ଶପଥ ନେଲେ ସରପଞ୍ଚ; ରାଜ୍ୟର ସମସ୍ତ ସରପଞ୍ଚଙ୍କ ସହ ଭିଡ଼ିଓ କନଫରେନ୍ସିଂ ରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ Posted on 22/04/202022/04/2020 by NTP Bureau Report ଭୁବନେଶ୍ୱର(ଏନଟିପି) କରୋନାକୁ ପଂଚାୟତରେ ଭର୍ତି ନ କରାଇଦେବାକୁ ଶପଥ ନେଲେ ସରପଞ୍ଚ । କରୋନା ରୋକିବାକୁ ଦିଆଯାଇଥିବା ଦାୟିତ୍ୱ ପାଳନ କରିବେ । ଏଥିପାଇଁ ସମସ୍ତ ସରପଞ୍ଚଙ୍କୁ ଶପଥ ପାଠ କରାଇଛନ୍ତି ମୁଖ୍ୟମନ୍ତ୍ରୀ । ନିଜ ପଞ୍ଚାୟତ ଲୋକଙ୍କ ମଙ୍ଗଳ ପାଇଁ ନିଷ୍ଠାର ସହ ଦାୟିତ୍ୱ ପାଳନ କରିବେ । ଅନ୍ୟ ରାଜ୍ୟରୁ ଗାଁକୁ ଆସୁଥିବା ଲୋକଙ୍କୁ କ୍ୱାରେଣ୍ଟାଇନ୍ରେ ରଖିବେ । ସେମାନଙ୍କ ଖାଇବା, ପିଇବା, ଚିକିତ୍ସାର ବ୍ୟବସ୍ଥା କରିବେ ।ନିଜ ପଞ୍ଚାୟତରେ କରୋନାକୁ ପଶିବାକୁ ଦେବିନି ବୋଲି ସରପଞ୍ଚମାନେ ଶପଥ ନେଇଛନ୍ତି । ଆଜି ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟର ସମସ୍ତ ୬ହଜାର ୭ଶହ ୯୮ ଜଣ ସରପଞ୍ଚଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ନିକଟରେ ମୁଖ୍ୟମନ୍ତ୍ରୀ ଗ୍ରାମାଞ୍ଚଳରେ କରୋନା ମୁକାବିଲା ପାଇଁ ସରପଞ୍ଚମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ଏଥିପାଇଁ ଆବଶ୍ୟକ ଆଇନଗତ ପଦକ୍ଷେପ ନିଆଯାଇଛି । Share on FacebookTweetFollow usSave Post Views: 205
Odisha ସମଲରୁ ବେଆଇନ କଫ ସିରପ ଜବତ,ଅଭିଯୁକ୍ତ ଗିରଫ NTP Bureau Report 10/03/2019 0 ଅନୁଗୋଳ: ବେଆଇନ କଫ ସିରପ ଜବତ।ଅନୁଗୁଳ ଜିଲ୍ଲା ସମଲ ଥାନା ପୋଲିସ ଓ ଭ୍ରାମ୍ୟମାନ ଅବକାରୀ ଦଳ ଗତକାଲି ଆଠ ତାରିଖରେ ବିଶ୍ୱସ୍ତ ସୂତ୍ରରୁ ବେଆଇନ କଫ ଶିରାପ ଗଚ୍ଛିତ ଥିବା ର ଖବର […]
Odisha ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮ ରେ ପହଞ୍ଚିଲା NTP Bureau Report 09/04/2020 0 ଭୁବନେଶ୍ୱର(ଏନ ଟି ପି): ରାଜ୍ୟରେ ପୁଣି ଆଉ ୪ଟି ନମୁନା ପଜିଟିଭ ଆସିଛି । ଅର୍ଥାତ ଆଜି ମୋଟ ୬ଟି ନମୁନା ପଜିଟିଭ ଆସିଛି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୮ ଛୁଇଁଥିବା ଜଣାପଡିଛି […]
Business Odisha Jindal Steel & Power honoured for Best CSR Impact Initiative NTP Bureau Report 08/09/2022 0 Bhubaneswar, 08September 2022; Jindal Steel & Power (JSP) has been honoured with the Best CSR impact initiative Award for its high-impact sustainable social development interventions. […]