ଭାରତକୁ ଫ୍ରାନ୍ସର ସମର୍ଥନ , ଜୈସ ଆତଙ୍କୀ ମାସୁଦ ଉପରେ ଲାଗିବ ପ୍ରତିବନ୍ଧକ Posted on 20/02/201920/02/2019 by NTP Bureau Report ଏନଟିପି (ବ୍ୟୁରୋ): ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପରେ କୁଟନୈତିକ ସ୍ତରରେ ଭାରତକୁ ବଡ଼ ସମର୍ଥନ ମିଳିଛି। ଜୈସ୍-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ ମୁଖ୍ୟ ମାସୁଦ ଆଝାର ଉପରେ ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବାକୁ ଜାତିସଂଘରେ ପ୍ରସ୍ତାବ ଆଣିବ ଫ୍ରାନ୍ସ । ପୁଲଓ୍ଵାମା ହମ୍ଲା ପାଇଁ ନିଜକୁ ଦାୟୀ କରିଥିଲା ଜୈସ-ଏ-ମହମ୍ମଦ । ମିଳିଥିବା ସୂଚନା ଅନୁସାରେ ଆସନ୍ତା ଦିନେ ଦୁଇ ଦିନ ଭିତରେ ଏସମ୍ପର୍କିତ ପ୍ରସ୍ତାବ ଉପସ୍ଥାପନ କରିବ ଫ୍ରାନ୍ସ ବୋଲି ଜଣାପଡିଛି । ଯେଉଁଥିରେ ମାସୁଦ ଆଝାରକୁ ଆତଙ୍କବାଦୀ ତାଲିକାଭୁକ୍ତ କରିବାକୁ ଦାବି କରାଯିବ । ଦ୍ୱିତୀୟ ଥର ପାଇଁ ଜୈସ୍-ଏ-ମହମ୍ମଦ ବିରୋଧରେ ଏଭଳି ପ୍ରସ୍ତାବ ଆସିବ । ୨୦୧୭ରେ ଆମେରିକା ବିଟ୍ରେନ୍ ସମର୍ଥନରେ ଜାତିସଂଘର ସେକ୍ସନ କମିଟି ୧୨୬୭ ଅନୁସାରେ ପାକିସ୍ତାନୀ ଆତଙ୍କୀ ସଂଗଠନ ଉପରେ ପ୍ରତିବନ୍ଧ ଲଗାଇବାକୁ ଦାବି ଉଠାଇଥିଲା । ସେହି ପ୍ରସ୍ତାବ ଉପରେ ରୋକ ଲଗାଇଥିଲା ଚୀନ । ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ ଏକଘରିଆ କରିବାକୁ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ମୋଷ୍ଟ ଫେଭର୍ଡ ନେସନ୍ ମାନ୍ୟତା ପ୍ରତ୍ୟାହାର ସହ ସାମୀ ଶୁଳ୍କ ଦୁଇ ଶହ ଟଙ୍କାକୁ ବୃଦ୍ଧି କରାଯାଇଛି । ୨୫ରୁ ଅଧିକ ରାଷ୍ଟ୍ର ସହ ଆଲୋଚନା ବି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ସେପଟେ ଏହି ହମଲା ପଛରେ ପାକିସ୍ତାନ ର ହାତ ନଥିବା କଥା କହୁଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ।ଆଲୋଚନା ମାଧ୍ୟମରେ ସମାଧାନ କରିବା କଥା ମଧ୍ୟ କହିଛନ୍ତି ଇମ୍ରାନ। Share on FacebookTweetFollow usSave Post Views: 183
Odisha ନଭେମ୍ବର ୧୩ ରୁ ଆରମ୍ଭ ହେବ ରାଜ୍ୟ ବିଧାନସଭା ଅଧିବେଶନ NTP Bureau Report 24/10/2019 0 ଭୁବନେଶ୍ୱର(ଏନଟିପି): ଚଳିତ ବର୍ଷ ନଭେମ୍ବର ୧୩ ତାରିଖରୁ ରାଜ୍ୟ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନ ଡିସେମ୍ବର ୧୯ ତାରିଖ ଯାଏ ଚାଲିବ। ଏଥିରେ ମୋଟ ୩୦ କାର୍ଯ୍ୟଦିବସ ରହିବ । […]
Business NATIONAL Odisha National Science Day Celebrated at KIIT with Telescope Donation and Inspirational Messages NTP Bureau Report 02/03/2025 0 Bhubaneswar: KIIT-DU marked National Science Day on Friday with the donation of a telescope by renowned astrophysicist Dr. Ashwin Sekhar to KISS students. Addressing the […]
Odisha JSPL starts observation of National Fire Service Week NTP Bureau Report 16/04/2019 0 ANGUL(NEWS TIME PRO) : Jindal Steel and Power Ltd (JSPL) started observation of National Fire Service Week at its Angul Steel Plant on April 14, […]