ପରଲୋକରେ ଜୟଦେବ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ର Posted on 26/04/202026/04/2020 by NTP Bureau Report ଭୁବନେଶ୍ୱର (ଏନଟିପି) : ବିଶିଷ୍ଟ ନାଟ୍ୟକାର ତଥା ଚଳଚ୍ଚିତ୍ର କାହାଣୀ ଲେଖକ ବିଜୟ ମିଶ୍ରଙ୍କ ପରଲୋକ ହୋଇଯାଇଛି । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ମୃତ୍ୟୁକୁ ସିନା ଜିତି ପାରିଲେନି ହେଲେ ଅନେକ ଲୋକପ୍ରିୟ ନାଟକ ଓ ଚଳଚ୍ଚିତ୍ରର କାହାଣୀ ଲେଖି ସେ ଦର୍ଶକମଙ୍କ ମନରେ ଅମର ହୋଇ ରହିବେ ।ଉଭୟ ମଞ୍ଚ ଓ ଚଳଚ୍ଚିତ୍ର ପାଇଁ ଅନେକ କାହାଣୀ ଲେଖିଛନ୍ତି ବିଜୟ ମିଶ୍ର । ନାଟ୍ୟକାର, ପଟ୍ଟକଥା ଲେଖକ, ସଂଳାପକାର ଏବଂ ନିର୍ଦ୍ଦେଶକ ଆଦି ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି । ପ୍ରାୟ ୬୦ଟି ନାଟକ, ୫୫ଟି ଚଳଚ୍ଚିତ୍ର ଓ ୭ଟି ଧାରାବାହିକର କାହାଣୀକାର ହେଉଛନ୍ତି ବିଜୟ ମିଶ୍ର । ନାଟ୍ୟ ପୁସ୍ତକ ‘ବାନପ୍ରସ୍ଥ’ ପାଇଁ ତାଙ୍କୁ ୨୦୧୩ ମସିହାର କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନ ମିଳିଥିଲା । ପିତା ହରିହର ମିଶ୍ର ଓ ମା ଅନ୍ନପୂର୍ଣ୍ଣା ଦେବୀଙ୍କଠାରୁ ୧୯୩୬ ମସିହା ଜୁଲାଇ ୧୬ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ବାଳେଶ୍ୱର ନୀଳଗିରି ଅନ୍ତର୍ଗତ ସନ୍ତରା ଗାଡ଼ିଆ ହେଉଛି ତାଙ୍କ ଗାଁ । ସେହି ଗାଁ ରେ ଏକ ନାଟ୍ୟ ଦଳ ରହିଥିଲା । ଏହି ନାଟ୍ୟ ଦଳଟିକୁ ଦେଖି ସେ ନାଟକ ପ୍ରତି ଆକର୍ଷିତ ହୋଇଥିଲେ। ବିଜୟ କୁମାର, ନୀଳଗିରି ହାଇସ୍କୁଲରୁ ମାଟ୍ରିକ ପାସ କରି, ବାଲେଶ୍ୱରର ଫକୀର ମୋହନ କଲେଜରେ ଆଇଏସ୍ସି ପାଠ ପଢ଼ିଥିଲେ । ଏହାପରେ ୧୯୫୭ ମସିହାରେ କଟକର ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ ଇଞ୍ଜିନିୟରିଂରୁ ସିଭିଲ୍ ଇଞ୍ଜିନିୟରିଂରେ ଡିପ୍ଲୋମା ହାସଲ କରିଥିଲେ ।ହାଇସ୍କୁଲର ହାତଲେଖା ପତ୍ରିକା ତଥା ଇଞ୍ଜିନିୟରିଂ ସ୍କୁଲରୁ ପ୍ରକାଶ ପାଉଥିବା ‘ପଞ୍ଚଜନ୍ୟ’ରୁ ସେ ଲେଖା ଲେଖି ଆରମ୍ଭ କରିଥିଲେ । ଇଞ୍ଜିନିୟରିଂ ପାସ କରିସାରିବା ପରେ ବିଜୟ, ହୀରାକୁଦଠାରେ ନିଜର ଚାକିରି ଜୀବନ ଆରମ୍ଭ କରିଥିଲେ । ଚାକିରି ସହିତ ନାଟ୍ୟକାର ଜୀବନ ମଧ୍ୟ ଏକାସାଙ୍ଗରେ ଚାଲିଥିଲା । ମାତ୍ର ୨୧ ବର୍ଷ ବୟସରେ ସେ ନିଜର ପ୍ରଥମ ନାଟକ ‘ଜନନୀ’ ରଚନା କରିଥିଲେ । କଟକର ଅନ୍ନପୂର୍ଣ୍ଣା-ବି ଦଳର ପ୍ରଖ୍ୟାତ ନିର୍ଦ୍ଦେଶକ ସାମୁଏଲ ସାହୁ ଏହି ନାଟକଟିକୁ ମଞ୍ଚସ୍ଥ କରାଇଥିଲେ । ପରବର୍ତ୍ତୀ ସମୟରେ ଏହା ଏକ ଚଳଚ୍ଚିତ୍ରର ରୂପ ନେଇଥିଲା । ସେହିପରି ଭାବରେ, ତାଙ୍କ ରଚିତ ନାଟକ ଯାଯାବର ୧୯୭୫ ମସିହାରେ ମୁକ୍ତିଲାଭ କରିଥିଲା । ଏହା ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା । ଅକ୍ଷୟ ମହାନ୍ତି ଓ ହେମନ୍ତ ଦାସଙ୍କ ସହ ମିଶି, ତ୍ରିମୂର୍ତ୍ତି ନାମରେ ସେ ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ ।ସେ କେନ୍ଦ୍ର ସାହିତ୍ୟ ଏକାଡେମୀ, ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଜୟଦେବ ପୁରସ୍କାର ମଧ୍ୟ ଲାଭ କରିଥିଲେ । Share on FacebookTweetFollow usSave Post Views: 371
Odisha ଶ୍ରଦ୍ଧା,ସେବା ଓ ସହଯୋଗ ଅନୁଷ୍ଠାନ NTP Bureau Report 30/08/2022 0 ମାନବ ସେବା ହିଁ ମାଧବଙ୍କ ସେବା।ଏହାକୁ ପ୍ରମାଣିତ କରିବାକୁ ସଂକଲ୍ପ ନେଇଛି ଶ୍ରଦ୍ଧା,ସେବା ଓ ସହଯୋଗ ଅନୁଷ୍ଠାନ। ଲୋକଙ୍କ ସେବାକୁ ଜୀବନର ବୃତି ନେଇ ଆଗକୁ ବଢିବାର ଲକ୍ଷ ନେଇ ଆରମ୍ଭ ହୋଇଛି ସେବା,ଶ୍ରଦ୍ଧା […]
Odisha NATIONAL ଆଦି ମହୋତ୍ସବରେ ଯୋଗଦେଇ କହିଲେ ମୋଦିଙ୍କ କଲ୍ୟାଣକାରୀ ଯୋଜନାରେ ଜନଜାତି ଅଧିକ ଲାଭାନ୍ୱିତ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର NTP Bureau Report 26/11/2019 0 ନୂଆଦିଲ୍ଲୀ(ଏନଟିପି): ମୋଦିଙ୍କ କଲ୍ୟାଣକାରୀ ଯୋଜନାରେ ଜନଜାତି ଅଧିକ ଲାଭାନ୍ୱିତ ବୋଲି ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଟ୍ରାଇଫେଡ ପକ୍ଷରୁ ଆୟୋଜିତ ‘ଆଦି ମହୋତ୍ସବ’ରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଏହି ଅବସରରେ ଶ୍ରୀ ପ୍ରଧାନ […]
Odisha KISS Foundation Extends Helping Hand to Three Hapless Siblings NTP Bureau Report 11/10/2020 0 Bhubaneswar(NewsTimePro): KISS Foundation has extended a helping hand to three hapless siblings of Bhogibandha Village under Jarada Police station of Ganjam District. They had become orphans […]