କନ୍ଧମାଳ:ଅଗ୍ନିକାଣ୍ଡରେ ୪ ବଖରା ଜଳିଗଲା Posted on 30/03/202030/03/2020 by NTP Bureau Report କନ୍ଧମାଳ(ଏନ ଟି ପି): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକ ବଡ଼ବରବା ପଞ୍ଚାୟତର ଖଜୁରିଖମନ ଗ୍ରାମରେ ରାତି ପ୍ରାୟ ୧୧ଟାରେ ଅଗ୍ନିକାଣ୍ଡ ଘଟି ୪ବଖରା ଘର ପୋଡ଼ି ଯାଇଛି। ରାଇକିଆ ଠାରୁ ପାଖାପାଖି ୩୫ କିମି ଦୂର ଏବଂ ଯୋଗାଯୋଗ ସୁବିଧା ନଥିବାରୁ ଅଗ୍ନିଶମ ଗାଡି ପହଂଚି ପାରିନଥିଲା। ଗ୍ରାମର କନିଷ୍ଠ ମଲ୍ଲିକ, ରବି ମଲ୍ଲିକ, ନରେନ୍ଦ୍ର ମଲ୍ଲିକ, ଅନୁରୋଧ ମଲ୍ଲିକ ଘର ସମ୍ପୂର୍ଣ୍ଣ ଜଳି ଯାଇଛି। ଗ୍ରାମବାସୀ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଆୟତ୍ତ କଲାବେଳକୁ ବିଳମ୍ବ ହୋଇଯାଇ ଥିଲା। ଘରେ ଥିବା ଧାନ, ଚାଉଳ, ମାଣ୍ଡିଆ ଏବଂ ନିତ୍ୟ ବ୍ୟବହୃତ ସାମଗ୍ରୀ ସହ ଆସବାବପତ୍ର ସବୁ ପୋଡ଼ି ନଷ୍ଟ ହୋଇଯାଇଥିଲା।ଏ ନେଇ ପଞ୍ଚାୟତ ତରଫରୁ ବିପନ୍ନଙ୍କୁ ଚାଉଳ, ଡାଲି, ଚୁଡ଼ା ଯୋଗାଇ ଦିଆଯାଇଛି। Share on FacebookTweetFollow usSave Post Views: 341
Odisha ଦୁଇ ସରକାରୀ ବାବୁଙ୍କୁ ଦିଆଗଲା ବାଧ୍ୟତାମୂଳକ ଅବସର NTP Bureau Report 04/10/2019 0 ଭୁବନେଶ୍ୱର(ଏନଟିପି): ମହଙ୍ଗା ଛାଟ ରେ ବାଡେଇଲେ ରାଜ୍ୟସରକାର। ଦୁଇ ଜଣ ସରକାରୀ ଅଧିକାରୀଙ୍କୁ ଦିଆଗଲା ବାଧ୍ୟତାମୂଳକ ଅବସର। ସେମାନେ ହେଲେ ଢେଙ୍କାନାଳରେ ଓଡ଼ିଶା ଟ୍ରାନ୍ସପୋର୍ଟ ଇଞ୍ଜିନିୟରିଂ ସର୍ଭିସ- OTESରେ କାର୍ଯ୍ୟରତ RTO ବସନ୍ତ ବେହେରା […]
Odisha LV PRASAD EYE HOSPITAL ର ଲୋକାର୍ପଣକଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ NTP Bureau Report 18/02/2019 0 ଅନୁଗୋଳ(ଏନଟିପି) ଅନୁଗୋଳ ଜିଲ୍ଲାରେ ବହୁ ପ୍ରତିକ୍ଷିତ ଅତ୍ୟାଧୁନିକ ନାଲକୋ ଠାରେ L V PRASAD ଚକ୍ଷୁ ଚିକିତ୍ସାଳୟକୁ ଉଦ୍ଘାଟନ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ।୪ ଏକର ପରିମିତ ଜାଗାରେ ୨୫ […]
Odisha ସ୍ମାର୍ଟ ସର୍ଭେଲାନ୍ସ ଓ ITMS କୁ ଉଦ୍ଘାଟନ କଲେ ଡିଜି NTP Bureau Report 02/08/2019 0 ଅନୁଗୋଳ (ଏନଟିପି): ଶିଳ୍ପନାଗରୀ ଅନୁଗୋଳ ଜିଲ୍ଲାରେ ଦିନକୁ ଦିନ ବଢି ଚାଲିଛି ଅପରାଧ।ଅନୁଗୋଳ ହେବ ଅପରାଧ ମୁକ୍ତ।ଅପରାଧ ନିୟନ୍ତ୍ରଣ,ଅପରାଧୀଙ୍କୁ ଧରିବା ଓ ଟ୍ରାଫିକ କଣ୍ଟ୍ରୋଲ ପାଇଁ ସିସି ଟିଭି ସାହାରା ନେଇଛି ଜିଲ୍ଲା ପୋଲିସ।ସହର […]