ଅନୁଗୋଳ(ଏନ ଟି ପି)
ରକ୍ତଦାନ ଏକ ମହତ ଦାନ, ବର୍ତ୍ତମାନ ସମୟରେ ସମାଜ ପାଇଁ ରକ୍ତ ଦାନର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି।ତାଳଚେର ସରକାରୀ ଡାକ୍ତରଖାନାରେ ରକ୍ତ ଅଭାବ କୁ ଦୂର କରିବା ପାଇଁ ଆଜି ଠାରୁ ଏକ ମାସ ପର୍ଯ୍ୟନ୍ତ ରକ୍ତ ଦାନ ଶିବିର “ଜୀବନ ବିନ୍ଦୁ” କାର୍ଯ୍ୟକ୍ରମ ବିଜୁ ଜନତା ଦଳ,ତାଳଚେର ଦ୍ୱାରା ଆରମ୍ଭ କରାଗଲା ।ତାଳଚେର ବିଧାୟକ ତାଳଚେର ଶ୍ରୀ ବ୍ରଜ କିଶୋର ପ୍ରଧାନ ରକ୍ତଦାନ କରି ସମସ୍ତଙ୍କୁ ଉତ୍ସାହିତ କଲେ ।
ଏହି ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ରେ ତାଳଚେର ବିଧାୟକଙ୍କ ସମେତ ଯୁବ ବିଜେଡି ନେତା ରାଜେଶ ଦାସ,ମନୋଜ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।
