ଜେ.ପି.କନଷ୍ଟ୍ରକସନ ବଢାଇଲା ସହାୟତାର ହାତ ;ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨ ଲକ୍ଷ ୫୦ହଜାର ଟଙ୍କା ପ୍ରଦାନ Posted on 22/04/202022/04/2020 by NTP Bureau Report ଅନୁଗୋଳ(ଏନଟିପି): କରୋନା କୁ ନେଇ ସାରା ବିଶ୍ୱ ଏବେ ସ୍ତବ୍ଧ ହୋଇଯାଇଛି।କରୋନା ମହାମରାଇ ସହ ଲଢ଼ିବାକୁ ହେଲେ ସମସ୍ତଙ୍କୁ ସହଯୋଗର ହାତ ବଢାଇବାକୁ ହେବ।ରାଜ୍ୟ ସରକାର କରୋନାକୁ ପ୍ରତିହତ କରିବା ପାଇଁ ଦିନ ରାତି ଏକ କରିଛନ୍ତି । ବିଭିନ୍ନ ପ୍ରକାରର ପଦକ୍ଷେପ ମଧ୍ୟ ଗ୍ରହଣ କରୁଛନ୍ତି । କରୋନା ଯୁଦ୍ଧରେ ରାଜ୍ୟ ସରକାରଙ୍କୁ ସହଯୋଗ କରିବା ଲାଗି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଅନେକ ବଦାନ୍ୟ ଅନୁଷ୍ଠାନ/ବ୍ୟକ୍ତି ଦାନ କରିବାକୁ ଆଗେଇ ଆସିଛନ୍ତି । ଠିକ୍ ସେହିପରି ତାଳଚେର ଜେ. ପି. କଂଷ୍ଟ୍ରକସନର ତତ୍ତ୍ଵାବଧାରକ ତଥା ସ୍ବେଚ୍ଛାସେବୀ ରାଜେଶ କୁମାର ଦାସ ଏବଂ ମନୋଜ ସାହୁ ୨ ଲକ୍ଷ ୫୦ ହଜାର ଟଙ୍କା କମ୍ପାନୀ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଉପଜିଲ୍ଲାପାଳ ରଜନୀକାନ୍ତ ସ୍ବାଇଁଙ୍କ ଜରିଆରେ ପ୍ରଦାନ କରିଛନ୍ତି । ଦେଶ ତଥା ରାଜ୍ୟ ର ଏଭଳି ସଙ୍କଟ ସମୟରେ ସରକାରଙ୍କୁ ସହାୟତା କରିବା ଅତ୍ୟନ୍ତ ଜରୁରୀ ବୋଲି ଭାବି ସେମାନେ ଏହି ଟଙ୍କା ଦେଇଛନ୍ତି ବୋଲି କହିଛନ୍ତି । ବିଗତ ୪ ସପ୍ତାହ ହେବ ପ୍ରତ୍ୟେକ ଦିନ ଅସହାୟ ଲୋକମାନଙ୍କୁ କିଛି ନା କିଛି ଖାଦ୍ୟ ପଦାର୍ଥ,ଔଷଧ ଓ ପଶୁ ପକ୍ଷୀଙ୍କୁ ଖାଦ୍ୟ ପାନୀୟ ଦେଇ ଆସୁଛନ୍ତି ରାଜେଶ ଏବଂ ତାଙ୍କ ସହଯୋଗୀ ମାନେ। ଏହା ସହ କରୋନା ଯୁଦ୍ଧରେ ସାମିଲ ହୋଇ ନିଜ ସାମର୍ଥ୍ୟ ଅନୁଯାୟୀ ରାଜ୍ୟ ସରକାରଙ୍କୁ ସହଯୋଗ କରିବା ପାଇଁ ରାଜ୍ୟବାସୀଙ୍କୁ ସେ ନିବେଦନ କରିଛନ୍ତି ।ତାଙ୍କର ଏଭଳି ମହତ କାର୍ଯ୍ୟ ପାଇଁ ସ୍ଥାନୀୟ ଅଞ୍ଚଳ ବାସୀ ତଥା ଉପଖଣ୍ଡ ପ୍ରଶାସନ ତାଙ୍କୁ ସାଧୁବାଦ ଜଣାଇଛନ୍ତି । ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ପ୍ରେରଣାରେ ସେମାନେ ଉତ୍ସାହିତ ହୋଇ ଏହି କାମ ସବୁ କରି ଆସୁଛନ୍ତି ବୋଲି ରାଜେଶ ଦାସ ପ୍ରକାଶ କରିଛନ୍ତି ।ଏ ସମୟରେ ସମସ୍ତେ ଏକ ହୋଇ କରୋନା ବିରୁଦ୍ଧରେ ଲଢେଇ ଜାରି ରଖିବାର ଆବଶ୍ୟକତା ରହିଛି।କରୋନାକୁ ନ ଡରି ସରକାରଙ୍କ ଦ୍ୱରା ଜରାଇ କରାଯାଇଥିବା ଆଡ଼ଭାଇଜରି ର ଅନୁପାଳନ କଲେ କରୋନା ଭୟ ରହିବ ନାହିଁ।ସଚେତନତା ଓ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କଲେ କରୋନା ଠାରୁ ଆମେ ରକ୍ଷା ପାଇପାରିବା। Share on FacebookTweetFollow usSave Post Views: 338
Odisha ଝାରସୁଗୁଡ଼ା ବିମାନବନ୍ଦରରୁ ଉଡ଼ାଣ ବନ୍ଦ ରଖିବ ସ୍ପାଇସ ଜେଟ୍ NTP Bureau Report 30/07/2019 0 ସେପ୍ଟେମ୍ବର ୩୦ ତାରିଖ ଯାଏଁ ପ୍ରତି ସୋମବାର ଝାରସୁଗୁଡ଼ା ବିମାନବନ୍ଦରରୁ ଉଡ଼ାଣ ବନ୍ଦ ରଖିବ ସ୍ପାଇସ ଜେଟ୍ ବିମାନ। ବିମାନ ସେବା ବାତିଲ ନିଷ୍ପତ୍ତି ନେଇଛନ୍ତି ଏୟାର ଲାଇନ୍ସ କର୍ତ୍ତୃପକ୍ଷ। ସୋମବାରକୁ ଛାଡ଼ି ଅନ୍ୟ […]
Odisha ବାଲିଗୁଡା ପୋଲିସ ପକ୍ଷରୁ କରୋନା ଚେତନତା NTP Bureau Report 09/04/2020 0 କନ୍ଧମାଳ :୧୦/୪.(ଏନଟିପି) କନ୍ଧମାଳ ପୋଲିସ ପକ୍ଷରୁ କରୋନା ସଚେତନତା ପାଇଁ ପ୍ରଚେଷ୍ଟା ଜାରିରହିଛି । ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରି ଗାଁ ଠୁ ସହର ସବୁଠି ଜନସାଧାରଣଙ୍କୁ ସଚେନତ କରିବାରେ ଲାଗିଛନ୍ତି ବାଲିଗୁଡ଼ା […]
Odisha ନଭେମ୍ବର ୧୩ ରୁ ଆରମ୍ଭ ହେବ ରାଜ୍ୟ ବିଧାନସଭା ଅଧିବେଶନ NTP Bureau Report 24/10/2019 0 ଭୁବନେଶ୍ୱର(ଏନଟିପି): ଚଳିତ ବର୍ଷ ନଭେମ୍ବର ୧୩ ତାରିଖରୁ ରାଜ୍ୟ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନ ଡିସେମ୍ବର ୧୯ ତାରିଖ ଯାଏ ଚାଲିବ। ଏଥିରେ ମୋଟ ୩୦ କାର୍ଯ୍ୟଦିବସ ରହିବ । […]