ସେପ୍ଟେମ୍ବର ୩୦ ତାରିଖ ଯାଏଁ ପ୍ରତି ସୋମବାର ଝାରସୁଗୁଡ଼ା ବିମାନବନ୍ଦରରୁ ଉଡ଼ାଣ ବନ୍ଦ ରଖିବ ସ୍ପାଇସ ଜେଟ୍ ବିମାନ। ବିମାନ ସେବା ବାତିଲ ନିଷ୍ପତ୍ତି ନେଇଛନ୍ତି ଏୟାର ଲାଇନ୍ସ କର୍ତ୍ତୃପକ୍ଷ। ସୋମବାରକୁ ଛାଡ଼ି ଅନ୍ୟ ଦିନ ଗୁଡ଼ିକ ପାଇଁ ଅନଲାଇନ୍ ଟିକେଟ୍ ବୁକିଂ ଉପଲବ୍ଧ ହେଉଛି । ତେବେ ସୀମିତ ସମୟ ପାଇଁ ଏଭଳି ନିଷ୍ପତ୍ତି ପଛର କାରଣ ଅସ୍ପଷ୍ଟ ରହିଥିବା ବେଳେ, ଯାତ୍ରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଗତ ମାର୍ଚ୍ଚ ମାସରେ ଉଡାନ ଯୋଜନାରେ ଦିଲ୍ଲୀ-ଝାରସୁଗୁଡ଼ା ମଧ୍ୟରେ ଆରମ୍ଭ ହୋଇଥିଲା ବିମାନ ସେବା ।
ଝାରସୁଗୁଡ଼ା ବିମାନବନ୍ଦରରୁ ଉଡ଼ାଣ ବନ୍ଦ ରଖିବ ସ୍ପାଇସ ଜେଟ୍
