କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବାଲେଶ୍ୱରରେ ବୃଦ୍ଧି ପରେ ସ୍ଥିତି ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆରଡିସି Posted on 21/04/202021/04/2020 by NTP Bureau Report ଭୁବନେଶ୍ୱର(ଏନଟିପି): ବାଲେଶ୍ୱରରେ ଗତ ଦୁଇ ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ରାଂଚଳ ଆର୍ଡିସି ଅନୀଲ ସାମଲ ସ୍ଥିତି ସମୀକ୍ଷା କରିଛନ୍ତି । କଣ୍ଟେନମେଂଟ ଜୋନ୍ ସମ୍ପର୍କରେ ଆଲୋଚନା କରିବା ସହ କଣ୍ଟାକ୍ଟ ଟ୍ରେସିଂ କିଭଳି ହେଉଛି ସେ ନେଇ ତଦାରଖ କରିଛନ୍ତି ଆର୍ଡିସି ।ସ୍ଥିତି ସମୀକ୍ଷା ପରେ ଆର୍ଡିସି କହିଛନ୍ତି ଯେ, ଗତ ଦୁଇ ମାସରେ ପଡୋଶୀ ରାଜ୍ୟ ତଥା ପଶ୍ଚିମବଙ୍ଗରେ କାମ କରୁଥିବା କିଛି ଲୋକ ସୀମା ଡେଇଁ ବାଲେଶ୍ୱରକୁ ଆସିଛନ୍ତି ।ସରପଞ୍ଚ ଏବଂ ଜିପିଇଓମାନଙ୍କ ଦ୍ୱାରା ଡାଟା ପ୍ରସ୍ତୁତ କରାଯାଇଛି। ସେ ସମସ୍ତ ଲୋକଙ୍କୁ ଖୋଜି କ୍ୱାରେଣ୍ଟାଇନରେ ରଖାଯିବା । ୧୪ ଦିନ ଭିତରେ ଆସିଥିବା ଲୋକଙ୍କୁ କ୍ୱାରେଣ୍ଟାଇନ୍ରେ ରହିବା ବାଧ୍ୟତାମୂଳକ । କ୍ୱାରେଣ୍ଟାଇନରେ ରଖି ସେମାନଙ୍କ ସାମ୍ପଲ ଟେଷ୍ଟ କରାଯିବ ।କିଛି ଲୋକ ଆମ୍ବୁଲାନ୍ସରେ ମଧ୍ୟ ସୀମା ପାର୍ ହୋଇ ଆସିଛନ୍ତି । ସେମାନଙ୍କୁ ଠାବ କରି କ୍ୱାରେଣ୍ଟାଇନ୍ରେ ରଖାଯିବ । ସେହିପରି ବେଆଇନ ପରିବହନ କରିଥିବା ଆମ୍ବୁଲାନ୍ସ ପ୍ରତି ପୁଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କେନ୍ଦ୍ରାଞ୍ଚଳ ଆର୍ଡିସି କହିଛନ୍ତି । Share on FacebookTweetFollow usSave Post Views: 303
Odisha ତାଳଚେର ବିଧାୟକ ବ୍ରଜଙ୍କ ଗାଡି ପୋଡି ଘଟଣା,ଗିରଫ ହେଲେ ୨ଜଣ କିନ୍ତୁ ୨୪ ଘଣ୍ଟା ନପୁରୁଣୁ ଜାମିନରେ ମୁକୁଳିଲେ କେମିତି ?ଗାଡି ପୋଡିବାରେ ସମ୍ପୃକ୍ତି ନଥିବା କହିଲେ ୨ ଜଣ,ପୋଲିସ ମାଡ଼ ମାରି ଫସାଇଛି….. NTP Bureau Report 15/12/2019 0 ଅନୁଗୋଳ (ଏନଟିପି): ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଙ୍କ ଗାଡି ପୋଡି ସହ ସମ୍ପୃକ୍ତି ନଥାଇ କାହିଁକି ୨ ଜଣଙ୍କୁ ଗିରଫ କରିଥିଲା ପୋଲିସ।ବିଧାୟକଙ୍କ କାର ପୋଡ଼ି ଘଟଣାରେ ୨ ଜଣଙ୍କୁ ଗିରଫ […]
Odisha ପ୍ରକାଶ ପାଇଲା ନଭେମ୍ବର ମାସ ପାଇଁ ଓଡିଶା ଷ୍ଟାର ରେଟିଙ୍ଗ, ୧୦ଟି ଶିଳ୍ପାନୁଷ୍ଠାନକୁ ୫ ଷ୍ଟାର NTP Bureau Report 10/12/2019 0 ଭୁବନେଶ୍ୱର(ଏନଟିପି): – ନଭେମ୍ବର ମାସ ପାଇଁ ଓଡିଶା ଷ୍ଟାର ରେଟିଙ୍ଗ ପ୍ରକାଶ ପାଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ସ୍ଥିରୀକୃତ ସତର ପ୍ରକାରର ଅତ୍ୟଧିକ ପ୍ରଦୂଷଣ ପ୍ରବଣ ଶିଳ୍ପାନୁଷ୍ଠାନ ମଧ୍ୟରୁ ଓଡ଼ିଶାରେ ଥିବା […]
Odisha ADJ Hearing Minor Girl Rape & Murder Case,Death Penalty To Accused NTP Bureau Report 26/07/2019 0 NEWS TIME PRO (ANGUL): A Fast Track Court On Friday Sentenced rape and murder Case of a 13-year-old Minor girl in Angul on January 19 […]