ଅସହାୟ ଲୋକଙ୍କ ସହାୟ ହେଲା ଅନୁଗୋଳ ବିଜୁ ଯୁବ ଜନତା ଦଳ Posted on 03/05/202003/05/2020 by NTP Bureau Report ଅନୁଗୋଳ(ଏନଟିପି): କରୋନାକୁ ନେଇ ସାରା ବିଶ୍ୱରେ ଏବେ ଦେଖା ଦେଇଛି ସଙ୍କଟ ଏଭଳି ପରିସ୍ଥିତିରେ ଜୀବନ ଜୀବିକା ହରାଇ ଅସହାୟ ଲୋକ ପିଲା ମାନଙ୍କୁ ସହାୟତାର ହାତ ବଢ଼ିଛି ବିଜୁ ଯୁବ ଜନତା ଦଳ। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ, ଲକ ଡାଉନ ପାଇଁ ଜୀବିକା ହରାଇଥିବା ଅସହାୟ ଲୋକ ଓ ପିଲାମାନଙ୍କୁ ଅନୁଗୋଳ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦିନେଶ ପ୍ରଧାନଙ୍କ ନେତୃତ୍ତ୍ବରେ ଯୁବ ବିଜେଡି ଦ୍ବାରା ଅନୁଗୋଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅନୁଗୋଳ ମ୍ୟୁନିସିପାଲିଟି ଓ ବ୍ଲକର ବିଭିନ୍ନ ଜାଗାରେ ୧୪ଦିନ ବ୍ୟାପୀ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। ଦିନେଶ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଗୋଳ ବ୍ଲକ ଅନ୍ତର୍ଗତ ବେଡା ଶାସନ ପଂଚାୟତର ହମାମିରା ଗ୍ରାମର ହରିଜନ ଓ ଆଦିବାସୀ ସାହିରେ ଯୁବ ବିଜେଡି ତରଫରୁ ୧୫୦ ରୁ ଉର୍ଦ୍ଧ୍ବ ଜନସାଧାରଣ ଓ ପିଲାମାନଙ୍କୁ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି। ତତସହିତ ତଳଗଡ ପଂଚାୟତର କନ୍ଥମେଘ ଗ୍ରାମର ବିଭିନ୍ନ ସାହିରେ ଯୁବ ବିଜେଡି ତରଫରୁ ୧୫୦ରୁ ଉର୍ଦ୍ଧ୍ବ ଜନସାଧାରଣ ଓ ପିଲାମାନଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି। ମାନ୍ୟବର ଢେଙ୍କାନାଳ ଲୋକସଭା କ୍ଷେତ୍ର ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଗ୍ରାମବାସୀ ମାନଙ୍କୁ କରୋନା ମହାମାରୀ ମୁକାବିଲା ପାଇଁ ସଚେତନ କରାଇବା ସହିତ ମାସ୍କ ବଣ୍ଟନ କରିଥିଲେ। ହମାମିରା ଗ୍ରାମର ୨ ବରିଷ୍ଠ ବିଜେଡ଼ି କର୍ମୀ ଛକୁଡି ଦେହୁରୀ ଓ ଦେବରାଜ ସାହୁଙ୍କ ଘରକୁ ଯାଇ ଭଲ ମନ୍ଦ ପଚାରି ବୁଝିଥିଲେ। ଯୁବ ବିଜେଡି ଓ ବିଜୁ ଯୁବ ବାହିନୀ ସଦସ୍ୟ ମାନଙ୍କ ଦ୍ବାରା ସାମାଜିକ ଦୂରତା ପାଳନ କରାଯିବା ସହିତ ଗ୍ରାମବାସୀ ମାନଙ୍କୁ ଉଭୟ ରନ୍ଧା ଓ ଶୁଖିଲା ଖାଦ୍ୟ , ମାସ୍କ ବଣ୍ଟନ କରାଯାଇଥିଲା। ଅନୁଗୋଳ ବ୍ଲକ ଉପାଧ୍ୟକ୍ଷ ମମତା ପ୍ରଧାନ, ଯୁବ ବିଜେଡି ଜିଲ୍ଲା ସମ୍ପାଦକ ସୁଧୀର କୁମାର ନାଏକ, ସମିତି ସଭ୍ୟା ଜ୍ୟୋଷ୍ନାମୟୀ ନାହାକ, ନାଏବ ସରପଞ୍ଚ ଭାରତୀ ସାହୁ, ବିଜୁ ଯୁବ ବାହିନୀ ସଭାପତି ଗଣେଶ୍ୱର ସାହୁ , ସମାଜସେବୀ ପ୍ରତାପ ମହାପାତ୍ର, ରାହୁଲ ଅନୁରାଗ, ସୁସିତ ସାହୁ, ମନୋଜ ଗଡ଼ନାୟକ, ମୃତ୍ୟୁଞ୍ଜୟ ସାହୁ, ପ୍ରଦ୍ୟୁମ୍ନ ପ୍ରଧାନ, ଆଦିତ୍ୟ ମିଶ୍ର, ଅନ୍ତର୍ଯାମୀ ପ୍ରଧାନ ଓ ବିଜୁ ଯୁବ ବାହିନୀ ସଦସ୍ୟ ମାନଙ୍କ ସହଯୋଗ କ୍ରମେ ଏହି କାର୍ଯ୍ୟକ୍ରମ ସଂପାଦନ ହୋଇଥିଲା। Share on FacebookTweetFollow usSave Post Views: 234
Odisha ବାଧକ ସାଜିଛି କରୋନା: ବିକ୍ରି ହେଉନି ଖଲି, ଚିନ୍ତାରେ ପରିବାର NTP Bureau Report 18/04/2020 0 କନ୍ଧମାଳ,୧୮/୪.(ଏନଟିପି) :କରୋନା ମୁକାବିଲା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏହାକୁ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଅଞ୍ଚଳବାସୀ ପାଳନ କରିବା ସହ ପ୍ରଶାସନର […]
Odisha ସ୍ୱତନ୍ତ୍ର ବିମାନ ଯୋଗେ ସାଉଦି ଆରବ ରୁ ଓଡିଶା ଆସିଲେ ପ୍ରବାସୀ ଓଡ଼ିଆ NTP Bureau Report 30/07/2020 0 ଭୁବନେଶ୍ୱର(ଏନଟିପି): ସାଉଦି ଆର ବ ରୁ ସ୍ୱତନ୍ତ୍ର ବିମାନ ଯୋଗେ ଓଡିଶା ଆସିଲେ ପ୍ରବାସୀ ଓଡିଆ। ପ୍ରାଚ୍ୟର ସମୃଦ୍ଧିଶାଳୀ ଦେଶ ସୁଦୂର ସାଉଦି ଆରବସ୍ଥିତ ଦମାମ ବିମାନ ବନ୍ଦରରୁ ଓଡିଶାର ରାଜଧାନୀ ଭୁବନେଶ୍ୱର କୁ […]
Odisha Idol falling from Jagannath Temple: Servitors is serious NTP Bureau Report 28/03/2021 0 PURI(News Time Pro): A devotee has fallen seriously after a statue of Hiranyakasyap fell from a Puri shrine. Kunu Mohapatra, a critical care worker, has […]