ଶରୀରକୁ କେମିତି ରଖିବେ ଫିଟ,ଚିନ୍ତା ନାହିଁ ଆପଣାନ୍ତୁ ଆମ TIPS,,

NTP(HEALTH TIPS):

👉୧. ଭାତରେ ସବୁଠୁ ଅଧିକ କ୍ୟାଲୋରୀ ଥାଏ। ଏକ ମୁଠା ରନ୍ଧା ଭାତରେ ୧୦ ଚାମଚ ଚିନି ସହ ସମାନ କ୍ୟାଲୋରୀ ଥାଏ। ସେଥିପାଇଁ ଡାଇବେଟିସ୍‌ ରେଗୀଙ୍କୁ ଭାତ ଖାଇବାକୁ ମନା କରାଯାଏ।
👉୨. ରନ୍ଧା ହୋଇଥିବା ଭାତରେ ପ୍ରଚୁର ପରିମାଣର କାର୍ବୋ ହାଇଡ୍ରେଟ୍‌ ରହିଥାଏ। ଏହି କାର୍ବୋହାଇଡ୍ରେଟ୍‌ ଶରୀରର ଓଜନ ବୃଦ୍ଧିରେ ସାହାଯ୍ୟ କରେ। ତେଣୁ ଯଦି ଆପଣ ଓଜନ କମାଇବାକୁ ଚାହୁଁଛନ୍ତି, ତେବେ ଯେତେ କମ୍‌ ଭାତ ଖାଇବେ ତାହା ଆପଣଙ୍କ ପାଇଁ ବହୁତ ଭଲ।
👉୩. ଭାତରେ ପ୍ରଚୁର ମାତ୍ରାରେ ଷ୍ଟର୍ଚ ରହିଥାଏ। ଏହା ଶୀଘ୍ର ଖାଦ୍ୟକୁ ପାଚନ କରିଥାଏ। ଫଳରେ ଆମକୁ ବାରମ୍ବାର ଭୋକ ଲାଗେ। ଫଳରେ ଅଧିକ ଖାଇ ଆମେ ମେଦବହୁଳତାକୁ ନିମନ୍ତ୍ରଣ କରିଥାଉ।
👉୪. ଭାତରେ କ୍ୟାଲସିୟମ୍‌ର ମାତ୍ରା ଖୁବ୍‌ କମ୍ ବା ଆଦୌ ନଥାଏ କହିଲେ ଚଳିବ।। କ୍ୟାଲସିୟମ୍ ହାଡ଼କୁ ମଜବୁତ କରୁଥିବାରୁ ଯେତେ ଭାତ ଖାଇଲେ ମଧ୍ୟ ଶରୀର ପାଇଁ ବିଶେଷ କିଛି ଲାଭ ହୋଇ ନ ଥାଏ।
👉୫. ଭାତର କିଛି ସ୍ଵାଦ ନ ଥିବାରୁ ଲୋକମାନେ ଏହା ସହ ଲୁଣିଆ ଜିନିଷ ଖାଇବା ପାଇଁ ଅଧିକ ପସନ୍ଦ କରନ୍ତି। ଅଧିକ ଲୁଣିଆ ଜିନିଷ ଏବଂ ଭାତ ଏକାଠି ଖାଇବା ଶରୀର ପାଇଁ ହାନିକାରକ ଅଟେ।
👉୬. ବଜାରରେ ମିଳୁଥିବା ସଫା ବା ପଲିସ୍‌ ଚାଉଳ ଶରୀର ପାଇଁ ହାନିକାରକ। ତେଣୁ ଯଦି ଭାତ ଖାଇବାକୁ ଭଲ ଲାଗୁଛି, ତେବେ ବ୍ରାଉନ୍‌ ରାଇସ୍‌ ଖାଆନ୍ତୁ, ଏହା ଆପଣଙ୍କୁ ଫିଟ୍‌ ରଖିବ।

Follow by Email
WhatsApp