ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଉପବାଚସ୍ପତି ୧ଲକ୍ଷ୫ ହଜାର ଟଙ୍କା ପ୍ରଦାନ

ଭୁବନେଶ୍ୱର(ଏନଟିପି):

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଉପବାଚସ୍ପତି ୧ଲକ୍ଷ୫ ହଜାର ଟଙ୍କା ଦେଲେ।କରୋନା ମହମାରୀର ମୁକାବିଲା ନିମନ୍ତେ ଅନୁଗୋଳ ବିଧାୟକ ତଥା ଓଡିଶା ବିଧାନସଭାର ଉପବାଚସ୍ପତି ରଜନୀ କାନ୍ତ ସିଂ ବିଧାନସଭାର ସଚିବଙ୍କ ମାଧ୍ୟମରେ ୧ଲକ୍ଷ ୫ ହଜାର ଟଙ୍କାର ଚେକ ପ୍ରଦାନ କରିଛନ୍ତି।ରାଜ୍ୟରେ କରୋନା ମହାମାରୀ ବିରୁଦ୍ଧରେ ଜାରି ରହିଥିବା ସଂଗ୍ରାମରେ ସାମିଲ ହୋଇଥିବା ପ୍ରତେକ ଚିକିତ୍ସା ଅଧିକାରୀ,ସ୍ୱାସ୍ଥ୍ୟକର୍ମୀ,ପୋଲିସ କୁ ଧନ୍ୟବାଦ ସହ ଶୃଙ୍ଖଳିତ ଭାବେ ଲକ ଡାଉନ ପାଳିଥିବା ସମସ୍ତ ରାଜ୍ୟବାସୀଙ୍କୁ ସାଧୁବାଦ ଜଣାଇଛନ୍ତି।ଏହା ସହିତ ଉପବାଚସ୍ପତି କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Follow by Email
WhatsApp