ଜିଲ୍ଲାସ୍ତରୀୟ ସାମ୍ବାଦିକ ସମୂହଙ୍କ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ Posted on 16/11/201916/11/2019 by NTP Bureau Report ‘ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ସରକାର ଆଇନ ଆଣନ୍ତୁ ଅନୁଗୋଳ,୧୬/୧୧: ସାମ୍ବାଦିକ ହେଉଛନ୍ତି ଗଣତନ୍ତ୍ରର ରକ୍ଷାକବଚ। ଗଣତାନ୍ତ୍ରିକ ମୂଲ୍ୟବୋଧର ଜାଗ୍ରତ ପ୍ରହରୀ। ନିରପେକ୍ଷ ସମ୍ବାଦ ପରିବେଷଣ ପାଇଁ ସାମ୍ବାଦିକମାନଙ୍କୁ ସମ୍ମାନ ପାରିଶ୍ରମିକ ମିଳିବା ଉଚିତ। ସେମାନଙ୍କ ସୁରକ୍ଷା ପାଇଁ ବିଧିବଦ୍ଧ ଭାବେ ଆଇନ ପ୍ରଣୟନ ହେବା ଉଚିତ। ବର୍ତ୍ତମାନ ତଥ୍ୟଭିତ୍ତିକ ସମ୍ବାଦ ପରିବେଷଣରୁ ବିଶ୍ଲେଷଣାତ୍ମକ ସମ୍ବାଦ ପରିବେଷିତ ହେଉଛି। ଏଥିପାଇଁ ସାମ୍ବାଦିକମାନେ ବହୁ ଶ୍ରମ ସ୍ବୀକାର କରି ଏକ ଘଟଣାର ବିଭିନ୍ନ ଦିଗ ଉପରେ ଆଲୋଚନା କରୁଛନ୍ତିି ବୋଲି ଆଜି ଅନୁଗୋଳ ଜିଲ୍ଲା ସ୍ତରୀୟ ସାମ୍ବାଦିକ ସମୂହଙ୍କ ପକ୍ଷରୁ ଆୟୋଜିତ ଜାତୀୟ ପ୍ରେସ ଦିବସରେ ମୁଖ୍ୟବକ୍ତା ପ୍ରଫେସର ଶାନ୍ତନୁ କୁମାର ସର କହିଛନ୍ତି। କଳାକେନ୍ଦ୍ର ସଭାକକ୍ଷରେ ଅନୁଷ୍ଠିତ ସଭାରେ ସ୍ବତନ୍ତ୍ର ଅତିଥି ଓଡ଼ିଶା ରାଜ୍ୟ ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ଅଧ୍ୟକ୍ଷ ମୀନକେତନ ଅମାନ୍ତ କହିଲେ, ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ହେଉଛନ୍ତି ସାମ୍ବାଦିକ। ସରକାରୀ ଯୋଜନାର ସଫଳ ରୂପାୟନ ହେଉକି ସାଧାରଣ ଜନତାଙ୍କ ନ୍ୟାୟ ମିଳିବା କଥା ହେଉ, ସମସ୍ତଙ୍କ ହିତ ପାଇଁ ସାମ୍ବାଦିକମାନେ କାମ କରୁଛନ୍ତି। କିନ୍ତୁ ସାମ୍ବାଦିକମାନଙ୍କ ସୁରକ୍ଷା, ପେନ୍ସନ ଆଦି କ୍ଷେତ୍ରରେ କେନ୍ଦ୍ର ସରକାର ନିରବଦ୍ରଷ୍ଟା ସାଜିଛନ୍ତି। ସାମ୍ବାଦିକମାନଙ୍କୁ ସୁରକ୍ଷା, ସମ୍ମାନ ଓ ପେନ୍ସନ ପାଇଁ ସରକାର ପଦକ୍ଷେପ ନେବାର ସମୟ ଆସିଛି ବୋଲି ଶ୍ରୀ ଅମାନ୍ତ କହିଥିଲେ। ବିଶିଷ୍ଠ ଅତିଥି ନାଲକୋ ମାନବ ସମ୍ବଳ ବିଭାଗର ମହାପ୍ରବନ୍ଧକ ସତ୍ୟାନନ୍ଦ ସାହୁ ଗଣତାନ୍ତ୍ରିକ ରାଷ୍ଟ୍ରରେ ସାମ୍ବାଦିକମାନଙ୍କ ଭୂମିକା ଏବଂ ବର୍ତ୍ତମାନ ସମୟର ଆହ୍ବାନ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଅନୁଗୁଳ ପୌର ପରିଷଦର ପୂର୍ବତନ ନଗରପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ନରିପେକ୍ଷ ସାମ୍ବାଦିକତା ଉପରେ ଗୁରୁତ୍ବାରୋପ କରିଥିଲେ। ଅଂଚଳର ଅଗ୍ରଗତିରେ ସାମ୍ବାଦିକମାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ତେବେ ଭୁଲ୍ କରୁଥିବା ବ୍ୟକ୍ତିଙ୍କୁ ସମାଲୋଚନା କରାଯାଉ। କିନ୍ତୁ, ଯେତେବେଳେ ସଂପୃକ୍ତ ବ୍ୟକ୍ତି କୌଣସି ଭଲ କାମ କରୁଛନ୍ତି, ସେସବୁ ବି ପ୍ରମୁଖତାର ସହିତ ଖବରକାଗଜରେ ପ୍ରକାଶ କରାଯାଉ ବୋଲି ଶ୍ରୀ ପ୍ରଧାନ କହିଥିଲେ। ଅନୁଗୋଳ ଓକିଲ ସଂଘ ସଭାପତି ଜିତେନ୍ଦ୍ର ସାହୁ ସତ୍ୟକୁ ସାମ୍ନାକୁ ଆଣିବା ସହ ଭ୍ରଷ୍ଟାଚାର ମୁକ୍ତ ସମାଜ ଗଠନରେ ସାମ୍ବାଦିକମାନେ ବ୍ରତୀ ହୁଅନ୍ତି ବୋଲି କହିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜ୍ବଳନ କରି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ। ପରେ ପରେ ଦିବଙ୍ଗତ ସାମ୍ବାଦିକ ଚିତ୍ତରଞ୍ଜନ ସ୍ୱାଇଁ ଓ ଅମିତାଭ ଦାସଙ୍କ ଆତ୍ମାର ସଦଗତି ନିମନ୍ତେ ୧ ମିନିଟ ନିରବ ପ୍ରାର୍ଥନା କରା ଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମ ଅବସରରେ ବରିଷ୍ଠ ସାମ୍ବାଦିକ ସଂଗ୍ରାମ ରଞ୍ଜନ ଦାସ, ଗୋପାଳ ଚନ୍ଦ୍ର ନାଥ, ସୁବାସ ଚନ୍ଦ୍ର ସାହୁ, ବୀରେନ୍ଦ୍ର କୁମାର ପ୍ରଧାନଙ୍କୁ ସମ୍ମାନୀତ କରାଯାଇଥିଲା। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ସଂଗ୍ରାମ ରଂଜନ ଦାସ ପ୍ରଶାସନର ଦମନମୂଳକ ନୀତିର ସମାଲୋଚନା କରିଥିଲେ। ରୋଜାଲିନ ଦାସ, ଦୀନେଶ ପ୍ରଧାନ ମଧ୍ୟ ଗଣମାଧ୍ୟମର ଭୂମିକା ଉପରେ ଆଲୋକପାତ କରିଥିଲେ। ସଭାରେ ଯୋଗ ଦେଇଥିବା ବହୁ ବୁଦ୍ଧିଜୀବୀ ଓ ରାଜନୈତିକ ଦଳର କର୍ମକର୍ତ୍ତାମାନେ ପ୍ରେସ ଦିବସର ଆଭିମୁଖ୍ୟ ନେଇ ନିଜ ନିଜର ମତ ରଖିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ତଥା ବିଭିନ୍ନ ବ୍ଲକର ସାମ୍ବାଦିକମାନେ ଯୋଗ ଦେଇଥିବାବେଳେ ବରିଷ୍ଠ ସାମ୍ବାଦିକ ବିଶ୍ୱ ରଞ୍ଜନ ପଟନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ସାମ୍ବାଦିକ ମାନସ ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ତପନ ଦାସ ଧନ୍ୟବାଦ ଦେଇଥିଲେ । Share on FacebookTweetFollow usSave Post Views: 299
Odisha ସ୍ୱାମୀ ସ୍ତ୍ରୀ ର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କଲା ସ୍ୱାମୀ NTP Bureau Report 23/07/2019 0 ନୟାଗଡ଼ (ଏନଟିପି) ସ୍ୱାମୀ ସ୍ତ୍ରୀ ରହିଥାଏ ପବିତ୍ର ଓ ମଧୁର ସମ୍ପର୍କ।ସ୍ୱାମୀ ସ୍ତ୍ରୀ ର ହାତଧରି ଜନ୍ମ ଜନ୍ମାନ୍ତରର ସାଥି ହେବାକୁ ନେଇଥାଏ ୱାଦା।ଯେତେବବଳେ ସ୍ୱାମୀ ସ୍ତ୍ରୀ ସହ ବିତାଇଥିବା ଅନ୍ତରଙ୍ଗ ମୂହୂର୍ତ୍ତର ଭିଡ଼ିଓ […]
Odisha ଚାଣକ୍ୟ” ଭବିଷ୍ୟବାଣୀ, ୨୦୧୯ରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ଅସମ୍ଭବ, ଓଡିଶାରେ ବିଜେଡି ସରକାର! NTP Bureau Report 12/03/2019 0 ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଯେଉଁ ନିର୍ବାଚନ ପଣ୍ଡିତମାନେ ଭବିଷ୍ୟବାଣୀ କରୁଥିଲେ, ସମସ୍ତଙ୍କର ବିଶ୍ଵାସ ଥିଲା ଯେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଭାରତୀୟ ଜନତା ପାର୍ଟିର ସରକାର ଗଠିତ ହେବ, କିନ୍ତୁ ସେ ସରକାରକୁ […]
Odisha ଧର୍ମେନ୍ଦ୍ରଙ୍କୁ ସାବାସି ଦେଲେ କଂସ ମହାରାଜା… NTP Bureau Report 16/01/2019 0 ଏନଟିପି : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରଗଡ ଜିଲ୍ଲାରେ ନଡାରୁ ପେଟ୍ରୋଲ ଉତ୍ପାଦନ ପାଇଁ ପ୍ରକଳ୍ପ ବସାଇ ଥିବାରୁ ସାବାସୀ ଦେଇଛନ୍ତି କଂସ ମହାରାଜ । ବରଗଡର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ କଂସ ମହାରାଜଙ୍କ ରାଜ […]