ଲକଡାଉନ ନିୟମ ନମାନିଲେ ଗୁଳି Posted on 25/03/202025/03/2020 by NTP Bureau Report ହାଇଦ୍ରାବାଦ(ଏନଟିପି): କରୋନା ଏବେ ବିଶ୍ୱ ମହାମାରୀ।ମହାମାରୀ ସଂକ୍ରମଣ ରୋକିବା ପାଇଁ ମଙ୍ଗଳବାର ମଧ୍ୟ ରାତ୍ରି ଠାରୁ ୨୧ ଦିନ ଯାଏ ସାରା ଦେଶକୁ ଲକ ଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାକୁ ସମସ୍ତ ରାଜ୍ୟ ପକ୍ଷରୁ ମଧ୍ୟ ସମର୍ଥନ କରାଯାଉଛି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଏହି ଲକ ଡାଉନକୁ ନେଇ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ତେବେ ସବୁ ସତ୍ତ୍ୱେ ଦେଖିବାକୁ ମିଳିଛି ରାଜ୍ୟରେ ପୋଲିସକୁ ଅନେକ ଲୋକ ସହଯୋଗ କରୁ ନାହାନ୍ତି। ତେଣୁ ଆବଶ୍ୟକ ପଡ଼ିଲେ କେନ୍ଦ୍ରରୁ ସେନା ମଗାଯିବ ବୋଲି ସେ କହିଛନ୍ତି। ଏଥିସହିତ ଲକଡାଉନ ନିୟମ ଉଲ୍ଲଂଘନ ବା ଯେଉଁମାନେ ଆଇନ ନମାନିବେ ସେମାନଙ୍କୁ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯିବ ବୋଲି କେସିଆର କହିଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ କୌଣସି କଟକଣା ନାହିଁ। କିନ୍ତୁ ଖବର ସଂଗ୍ରହ ବେଳେ କିଛି ପୁଲିସ୍ ସାମ୍ୱାଦିକଙ୍କ ସହ ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଥିଲା। ଏଭଳି ଖବରକୁ କେସିଆର ଗୁରୁତ୍ୱର ସହ ନେଇଛନ୍ତି। ପୁଲିସ୍ର ଖରାପ ବ୍ୟବହାର ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। ଏହା ସହିତ ସମସ୍ତେ ଆଇନକୁ ମାନିବା ଉଚିତ ଓ ସଚେତନ ରହିବା ଆବଶ୍ୟକ ବୋଲି କେସିଆର କହିଛନ୍ତି। ସୂଚନାଯୋଗ୍ୟ, ତେଲେଙ୍ଗାନାରେ କୋଭିଡ-୧୯ ରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୬ରେ ପହଞ୍ଚିଛି। Share on FacebookTweetFollow usSave Post Views: 419
Odisha ଚକୋଲେଟ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ;ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ଜିଲ୍ଲାପାଳ NTP Bureau Report 21/01/2019 0 ଚକୋଲେଟ ଖାଇ ଛାତ୍ର ଛାତ୍ରୀ ଅସୁସ୍ଥ । ଅନୁଗୁଳ ଜିଲ୍ଲା କୁମଣ୍ଡ ଚଣ୍ଡିବଜାର ସ୍ଥିତ ଅଲେଖପାଟଣା ପ୍ରାଥମିକ ବିଦ୍ୟାଳୟରେ ଏଭଳି ଘଟଣା ।ସ୍କୁଲର ଜଣେ ଛାତ୍ରଙ୍କ ଆଜି ଜନ୍ମ ଦିନ ଥିଲା । ସେ […]
Odisha ବାରହା ଆକ୍ରମଣରେ ଯୁବକ ଗୁରୁତର* NTP Bureau Report 23/04/2020 0 କନ୍ଧମାଳ.(ଏନଟିପି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକ ମାଦାଗୁଡା ଗାଁ ରେ ଅଭାବନୀୟ ଘଟଣା ଘଟିଛି । ସୂଚନା ପ୍ରକାରେ ମାଦାଗୁଡା ଗ୍ରାମର ରବି ମଲ୍ଲିକ ନାମକ ଜଣେ ଯୁବକ ନିକଟସ୍ଥ […]
Political Tadka Odisha Two vehicles were inaugurated by MP Mahesh Sahu on Resolution Day NTP Bureau Report 07/06/2021 0 Angul(NewsTimePro): Dhenkanal MP Mahesh Sahu on the occasion of the second day of the swearing-in ceremony on the occasion of “Service and Resolution Day”. Today, […]