ଅକ୍ଷିମୁଠି ଅନୁକୂଳ କଲେ ପାଲଲହଡ଼ା ବିଧାୟକ ମୁକେଶ ପାଳ

ପାଲଲହଡା(ଏନଟିପି):

ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ । ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ପାଳନ କରାଯାଏ । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି । କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି (ଅକ୍ଷୟମୁଠି) ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଏ । ଶୁଭଦିନ ଭାବେ ମନେକରି ଏହିଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ଅନୁଷ୍ଠିତ ହୁଏ । ଚାଷୀ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ ।
ପାଳଲହଡା ନିର୍ବାଚନ ମଣ୍ଡଳୀର ନମପଶି ଗ୍ରାମପଞ୍ଚାୟତ ଠାରେ ଅକ୍ଷୟ ତୃତୀୟା ଅବସରରେ ଅଖି ମୂଠି ଅନୁକୂଳ କରିଛନ୍ତି ପାଳଲହଡା ବିଧାୟକ  ମୁକେଶ କୁମାର ପାଳ ।ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ମା କୁଣ୍ଢେଇବିରାଙ୍କ କୃପାରୁ ଚାଷୀ ଭାଇଙ୍କ ଅଖିମୁଠି ଶୁଭଙ୍କର ହେବା ନିମନ୍ତେ ଆର୍ଶୀବାଦ ଲୋଡ଼ିବା ସହିତ ମା ଲକ୍ଷ୍ମୀ ଆପଣ ସମସ୍ତ ଙ୍କ ଜୀବନରେ ଅସରନ୍ତି ସୁଖ ,ସମ୍ବାବନା, ବୈଭବ ଓ ସମୃଦ୍ଧି ଭରି ଦିଅନ୍ତୁ ଯାହା ସାରା ଜୀବନ ଅକ୍ଷୟ  ରହୁ ବୋଲି ବିଧାୟକ ମତବ୍ୟକ୍ତ କରିଛନ୍ତି।ବିଧାୟକ ମଧ୍ୟ ବିଲରେ ଧନ ବୁଣି ହଳ କରିଥିଲେ।
Follow by Email
WhatsApp