ରିଲିଜ ହେଲା ମୁଭି ବଦଲା

ମୁମ୍ବାଇ(ଏନଟିପି ବ୍ୟୁରୋ):

ଆଜି ଫିଲ୍ମି ଫ୍ରାଇଡ଼େରେ ରିଲିଜ ହୋଇଛି ଦମଦାର ମୁଭି ବଦଲା । ସୁଜୟା ଘୋଷ ୨୦୧୨ ମସିହାରେ ଏକ ସସପେନ୍ସ ଥ୍ରୀଲର ଫିଲ୍ମର କାହାଣୀ ପ୍ରସ୍ତୁତ କରିଥିଲେ । ସେଥିରେ ବିଦ୍ୟା ବାଲନ ଓ ନବାଜୁଦ୍ଧିନ ସିଦ୍ଧକୀ ମୁଖ୍ୟ ଭୂମିକାରେ ରହିଥିଲେ । ସିନେମାଟି ଭଲ ଆୟ କରିବା ସହ କିଛି ଫିଲ୍ମର ରେକର୍ଡ଼ ମଧ୍ୟ ଭାଙ୍ଗିଥିଲା ।

ସୁଜୟା ପୁଣି ନିଜ ଆଗାମୀ ଫିଲ୍ମକକୁ ଦର୍ଶକଙ୍କ ଆଗକୁ ଆଣିବାକୁ ସଫଳ ହୋଇଛନ୍ତି । । ଆଜି ରିଲିଜ ହୋଇଥିବା ସିନେମାରେ ମୁଖ୍ୟଭୁମିକାରେ ରହିଛନ୍ତି ଅମିତାଭ ବଚ୍ଚନ ଓ ତାପସି ପନ୍ନୁ । ଏହି ଫିଲ୍ମଟି ମଧ୍ୟ ସସପେନ ଥ୍ରୀଲର ଉପରେ ଆଧାରିତ ହୋଇଛି । ଏହା ପୂର୍ବରୁ ଅମିତାଭ ଓ ତାପସି ପିଙ୍କ ଫିଲ୍ମରେ ନଜରକୁ ଆସିଥଲେ । ପୁଣି ଏହି ଯୋଡ଼ି ଦର୍ଶକଙ୍କ ମନ ଜିତିବେ ବୋଲି ଆଶା କରାଯାଇଛି ।ପ୍ରାୟ ୩୦ କୋଟି ବଜେଟରେ ପ୍ରସ୍ତୁତ ହୋଇଥିବା ଏହି ସିନେମା “ବଦଲା” ୨୨୦୦ ସ୍କ୍ରିନରେ ରିଲିଜ କରାଯାଇଛି । ଏହି ସିନେମାଟିକୁ ଶାହାରୁଖ ଖାନଙ୍କ ପ୍ରଡ଼କ୍ସନ କମ୍ପାନୀ ରେଡ଼ ଚିଲିଜ ଏଣ୍ଟରଟେଂମେଣ୍ଟ ପ୍ରଡ଼୍ୟୁସ କରିଛି । ଏହା ପ୍ରଥମ ଦିନ ଓପନିଙ୍ଗରେ ୪ରୁ ୫କୋଟି ଆୟ କରିବା ସମ୍ଭାବନା ରହିଛି । ପ୍ରଥମ ଦିନରେ ଯଦି ଏହି ସିନେମାଟି ଭଲ ପ୍ରଦର୍ଶନ ତେବେ ଏହା ଦର୍ଶକଙ୍କ ପ୍ରିୟ ହୋଇପାରିବ ଓ ବକ୍ସ ଅଫିସ ରେ ଭଲ ବ୍ୟବସାୟ କରିବ ବୋଲି ଆଶା ରହିଛି।

Follow by Email
WhatsApp