ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮ ରେ ପହଞ୍ଚିଲା

ଭୁବନେଶ୍ୱର(ଏନ ଟି ପି):

ରାଜ୍ୟରେ ପୁଣି ଆଉ ୪ଟି ନମୁନା ପଜିଟିଭ ଆସିଛି । ଅର୍ଥାତ ଆଜି ମୋଟ ୬ଟି ନମୁନା ପଜିଟିଭ ଆସିଛି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୮ ଛୁଇଁଥିବା ଜଣାପଡିଛି । ସକାଳୁ ୨ ଜଣଙ୍କର ପଜିଟିବ ଆସିଥିଲା । ତେବେ ରାତିରେ ଜଣାପଡ଼ିଥିବା କରୋନା ପଜିଟିଭଙ୍କ ସମ୍ପର୍କରେ କୌଣସି ତଥ୍ୟ ଏଯାଏଁ ମିଳିନାହିଁ । ପ୍ରଥମ ଥର ପାଇଁ ସ୍ବାସ୍ଥ୍ୟ ବିଭାଗ ଟୁଇଟ ବଦଳରେ ସ୍ୱାସ୍ଥ୍ୟ ବିଭାଗର ୱେବସାଇଟରେ ଏହି ତଥ୍ୟ ଦିଆଯାଇଛି ।
Follow by Email
WhatsApp