ନବ ଦମ୍ପତିଙ୍କ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ l Posted on 21/04/202021/04/2020 by NTP Bureau Report ତାଳଚେର(ଏନଟିପି) କରୋନା ମହାମାରୀ ସର ବିଶ୍ୱକୁ ଗ୍ରାସ କରିଛି।ଗୋଟିଏ ପରେ ଗୋଟିଏ ଦେଶକୁ କରୋନା ତାର କାୟା ବିସ୍ତାର କରିଚାଲିଛି।କରୋନାକୁ ମୁକାବିଲା କରିବା ପାଇଁ ସାରା ଦେଶ ଆଜି ଏକାଠି ହୋଇଛି । କେନ୍ଦ୍ର ସରକାର ଏବଂ ରାଜ୍ୟସରକାର କରୋନାକୁ ପ୍ରତିହତ କରିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରୁଛନ୍ତି । କରୋନା ଯୁଦ୍ଧରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସହଯୋଗ କରିବା ଲାଗି ପିଏମ କେୟାର୍ସ ଫଣ୍ଡ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଅନେକ ବଦାନ୍ୟ ବ୍ୟକ୍ତି ଦାନ କରିବାକୁ ଆଗେଇ ଆସିଛନ୍ତି । ଠିକ୍ ସେହିପରି ତାଳଚେରର କୁନା ମହାରଣା ଏବଂ ସିଲନ ମହାରଣା ୫୦୦୦ ଟଙ୍କା ଆଜି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଛନ୍ତି । ତାଳଚେର କାରିଗରପଡାର ପୂର୍ଣ୍ଣଚନ୍ଦ୍ର ମହାରଣାଙ୍କ ପୁତ୍ର କୁନା ମହାରଣା ଏବଂ ତାଳଚେର ବଡଜୋରଡା ଗ୍ରାମର ଗୋବିନ୍ଦ ମହାରଣାଙ୍କ କନ୍ୟା ସିଲନ ମହାରଣା ବର୍ତ୍ତମାନ ପରିସ୍ଥିତି ଦେଖି ଏହି ନବବିବାହିତ ଦମ୍ପତ୍ତି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ କିଛି ସହାୟତା ରାଶି ଦେବା ପାଇଁ ମନସ୍ଥ କରିଥିଲେ ।। ଦେଶର ଏଭଳି ସଙ୍କଟ ସମୟରେ ସରକାରଙ୍କୁ ସହାୟତା କରିବା ଅତ୍ୟନ୍ତ ଜରୁରୀ ବୋଲି ଭାବି ସେମାନେ ଏହି ଟଙ୍କା ଦେଇଛନ୍ତି ବୋଲି କହିଛନ୍ତି । ଏହା ସହ କରୋନା ଯୁଦ୍ଧରେ ସାମିଲ ହୋଇ ନିଜ ସାମର୍ଥ୍ୟ ଅନୁଯାୟୀ ରାଜ୍ୟ ସରକାରଙ୍କୁ ସହଯୋଗ କରିବା ପାଇଁ ରାଜ୍ୟବାସୀଙ୍କୁ ସେ ନିବେଦନ କରିଛନ୍ତି ଏବଂ କରୋନା ଯୁଦ୍ଧା ହୋଇ ମୁକାବିଲା କରୁଥିବା ସମସ୍ତ ଡାକ୍ତର, ନର୍ସ,ସାମ୍ବାଦିକ ଏବଂ ପୋଲିସ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଛନ୍ତି l ଏଭଳି ମହତ କାର୍ଯ୍ୟ ପାଇଁ ସ୍ଥାନୀୟ ଅଞ୍ଚଳ ବାସିନ୍ଦା ଓ ଉପଖଣ୍ଡ ପ୍ରଶାସନ ତାଙ୍କୁ ସାଧୁବାଦ ଦେଇଛନ୍ତି Share on FacebookTweetFollow usSave Post Views: 274
Odisha ପିଠା କାର୍ଯ୍ୟକ୍ରମରେ ଜିଲ୍ଲାପାଳ NTP Bureau Report 15/01/2019 0 ଅନୁଗୁଳ ଜିଲ୍ଲାପାଳ ଅନିଲ କୁମାର ସାମଲ ଆଜି ଜିଲା କଳାକେନ୍ଦ୍ର ପରିସରରେ ଅନୁଗୁଳ ପୌରପାଳିକା ର ପିଠା କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିବା ସହ ଯୋଜନା ର କାର୍ଯ୍ୟକାରିତା ସମ୍ପର୍କରେ ଆଲୋକପାତ କରିଥିଲେ।ଏହି କାର୍ଯ୍ୟକ୍ରମ […]
Odisha ସ୍ପେଶାଲ ସ୍କ୍ବାଡ୍ର ଚଢ଼ାଉ:ଜବତ ହେଲା ୭ ପେଟି ସିରପ୍ NTP Bureau Report 23/10/2019 0 ଅନୁଗୋଳ(ଏନଟିପି) ନିଶା କବଳରେ ପଡ଼ିଥିବା ଯୁବପିଢ଼ି ଏବେ କଫ୍ ସିରପ୍କୁ ନିଶା ପାନୀୟ ଭାବେ ବ୍ୟବହାର କରୁଛନ୍ତି। ଫଳରେ ଅନୁଗୋଳ ସହରରେ ଏପରି କଫ୍ ସିରପର ଚୋରା କାରବାର ବୃଦ୍ଧି ପାଉଥିବା ବେଳେ ଅସାଧୁ […]
Odisha ଅନୁଗୋଳ ଓ ଢ଼େଙ୍କାନାଳରେ ବିଭିନ୍ନ ରେଳ ପ୍ରକଳ୍ପର ଅଗ୍ରଗତି ନେଇ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ NTP Bureau Report 25/09/2022 0 ଖୁବ ଶୀଘ୍ର ତାଳଚେର, ଅନୁଗୋଳ ଓ ଢ଼େଙ୍କାନାଳ ଦେଇ କୋଲକତାକୁ ଚାଲିବ ନୂଆ ଟ୍ରେନ -ଧର୍ମେନ୍ଦ୍ର ପ୍ରଧାନ • ତାଳଚେର ରୋଡ, ଅନୁଗୋଳ, ବଳରାମ ସାଇଟ,ତାଳଚେର, ସୁନାଖଣି, ବୁଢ଼ାପଙ୍କ, ମେରାମୁଣ୍ଡଳି, ହିନ୍ଦୋଳ ରୋଡ, ସଦାଶିବପୁର […]