କନ୍ଧମାଳର ଦୁର୍ଗମ ଅଞ୍ଚଳରେ ନାହିଁ ମାସ୍କ: ପତ୍ରରେ ତିଆରି କରି ପିନ୍ଧିଲେ ଲୋକେ

କନ୍ଧମାଳ(ଏନ ଟି ପି):

କରୋନା ଭୂତାଣୁ କିଭଳି ସଂକ୍ରମଣ ନ ହେବ ସେନେଇ ଜିଲା ପ୍ରଶାସନ ସମସ୍ତ ଉଦ୍ୟମ କରିବା ସହ ରାଜ୍ୟ ଏବଂ କେନ୍ଦ୍ର ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତିି। ସହର ଅପେକ୍ଷା ଦୁର୍ଗମ ଗ୍ରାମଗୁଡ଼ିକରେ ଅନୁସୂଚିତ ଜନଜାତି ଏବଂ ଜାତି ସଂପ୍ରଦାୟର ଲୋକ ବହୁତ ସଚେତନ ହୋଇପାରିଛନ୍ତି। ଗାଁ ଗାଁରେ ଆଶାକର୍ମୀଙ୍କ ସହ ଅଙ୍ଗନବାଡ଼ିକର୍ମୀ ଏବଂ କିଛି ସ୍ବେଚ୍ଛାସେବୀ ଅନୁଷ୍ଠାନ ମିଶି ଲୋକଙ୍କୁ ସଚେତନ କରୁଛନ୍ତି। କିଭଳି ହାତ ଧୋଇବେ ଏବଂ ମାସ୍କ ବ୍ୟବହାର କରାଯିବ ସେସମ୍ପର୍କରେ ସଚେତନତା ସୃଷ୍ଟି କରୁଛନ୍ତି। ତେବେ ଦୁର୍ଗମ ଗ୍ରାମରେ ଲୋକଙ୍କୁ ମାସ୍କ ସରକାରୀ କିମ୍ବା ବେସରକାରୀସ୍ତରରେ ଯୋଗାଇ ଦିଆଯାଇ ନ ଥିବା ବେଳେ ନିଜେ ଶାଳପତ୍ରରେ ଦେଶୀ ମାସ୍କ ତିଆରି କରି ପିନ୍ଧିବା ଦେଖିବାକୁ ମିଳିଛି। କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ପର୍ତ୍ତମାହା ସମେତ ସିଆଙ୍ଗବାଲି, ଭ୍ରମରବାଡ଼ି, ସୋନପୁର ଆଦି ଅଞ୍ଚଳରେ ଏପରି ଦେଖିବାକୁ ମିଳିବା ସହ ବହୁତ ଚର୍ଚ୍ଚା ଚାଲିଛି l

Follow by Email
WhatsApp