ନଭେମ୍ବର ୧୩ ରୁ ଆରମ୍ଭ ହେବ ରାଜ୍ୟ ବିଧାନସଭା ଅଧିବେଶନ

ଭୁବନେଶ୍ୱର(ଏନଟିପି):

ଚଳିତ ବର୍ଷ ନଭେମ୍ବର ୧୩ ତାରିଖରୁ ରାଜ୍ୟ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନ ଡିସେମ୍ବର ୧୯ ତାରିଖ ଯାଏ ଚାଲିବ। ଏଥିରେ ମୋଟ ୩୦ କାର୍ଯ୍ୟଦିବସ ରହିବ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହା ଉପରେ ମୋହର ଲଗାଇଛନ୍ତି। ଏ ସଂକ୍ରାନ୍ତରେ ବିଧିବଦ୍ଧ ସମନ ମଧ୍ୟ ଜାରି କରାଯାଇଛି।   

ଚଳିତ ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟନ ଦିବସ ରହିଛି । ବିଧାନସଭାର ଶୀତ ଅଧିବେଶନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଶୀତକାଳୀନ ଅଧିବେଶନ ବେଶ୍ ସରଗରମ ରହିବାର ସମ୍ଭାବନା ରହିଛି। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିବା ନେଇ ରଣନୀତି ପ୍ରସ୍ତୁତ କରିବେ।

Follow by Email
WhatsApp