ଚକୁଳିଆ ପଣ୍ଡା ଗୀତ ଗାଇ କଲେ ସଚେତନ Posted on 27/04/202027/04/2020 by NTP Bureau Report ଢେଙ୍କାନାଳ(ଏନଟିପି): ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବଳଦିଆବନ୍ଧ ପଞ୍ଚାୟତରେ ସୃଷ୍ଟିତା ସମାଜ ସେବା ସଙ୍ଗଠନ ପକ୍ଷରୁ ଏକ ଅଭିନବ ପ୍ରୟାସ କରାଯାଇଛି । ଗ୍ରାମ ପଞ୍ଚାୟତରେ ଥିବା ବିଭିନ୍ନ ଗ୍ରାମ ଓ ସାହିରେ ଚକୁଳିଆ ପଣ୍ଡା ହୋଇ ଗୀତ ଗାଇ ଲୋକ ମାନଙ୍କୁ ସଚେତନ କରିବା ସହିତ ସୃଷ୍ଟିତା ସମାଜ ସେବା ସଙ୍ଗଠନ ପକ୍ଷରୁ ଚୁଡା , ବିସ୍କୁଟ , ମାସ୍କ ,ସାବୁନ ଇତ୍ୟାଦି ଗରିବ ଲୋକ ମାନଙ୍କୁ ବଣ୍ଟନ କରାଯାଇଛି । ତେବେ ଏହି ସଚେତନ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଶଙ୍କର୍ଷଣ ଜେନା ଲୋକ ମାନଙ୍କୁ ଏହି ମହାମରୀରୁ କିଭଳି ରକ୍ଷା ପାଇବେ ସେ ନେଇ ସଚେତନ କରିଥିବା ବେଳେ ଯୁବ ସାମ୍ବାଦିକ ତଥା ସମାଜସେବୀ ବିଜ୍ଞାନ ମହାନ୍ତି ଚକୁଳିଆ ପଣ୍ଡା ହୋଇ ଘର ଘର ବୁଲି ସଚେତନ କରିଥିଲେ, ଏହି ସଚେତନତା କାର୍ଯ୍ୟକ୍ରମରେ ବଡ଼ଜେନା ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଡ଼ା. ଦେବୀ ପ୍ରସାଦ ମିଶ୍ର ଓ ଗୁରୁଦେବଜୀ ମିଶନ ସୁରକ୍ଷାର ପ୍ରତିଷ୍ଠାତା ଇଂ ସୌମ୍ୟବ୍ରତ ସାହୁ ଯୋଗ ଦେଇ କିଭଳି ସାବୁନରେ ବାରମ୍ବାର ହାତ ଧୋଇବେ ଓ ସାମାଜିକ ଦୂରତ୍ୱର ଗୁରୁତ୍ୱ ଉପରେ ଲୋକ ମାନଙ୍କୁ କହିବା ସହ ସଚେତନ କରିଥିଲେ। Share on FacebookTweetFollow usSave Post Views: 270
Odisha *ଚକ୍ଷୁ ନର୍ସିଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରୁଛି ଟାଟା ଷ୍ଟିଲ ଫାଉଣ୍ଡେସନ* NTP Bureau Report 10/10/2024 0 ଭୁବନେଶ୍ୱର (10/10/2024) କଳିଙ୍ଗନଗର ଦାନଗଦୀ ଓ ସୁକିନ୍ଦ ଅଞ୍ଚଳର ଅବହେଳିତ ସମ୍ପ୍ରଦାୟର ଯୁବତୀମାନଙ୍କୁ ସଶକ୍ତ କରିବା ପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସଏଫ) ଏବଂ ଏଲଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ (ଏଲଭିପିଇଆଇ) ପକ୍ଷରୁ ମିଳିତଭାବେ […]
Odisha Political Tadka କଂଗ୍ରେସର ୫୪ ଜଣିଆ ପ୍ରାର୍ଥୀ ତାଲିକା, କିଏ କିଏ କରିବେ ପ୍ରତିଦ୍ବନ୍ଦିତା ଆସନ୍ତୁ ଜାଣିବା NTP Bureau Report 23/03/2019 0 ଭୁବନେଶ୍ୱର : ବିଳମ୍ବିତ ରାତିରେ ପ୍ରକାଶ ପାଇଲା କଂଗ୍ରେସ ର ପ୍ରାର୍ଥୀ ତାଲିକା।୨ଟି ଲୋକସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ବଲାଙ୍ଗୀର ଲୋକସଭା ଆସନ ପାଇଁ ସମରେନ୍ଦ୍ର ମିଶ୍ର ଓ […]
Odisha ପୁରୀକୁ କରାଯିବ ବିଶ୍ୱସ୍ତରୀୟ ଐତିହ୍ୟ ସହର NTP Bureau Report 21/10/2019 0 ପୁରୀ(ଏନଟିପି): ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର କରାଯିବ । ଆଗାମୀ ୩ ବର୍ଷରେ ୩୨୦୮ କୋଟି ଟଙ୍କା ଖର୍ଚ୍ଚ ହେବ । ହେରିଟେଜ ସିକ୍ୟୁରିଟି ଜୋନ, ଶ୍ରୀସେତୁ ପ୍ରକଳ୍ପ, ବ୍ୟକ୍ତିଗତ କ୍ଷତିପୂରଣ ବାବଦ ପ୍ରକଳ୍ପ, […]