କିଟ,କିସ ପକ୍ଷରୁ ୧୨୦୦ ପୋଲିସ କର୍ମଚାରୀଙ୍କୁ ଖାଦ୍ୟ ବଣ୍ଟନ Posted on 29/03/202029/03/2020 by NTP Bureau Report ଭୁବନେଶ୍ୱର(ଏନ ଟି ପି ): କରୋନା ମୁକାବିଲା ପାଇଁ ଡାକ୍ତରଙ୍କ ଭଳି ପୋଲିସ ମଧ୍ୟ କରୋନା ଯୁଦ୍ଧରେ ସାମିଲ ହେଇ ଜନସାଧାରଣଙ୍କ ସୁରକ୍ଷା ଦିଗରେ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । ସମଗ୍ର ଦେଶରେ ପୋଲିସ କର୍ମଚାରୀ ମାନେ ବ୍ୟାପକ ଭାବେ ଜନସାଧାରଣଙ୍କୁ ସଚେତନ କରୁଛନ୍ତି ଓ ସୁରକ୍ଷା ପାଇଁ କାର୍ଯ୍ୟ କରୁଛନ୍ତି । ଉଭୟ ପୋଲିସ ଓ ଗଣମାଧ୍ୟମ, ଡାକ୍ତରଙ୍କ ଅଧିକାଂଶ ସମସ୍ୟା ଦୂର କରିବାରେ ସଫଳ ହୋଇଛନ୍ତି । ଏଥି ସକାଶେ କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ସମସ୍ତ ଡାକ୍ତର, ପୋଲିସ କର୍ମଚାରୀ ଓ ଗଣମାଧ୍ୟମକୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି । ଡ.ସାମନ୍ତଙ୍କ ଉଦ୍ୟମରେ କିଟ୍ ଓ କିସ୍ ପକ୍ଷରୁ ରବିବାର ଭୁବନେଶ୍ୱରର ବିିଭିନ୍ନ ଅଞ୍ଚଳରେ କରୋନା ପାଇଁ ରାସ୍ତାରେ କାର୍ଯ୍ୟରତ ୧୨ ଶହ ପୋଲିସ କର୍ମଚାରୀଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଇଛି । ଏଥିରେ ଚିକେନ, ଗୋଲାପ ଜାମୁ, ପନୀର, ଦହୀ ଓ ରାଇତା ଭଳି ବିଭିନ୍ନ ଖାଦ୍ୟ ସହ ପାଣିବୋତଲ ମଧ୍ୟ ପ୍ରଦାନ କରାଯାଇଛି । କିଟ୍ ପକ୍ଷରୁ ପ୍ରସ୍ତୁତ ଖାଦ୍ୟ ପ୍ୟାକେଟକୁ ରାସ୍ତାରେ କାର୍ଯ୍ୟରତ ପୋଲିସ କର୍ମଚାରୀ ଓ ଅଧିକାରୀଙ୍କ ନିକଟରେ ପହଞ୍ଚାଇ ଦିଆଯାଇଛି । ଏହା ସହିତ କିଟ୍ ଓ କିସ୍ ପକ୍ଷରୁ ଭୁବନେଶ୍ୱରର ବିଭିିନ୍ନ ଅଞ୍ଚଳରେ ପଶୁପକ୍ଷୀଙ୍କୁୂ ଖାଦ୍ୟ ବଣ୍ଟନ କାର୍ଯ୍ୟ ଜାରି ରହିଛି । ଆଜି ତୃତୀୟ ଦିନରେ ଭୁବନେଶ୍ୱରର ଶୈଳଶ୍ରୀବିହାର ଠାରୁ ଆରମ୍ଭ କରି ପଟିଆ ଅଞ୍ଚଳରେ ବୁଲା ଗାଇ ଗୋରୁ ଓ କୁକୁରଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି । କରୋନା ଯୋଗୁଁ ବିଭିିନ୍ନ ହୋଟେଲ, ଜଳଖିଆ ଦୋକାନ ଓ ପର୍ଯ୍ୟଟନ ସ୍ଥଳ ଆଦି ବନ୍ଦ ହୋଇଯାଇଥିବା ଯୋଗୁଁ ଏଗୁଡିକ ଉପରେ ନିର୍ଭର କରି ବଞ୍ଚୁଥିବା ବୁଲା କୁକୁର, ଗୋରୁ, ମାଙ୍କଡମାନେ ଖାଦ୍ୟ ପାଇ ପାରୁନାହାନ୍ତି । ଏହାକୁ ନଜରରେ ରଖି କିଟ,କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରୟାସ ଆରମ୍ଭ କରିଛନ୍ତି। Share on FacebookTweetFollow usSave Post Views: 457
Odisha ଜିଲ୍ଲାସ୍ତରୀୟ ସାମ୍ବାଦିକ ସମୂହଙ୍କ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ NTP Bureau Report 16/11/2019 0 ‘ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ସରକାର ଆଇନ ଆଣନ୍ତୁ ଅନୁଗୋଳ,୧୬/୧୧: ସାମ୍ବାଦିକ ହେଉଛନ୍ତି ଗଣତନ୍ତ୍ରର ରକ୍ଷାକବଚ। ଗଣତାନ୍ତ୍ରିକ ମୂଲ୍ୟବୋଧର ଜାଗ୍ରତ ପ୍ରହରୀ। ନିରପେକ୍ଷ ସମ୍ବାଦ ପରିବେଷଣ ପାଇଁ ସାମ୍ବାଦିକମାନଙ୍କୁ ସମ୍ମାନ ପାରିଶ୍ରମିକ ମିଳିବା ଉଚିତ। ସେମାନଙ୍କ […]
Odisha “ସଡକ ସୁରକ୍ଷା ଜୀବନ ରକ୍ଷା “ବାର୍ତା ନେଇ ଆରମ୍ଭ ହେଲା ସଡ଼କସୁରକ୍ଷା ସପ୍ତାହ NTP Bureau Report 04/02/2019 0 ଅନୁଗୋଳ(ଏନ ଟି ପି) : ସଡକ ସୁରକ୍ଷା ଜୀବନ ରକ୍ଷା ବାର୍ତା ନେଇ ଆରମ୍ଭ ହେଲା ୩୦ ତମ ସଡକ ସୁରକ୍ଷା ସପ୍ତାହ।ରାସ୍ତା ଦୁର୍ଘଟଣା କୁ ନିୟନ୍ତ୍ରଣ କରିବା ପାଇଁ ଜନ ସଚେତନତା ସୃଷ୍ଟି […]
Odisha ଧର୍ମେନ୍ଦ୍ରଙ୍କ ମୁହଁରେ ଜବାବ ଦେଲେ ନେତା,କହିଲେ ପାର୍ଟି କଣ ତମ ପୈତୃକ ସଂପତ୍ତି ? NTP Bureau Report 17/01/2019 0 ଅନୁଗୋଳ (ଏନଟିପି) ବିଜେପିରେ ଦଳୀୟ ଅସନ୍ତୋଷ ସୀମା ଟପିଲାଣି । ଚରମ ସ୍ତରକୁ ଯାଇଛି ବିବାଦ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟାର୍ଗେଟରେ ରହିଥିବା ବେଳେ ଏହାର ଏକ ଝଲକ ଅନୁଗୁଳରେ ବଅଁରପାଳ ଅଞ୍ଚଳରେ […]