ଟ୍ରାଇ କଣ ନେଲା ନିଷ୍ପତି,କେତେ ଉପକୃତ ହେବେ ଉପଭୋକ୍ତା……

*NTP: (BUSINESS) ଟ୍ରାଇର ସୂଚନା ଅନୁସାରେ,  ନୂଆ ପ୍ରେମଓାର୍କ କାରଣରୁ ଟିଭି ଦେଖିବା ବହୁତ ଶସ୍ତା ହେବ । ଏଥିରେ ଲୋକେ କେବଳ ସେତିକି ଟଙ୍କା ହିଁ ଦେବେ ଯେତିକି ଚ୍ୟାନେଲ ସେ ଦେଖିବାକୁ ପସନ୍ଦ କରିବେ । କିଛି ଦିନ ତଳେ ହିଁ ଟ୍ରାଇ ଲୋକଙ୍କୁ ଭରସା ଦେଇଥିଲା କି ଯେଭଳି ଭାବରେ ବିଜ୍ଞାପନ ଟିଭି ସ୍କ୍ରିନରେ ଆସୁଛି , ତାହା ବାସ୍ତବରେ ସତ୍ୟ ନୁହେଁ । କାହିଁକି ନା ୨୯ ଡିସେମ୍ବରରୁ ଆପଣଙ୍କର ଟିଭି ବ୍ଲାକ୍ ଆଉଟ୍ ହେବନି । ଆପଣଙ୍କ ଟିଭିରେ ପୂର୍ବ ଭଳି ହିଁ ଚ୍ୟାନେଲ ଆସୁଥିବ । କେବୁଲ ଟିଭି ଏବଂ ଡିଟିଏଚ ସେବାର ନୂଆ ସ୍କିମରେ ସିଫ୍ଟ ହେବା ପାଇଁ ଉପଭୋକ୍ତାଙ୍କୁ ପର୍ଯ୍ୟାପ୍ତ ସମୟ ଦିଆଯିବ । ଟ୍ରାଇ ସମସ୍ତ ଡିଟିଏଚ ସେବା ପ୍ରଦାନକାରୀ କଂପାନୀମାନଙ୍କୁ ଆଶ୍ୱସ୍ତ କରିବା ପାଇଁ କହିଛିକି ୨୯ ଡିସେମ୍ବର ପରେ ବି ଚ୍ୟାନେଲ ଆସୁଥିବ ।*

*ଏଠାରେ ଆମେ କହି ରଖୁଛୁ କି, ବର୍ତ୍ତମାନ ସମୟରେ ଟିଭି ଉପଭୋକ୍ତାଙ୍କୁ ଏଭଳି ଅନେକ ଚ୍ୟାନେଲଗୁଡିକୁ ବି କିଣିବାକୁ ପଡୁଛି, ଯାହାର ଆଶ୍ୟକତା ନାହିଁ । ହେଲେ ପ୍ୟାକେଜରେ ଥିବା କାରଣରୁ ତାଙ୍କୁ ଏଭଳି କରିବାକୁ ପଡୁଛି । କିନ୍ତୁ ନୂଆ ଯୋଜନା ଲାଗୁ ହେବା ପରେ ଉପଭୋକ୍ତା ପୂର୍ବ ତୁଳନାରେ ଅଧା ଦାମରେ ନିଜ ପସନ୍ଦର ଚ୍ୟାନେଲ ଦେଖିପାରିବେ ।*

Follow by Email
WhatsApp