ତାଳଚେର ବିଧାୟକ ବ୍ରଜଙ୍କ ଗାଡି ପୋଡି ଘଟଣା,ଗିରଫ ହେଲେ ୨ଜଣ କିନ୍ତୁ ୨୪ ଘଣ୍ଟା ନପୁରୁଣୁ ଜାମିନରେ ମୁକୁଳିଲେ କେମିତି ?ଗାଡି ପୋଡିବାରେ ସମ୍ପୃକ୍ତି ନଥିବା କହିଲେ ୨ ଜଣ,ପୋଲିସ ମାଡ଼ ମାରି ଫସାଇଛି….. Posted on 15/12/201915/12/2019 by NTP Bureau Report ଅନୁଗୋଳ (ଏନଟିପି): ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଙ୍କ ଗାଡି ପୋଡି ସହ ସମ୍ପୃକ୍ତି ନଥାଇ କାହିଁକି ୨ ଜଣଙ୍କୁ ଗିରଫ କରିଥିଲା ପୋଲିସ।ବିଧାୟକଙ୍କ କାର ପୋଡ଼ି ଘଟଣାରେ ୨ ଜଣଙ୍କୁ ଗିରଫ ଘଟଣା ଏବେ ନୂଆ ମୋଡ଼ । ବେଲ ରେ ଆସିଲେ 2 ଯୁବକ।ଅନୁଗୋଳ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ନନ୍ଦିରା କାର୍ଯ୍ୟାଳୟ ଠାରେ ଗତ ୭ ତାରିଖ ମଧ୍ୟ ରାତ୍ରରେ ତାଙ୍କ ବ୍ୟବହୃତ କାର ପୋଡ଼ି ଘଟଣାରେ ତାଳଚେର ପୋଲିସ ୨ ଜଣ ଯୁବକ (ଯୁବ ସମାଜସେବୀ ସଙ୍ଗଠନର କାର୍ଯ୍ୟକର୍ତ୍ତା)ଙ୍କୁ ଗିରଫ କରିବା ପରେ ସ୍ଥାନୀୟ କୋର୍ଟରେ ସେମାନଙ୍କୁ ଜାମିନ ମିଳିଯିବା ଘଟଣା ଏବେ ତାଳଚେର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l ଗତକାଲି ରାତିରେ ତାଳଚେର ଏସଡିପିଓ ଙ୍କ ନେତୃତ୍ୱରେ ପୋଲିସ ବାହିନୀ ତାଳଚେର ଟାଉନ ଅଞ୍ଚଳରୁ ୨ ଯୁବକଙ୍କୁ ସେମାନଙ୍କ ଘରୁ ବାହାନା କରି ଡାକି ନେଇ ଥାନାରେ ପଚରା ଉଚୁରା କରି ନିର୍ଦ୍ଧୁମ ପିଟିଥିଲା l ତେବେ ଜଣେ କେନ୍ଦ୍ରମନ୍ତ୍ରୀ ଏବଂ ସ୍ଥାନୀୟ ଅଞ୍ଚଳର ଜଣେ କୋଇଲା ଟ୍ରାନ୍ସପୋର୍ଟର ଙ୍କ ନିର୍ଦ୍ଦେଶରେ ବିଧାୟକଙ୍କ ଗାଡ଼ି ସେମାନେ ପୋଡ଼ିଛନ୍ତି ବୋଲି ସ୍ୱୀକାର କରିବାକୁ ପୋଲିସ ଯୁବକ ଦ୍ବୟଙ୍କୁ ମାଡ଼ ମାରି ପ୍ରବର୍ତ୍ତାଇ ଥିଲା ବୋଲି ଜାମିନରେ ମୁକୁଳିବା ପରେ ଯୁବକ ମାନେ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି l ସେମାନେ କୌଣସି ପୋଡ଼ି ଘଟଣାରେ ସମ୍ପୃକ୍ତ ନାହାନ୍ତି ବୋଲି କହିବା ସହ ପୂର୍ବରୁ ସେମାନେ ଅନ ଲାଇନରେ ଆବେଦନ କରିଥିବା କ୍ୟାରେକ୍ଟର ସାର୍ଟିଫିକେଟ ଦିଆଯିବ କହି ମିଛ ବାହାନାରେ ପୋଲିସ ସେମାନଙ୍କୁ ଡାକି ନେଇଥିଲା ବୋଲି ସେମାନେ କହିଛନ୍ତି l ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଯୁବକ ମାନେ ଦାବି କରିଛନ୍ତି l ତେବେ କିଛି ପ୍ରମାଣ ଆଧାରରେ ପୋଲିସ ସେମାନଙ୍କୁ ଗିରଫ କରିଥିଲା ନା ରାଜନୈତିକ ଚାପ ଆଗରେ ମୁଣ୍ଡ ନୁଆଇଁ, ନା ନିଜ ମୁଣ୍ଡ ଉପରୁ ଦୋଷ ଛଡ଼ାଇବା ପାଇଁ ଦୁଇ ଯୁବକଙ୍କୁ ଗିରଫ କରିଥିଲା l ତାହା ଏବେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି lକେଉଁ ଆଧାରରେ ପୋଲିସ ଗିରଫ କଲା ଆଉ ଯଦି ସେମାନେ ଦୋଷୀ କେମିତି ମିଳିଲା ଜାମିନ।ପୋଲିସ ସେମାନଙ୍କୁ ମାଡ଼ ମାରି ପ୍ରବର୍ତ୍ତାଇବା ଘଟଣା ଯଦି ସତ ତେବେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ଉପରେ କି ପ୍ରକାର ର ନିଆଯିବ କାର୍ଯ୍ୟାନୁଷ୍ଠାନ। Share on FacebookTweetFollow usSave Post Views: 242
Odisha ଲକଡାଉନ ନ ମାନି ବାହାରକୁ ଆସିଥିବା ଯୁବକଙ୍କୁ ‘ମୁଁ ଲୋକଙ୍କ ଶତ୍ରୁ’ ଲେଖା ପ୍ଲାକାର୍ଡ ଧରାଇ ଉଠ ବସ କଲା ପୋଲିସ NTP Bureau Report 25/03/2020 0 ଭୁବନେଶ୍ୱର(ଏନ ଟି ପି): କମିଶନରେଟ ପୋଲିସ ଆଜି ବିନା କାମରେ ବାହାରକୁ ବାହାରକୁ ଆସିଥିବା ଲୋକଙ୍କୁ ଅଭିନବ ଉପାୟରେ ସଚେତନ କରିଛି। ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବୁଲି କିଛି ଯୁବକଙ୍କୁ ‘ମୁଁ ଲୋକଙ୍କ ଶତ୍ରୁ’ […]
Odisha ସହିଦ ପୋଲିସଙ୍କ ପାଇଁ ସ୍ୱତନ୍ତ୍ର ଡାକ ଟିକଟ ଉନ୍ମୋଚନ. NTP Bureau Report 30/12/2018 0 ଏନଟିପି :ଦେଶର ସୁରକ୍ଷା ପାଇଁ ଲଢେ଼ଇ କରି ସହିଦ ହୋଇଥିଲେ । ସେଇ ଅଶୋକ ଚକ୍ର ସମ୍ମାନ ପାଇଥିବା ସହିଦ ପୁଲିସମାନଙ୍କୁ ପୁଣି ଏକ ଭିନ୍ନ ଢ଼ଙ୍ଗରେ ସମ୍ମାନିତ କରିଛି କେନ୍ଦୁଝର ପୁଲିସ । […]
Odisha କୁହୁଡି ପାଇଁ ଟ୍ରେନ ହେଲା ବାତିଲ,କେଉଁ କେଉଁ ଟ୍ରେନ ବାତିଲ ପଢନ୍ତୁ ପୁରା ରିପୋର୍ଟ NTP Bureau Report 05/01/2019 0 ପ୍ରବଳ କୁହୁଡି ପାଇଁ ୫୫ ଟ୍ରେନକୁ ବାତିଲ କଲା ରେଳବାଇ । ମିଳିଥିବା ସୂଚନା ଅନୁସାରେ ରାଜଧାନୀ ଦିଲ୍ଲୀରେ ପ୍ରବଳ କୁହୁଡି ହୋଇଥିବାରୁ ରେଳ ଲାଇନ ସମ୍ପୂର୍ଣ୍ଣ କୁହୁଡିରେ ଆଚ୍ଛାଦିତ ହୋଇ ରହିଛି । […]