ଆଠମଲ୍ଲିକ ରେ ଉଦ୍ ଘାଟିତ ହେଲା ଆହାରକେନ୍ଦ୍ର

ଅନୁଗୋଳ(ଏନଟିପି):

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ସହରରେ ରାଜ୍ୟସରକାରଙ୍କ ଆହାର କେନ୍ଦ୍ର ସ୍ଥାନୀୟ ବିଧାୟକ ସଂଜୀବ କୁମାର ସାହୁଙ୍କ ଦ୍ବାରା ଉଦଘାଟିତ ହେଇଯାଇଛି । ଏହା ଛଡା ଆଠମଲ୍ଲିକ ବାସୀଙ୍କ ଉଦେଶ୍ୟରେ ଏକ ମହାପ୍ରୟାଣ ଗାଡି ବିଧାୟକ ଶ୍ରୀ ସାହୁ ଆଲୋକପାତ କରିଛନ୍ତି । ଆଠମଲ୍ଲିକ NAC କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ଉଦଘାଟନି ଉତ୍ସବରେ ବିଧାୟକ ଶ୍ରୀ ସହୂ ମୁଖ୍ୟ ଅଥିଥି ରୂପେ ଯୋଗ C ଏହି ଉତ୍ସବରେ BDO ରାହାସ ଚଦ୍ର ନାୟକ,ନିର୍ବାହୀ ଅଧିକାରୀ ରବୀନ ଦାଶ ବିଧାୟକଙ୍କ ବ୍ଲକ ନମିନି ସଚିଦା ନନ୍ଦ ମହାନ୍ତି ପ୍ରମୁଖ ସମ୍ମାନିତ ଅତୀଥି ରୂପେ ଯୋଗ ଦେଇଥିଲେ ।ଭାରପ୍ରାପ୍ତ ସୂଚନା ଓ ଲୋକ ସମ୍ପର୍କ ଅଧିକାରି ସର୍ବେଶ୍ୱର ମାଲିକ ମଞ୍ଚ ପାଳନ କରିଥିଲେ । ବିଧାୟକ ଶ୍ରୀ ସାହୁ ସ୍ଥାନୀୟ NAC କାର୍ଯ୍ୟାଳୟ ପରିସରରେ ମହାପ୍ରଣୟ ଗାଡିକୁ ସବୁଜ ପତାକା ଦେଖାଇ ଆଠମଲ୍ଲିକ ବାସୀଙ୍କ ଉଦେଶ୍ୟରେ ଆଲୋକପାତ କରିଥିଲେ । ସୋମବାର ଠାରୁ ଶନିବାର ପ୍ରତ୍ୟେହ 300 ଆହାର ପରିବେଷଣ କରାଯିବାର ବ୍ୟବସ୍ଥା ହୋଇଛି ।

Follow by Email
WhatsApp