ବାଲିଗୁଡା ଏନ୍ଏସିରେ କାର୍ଯ୍ୟରତ ୫୦ରୁ ଉର୍ଦ୍ଧ୍ବ ସଫେଇ କର୍ମଚାରୀଙ୍କୁ ସମ୍ମାନୀତ କଲେ ସମାଜସେବୀ Posted on 18/04/202018/04/2020 by NTP Bureau Report କନ୍ଧମାଳ(ଏନଟିପି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସି ରେ କାର୍ଯ୍ୟରତ ୫୦ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ସଫେଇ କର୍ମଚାରୀଙ୍କୁ ଉପଢ଼ୌକନ ଦେଇ ସମ୍ମାନିତ କରିଛନ୍ତି ଫୁଲବାଣୀର ଯୁବ ସମାଜସେବୀ ପ୍ରଶାନ୍ତ କୁମାର ସ୍ବାଇଁ । ଲକ୍ ଡାଉନ୍ ଯୋଗୁଁ ଅନେକ ଲୋକ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ପରିସ୍ଥିତିରେ ଗାଁ ଗାଁ ବୁଲି ଅସହାୟ ଗରିବ ଲୋକଙ୍କୁ ସହାୟତାର ହାତ ବଢ଼ାଉଛନ୍ତି ପ୍ରଶାନ୍ତ । କରୋନା ମୁକାବିଲା ପାଇଁ ସାରାଦେଶରେ ଲକ୍ ଡାଉନ୍ ଜାରି କରିଛନ୍ତି ସରକାର । ସଂକ୍ରମଣ ରୋକିବାକୁ ସମସ୍ତଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଉଥବାବେଳେ ଜରୁରୀ କାଳୀନ ସେବା ଯୋଗାଇବାକୁ ନିଜ ଜୀବନକୁ ବାଜି ଲଗାଇ କରୋନା ଯୁଦ୍ଧରେ ସାମିଲ ହୋଇଛନ୍ତି ଡାକ୍ତର,ନର୍ସ,ପାରା ମେଡିକାଲ୍ ଷ୍ଟାଫ୍, ପୋଲିସ୍, ଗଣମାଧ୍ୟମ ପ୍ରତିନିଧି ଓ ସଫେଇ କର୍ମଚାରୀ । ବର୍ତ୍ତମାନ ପରିସ୍ଥିତିରେ ଅସହାୟ ଗରିବ ଲୋକଙ୍କୁ ସହାୟତା କରିବା ନିହାତି ଆବଶ୍ୟକ ବୋଲି କହିଛନ୍ତି ପ୍ରଶାନ୍ତ। ପ୍ରଶାନ୍ତଙ୍କ ଏଭଳି ମହତ ଉଦ୍ଦେଶ୍ୟକୁ ପ୍ରଶଂସା କରିବାସହ ଆମ ଏନ୍ଏସି ର ସଫେଇ କର୍ମଚାରୀ ଗଳିକନ୍ଦି ବୁଲି ନିଜ ଜୀବନକୁ ବାଜି ଲଗାଇ ସହରକୁ ପରିସ୍କାର ପରିଛନ ରଖୁଛନ୍ତି । ପ୍ରତ୍ୟେକ ଲୋକ ଏହି ମହାନ ଯୋଦ୍ଧା ମାନଙ୍କୁ ସମ୍ମାନ ଜଣାଇବା ଆବଶ୍ୟକ ବୋଲି ବାଲିଗୁଡ଼ା ଏନ୍ଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀ କହିଛନ୍ତି । କନ୍ଧମାଳରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଏନ ଟିପି Share on FacebookTweetFollow usSave Post Views: 412
Odisha ସୂର୍ଯ୍ୟାଲୋକ ଫାଉଣ୍ଡେସନ ପକ୍ଷରୁ NEWS TIME PRO ର ରେସିଡେଣ୍ଟ ଏଡିଟର ସମ୍ବର୍ଦ୍ଧିତ NTP Bureau Report 17/02/2019 0 ଢେଙ୍କାନାଳ (ଏନଟିପି): ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ସୂର୍ଯ୍ୟାଲୋକ ଫାଉଣ୍ଡେସନ ପକ୍ଷରୁ NEWS TIME PRO ର ରେସିଡେଣ୍ଟ ଏଡିଟର ସ୍ମୃତିଲିପି ସାହୁଙ୍କୁ ସମ୍ମାନିତ କରାଯାଇଛି।ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ସୂର୍ଯ୍ୟାଲୋକ ଫାଉଣ୍ଡେସନ ଗୋପବନ୍ଧୁ […]
Odisha *ଚକ୍ଷୁ ନର୍ସିଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରୁଛି ଟାଟା ଷ୍ଟିଲ ଫାଉଣ୍ଡେସନ* NTP Bureau Report 10/10/2024 0 ଭୁବନେଶ୍ୱର (10/10/2024) କଳିଙ୍ଗନଗର ଦାନଗଦୀ ଓ ସୁକିନ୍ଦ ଅଞ୍ଚଳର ଅବହେଳିତ ସମ୍ପ୍ରଦାୟର ଯୁବତୀମାନଙ୍କୁ ସଶକ୍ତ କରିବା ପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସଏଫ) ଏବଂ ଏଲଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ (ଏଲଭିପିଇଆଇ) ପକ୍ଷରୁ ମିଳିତଭାବେ […]
Odisha ସେବାୟତ ସୁଦର୍ଶନଙ୍କୁ ଆଉଜି ଶୋଇବା ଫୋଟୋ ଭାଇରାଲ NTP Bureau Report 11/07/2019 0 ପୁରୀ(ଏନ ଟି ପି): ଦଇତାପତି ଙ୍କୁ ନେଇ ପୁଣି ଅଡୁଆ ପରିସ୍ଥିତି।ପୁଣି ଅଡୁଆରେ ଦଇତାପତି। ପୁରୀରେ ଦେବଦଳନ ରଥ ଉପରେ ସୁଦର୍ଶନଙ୍କୁ ଆଉଜି ବିଶ୍ରାମ ନେଉଛନ୍ତି ଦଇତାପତି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ […]