ସୂର୍ଯ୍ୟାଲୋକ ଫାଉଣ୍ଡେସନ ପକ୍ଷରୁ NEWS TIME PRO ର ରେସିଡେଣ୍ଟ ଏଡିଟର ସମ୍ବର୍ଦ୍ଧିତ

ଢେଙ୍କାନାଳ (ଏନଟିପି):

ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ସୂର୍ଯ୍ୟାଲୋକ ଫାଉଣ୍ଡେସନ ପକ୍ଷରୁ NEWS TIME PRO ର ରେସିଡେଣ୍ଟ ଏଡିଟର ସ୍ମୃତିଲିପି ସାହୁଙ୍କୁ ସମ୍ମାନିତ କରାଯାଇଛି।ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ସୂର୍ଯ୍ୟାଲୋକ ଫାଉଣ୍ଡେସନ ଗୋପବନ୍ଧୁ ଟାଉନହଲ ଠାରେ ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଅର୍ଜ୍ଜନ କରିଥିବା ବ୍ୟକ୍ତିବିଶେଷ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଶ୍ରେଷ୍ଠ ସାମ୍ବାଦିକା ଭାବେ ସ୍ମୃତିଲିପି ସାହୁ ଙ୍କୁ ସମ୍ମାନିତ କରିଥିଲେ ଢେଙ୍କାନାଳ ବିଧାୟକ ସରୋଜ କୁମାର ସାମଲ।ସ୍ମୃତି ଲିପି ଉଭୟ ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମରେ ଦୀର୍ଘଦିନ ସହ ସମ୍ପାଦିକା ଭାବେ କାର୍ଯ୍ୟକରୀ ଅନେକ ସଫଳତା ଅର୍ଜ୍ଜନ କରିବା ସହ ବର୍ତମାନ NEWS TIME PRO ର ରେସିଡେଣ୍ଟ ଏଡିଟର ଭାବେ କାର୍ଯ୍ୟରତ।ଗଣମାଧ୍ୟମରେ ତାଙ୍କର ଅନେକ ସଫଳତା ପାଇଁ ତାଙ୍କୁ ସମ୍ମାନିତ କରାଯାଇଥିଲା।
Follow by Email
WhatsApp