ନାଲକୋ ସହାୟତାରେ ନବରଙ୍ଗପୁର ଠାରେ ୨୦୦ ଶଯ୍ୟା ବିଶିଷ୍ଠ ସ୍ୱତନ୍ତ୍ର କୋଭିଡ-୧୯ ହସ୍ପିଟାଲ

ଭୁବନେଶ୍ୱର(ଏନ ଟି ପି):

କରୋନା ଭୁତାଣୁ ସଂକ୍ରମଣ ଜନିତ ମହାବିପତ୍ତି ର ମୁକାବିଲା ପାଇଁ ଦେଶ ଓ ରାଜ୍ୟ ପ୍ରତି ନିଜର ପ୍ରତିବଦ୍ଧତା ଏବଂ କର୍ତବ୍ୟ ପରାୟଣତା ପ୍ରଦର୍ଶ ସ୍ୱରୂପ ରାଷ୍ଟ୍ରାୟତ ନବରତ୍ନ କମ୍ପାନୀ ନାଲକୋ ତରଫରୁ ନବରଙ୍ଗପୁର ଠାରେ ଏକ ୨୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ-୧୯ ହସ୍ପିଟାଲ  କାର୍ଯ୍ୟକ୍ଷମ ହେବ।। ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲା  ପ୍ରଶାସନ, ଖ୍ରୀଷ୍ଟିୟାନ ହସ୍ପିଟୋଲ୍ ଏବଂ ନାଲକୋ ମଧ୍ୟରେ ଏକ ତ୍ରିପାକ୍ଷିକ  ଚୁକ୍ତି ସ୍ୱାକ୍ଷରିତ ହୋଇଅଛି। ଏହି ମେଡ଼ିକାଲ ରେ କରୋନା ସଂକ୍ରମଣ ଜନିତ ଚିକିତ୍ସା ପାଇଁ ସମସ୍ତ ଆଧୁନିକ ବ୍ୟବସ୍ଥା ଅଛି।ଏଥିପାଇଁ ନବରଙ୍ଗପୁର ର ହୀରଲୀ ଠାରେ ଅବସ୍ତିତ ବି.ଇ.ଡି କଲେଜ ପରିସରରେ ଏକ ସ୍ୱତନ୍ତ୍ର ଆଇସଲେସନ କେୟାର କେନ୍ଦ୍ରର ସଂଚାଳନ ବ୍ୟବସ୍ଥା କରାଯାଇଛି।ଏହି ସ୍ୱତନ୍ତ୍ର କୋଭିଡ୧୯ ମେଡ଼ିକାଲ ଦ୍ୱାରା ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାର ଲୋକମାନେ ଉପକୃତ ହେବା ସହିତ ଆଖପାଖ ଜିଲ୍ଲା ତଥା ରାୟଗଡା,କୋରାପୁଟ,ମାଲକାନଗିରି ଓ କଳାହାଣ୍ଡି ଜିଲ୍ଲାର ଅଧିବାସୀ ମାନେ ଉପକୃତ ହେବେ।
ଏହି କାର୍ଯ୍ୟ ପାଇଁ  ନାଲକୋ ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଶ୍ରୀଧରପାତ୍ର କୃତଜ୍ଞତା ପ୍ରକାଶ କରିବା ସହିତ କହିଛନ୍ତି ଯେ ନାଲକୋ ଅତିତରେ ମଧ୍ୟ ବିଭିନ୍ନ ବିପତ୍ତି ସମୟରେ ଓଡ଼ିଶାର ଲୋକମାନଙ୍କ ପାଖରେ ଠିଆ ହୋଇଛି।ତେଣୁ ଏହି ମହାବିପତ୍ତି ସମୟରେ ମଧ୍ୟ ନାଲକୋ ପୂର୍ଣ ପ୍ରାଣରେ ନିଜର ସାହାଯ୍ୟର ହାତ ବଢେଇବ ବୋଲି ଶ୍ରୀ ପାତ୍ର କହିଛନ୍ତି।ନାଲକୋ କର୍ମଚାରୀ ମାନେ କରୋନା ଜନିତ ମହାବିପତ୍ତି ର ମୁକାବିଲା ପାଇଁ ସେମାନଙ୍କର ଦୁଇ ଦିନର ଦରମା ମୁତାବକ ୫.୨ କୋଟି ଟଙ୍କା ପ୍ରଧାନ ମନ୍ତ୍ରୀ କେୟାର ଫଣ୍ଡ ଓ ଓଡିଶା ସରକାରଙ୍କ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ କୁ ଦାନ କରିଛନ୍ତି।
Follow by Email
WhatsApp