ ଏସବୁ ସାମଗ୍ରୀକୁ ପ୍ରାଧାନ୍ୟ ଦିଅନ୍ତୁ। ଜାଣନ୍ତୁ ତାହା କିପରି ଆପଣଙ୍କପାଇଁ ସହାୟକ ହେବ।

ଷ୍ଟ୍ର ବେରି: ଷ୍ଟ୍ର ବେରିରେ  ପ୍ରଚୁର ମାତ୍ରାରେ  ଆଣ୍ଟି  ଅକ୍ସିଡେଣ୍ଟର  ଓ  ଆନ୍ଥୋ ସାଇନିନ୍‌  ଥାଏ ,ଯାହା  ଶରୀରର  ଚର୍ବିକୁ  କମ୍‌  କରିଥାଏ ।

ଜୁଆଣି   ପତ୍ର:  ଆପଣ  ଖାଦ୍ୟରେ  ଜୁଆଣି  ପାତ୍ରକୁ  ସାମିଲ୍‌  କରିଲେ ବି   ଓଜନ ହ୍ରାସ  ହେବ ।    ଏହାକୁ ଆପଣ  ସାଲାଡ଼  ଶୈଳୀରେ ବି ଖାଇ  ପାରିବେ ।  ଏହା ପାଚନ ଶକ୍ତି  ବୃଦ୍ଧି  କରିବା    ସଙ୍ଗେ ସଙ୍ଗେ    ଶରୀରର  ଓଜନ କମ୍‌   କରିଥାଏ ।

କାକୁଡ଼ି:    ଆମେ କାକୁଡ଼ି   ଖାଇବାକୁ   ବେଶି  ପସନ୍ଦ  କରିଥାଉ ।   କାକୁଡିରେ  ୯୬  ପ୍ରତିଶତ   ଜଳ ଓ  ଫାଇବର୍‌  ଥାଏ । ଯାହା   ଆମର  ପାଚନ କ୍ରିୟାକୁ   ମଜଭୁତ   କରିଥାଏ ।   ଏହାକୁ  ଖାଇଲେ  ଆମର   ତ୍ୱଚା   ବି ପରିଷ୍କାର   ହୋଇତାଏ ।  ଏହାକୁ  ଆପଣ ସାଲାଡୋ  ସାମିଲ  ବି କରିପାରନ୍ତି ।  ଏହାଦ୍ୱାରା   ଶରୀରର  ଓଜନ  କମିଯିବ ।

ଟମାଟୋ:  ଟମାଟୋ ରେ  ଆଣ୍ଟି- ଇଂପ୍ଲିମେଣ୍ଟାରି  ଗୁଣ,  ଆଣ୍ଟି ଆକ୍ସିଡେଣ୍ଟ୍‌  ଭିଟା-କେରୋଟିନ୍‌  ,   ଲାଇକୋପିନ୍‌  ଓ  ଭିଟାମିନ୍‌ -ଇ  ଆଦି ଥାଏ ।  ଏହାକୁ ସେବନ  କରିଲେ  କେତେକ   ରୋଗ ଦୂର  ହୋଇଥାଏ ।  ଖାଲି  ସେତିକି   ନୁହେଁ   ନିୟମିତ    ଟମାଟୋ  ସାଲାଡ଼  ରୂପେ ସେବନ  କଲେ ନିଜର   ଓଜନ  ହ୍ରାସ  ପାଇଥାଏ ।

Follow by Email
WhatsApp