ବାରହା ଆକ୍ରମଣରେ ଯୁବକ ଗୁରୁତର* Posted on 23/04/202023/04/2020 by NTP Bureau Report କନ୍ଧମାଳ.(ଏନଟିପି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକ ମାଦାଗୁଡା ଗାଁ ରେ ଅଭାବନୀୟ ଘଟଣା ଘଟିଛି । ସୂଚନା ପ୍ରକାରେ ମାଦାଗୁଡା ଗ୍ରାମର ରବି ମଲ୍ଲିକ ନାମକ ଜଣେ ଯୁବକ ନିକଟସ୍ଥ କାଜୁ ବଗିଚାରେ ବଗିଚା କାମସାରି ଫେରିବା ସମୟରେ ଏକ ଜଙ୍ଗଲି ବାରହା ଟି ବୁଡ଼ରେ ପଡ଼ିଥିଲେ । ବାରହା ଟି ହଠାତ୍ ରବିକୁ ଆକ୍ରମଣ କରିଥିଲା । ଫଳରେ ରବିର ଦୁଇ ହାତ,କାନ୍ଧ ଓ ପିଠିରେ ଗୁରୁତର କ୍ଷତ ହୋଇଥିଲା । କୌଣସି ପ୍ରକାରେ ଜୀବନ ବଞ୍ଚାଇ ରବି ସେଠାରୁ ଦୌଡ଼ି ଘରକୁ ପଳାଇ ଆସିଥିଲା । ଗୁରୁତର ଅବସ୍ଥାରେ ପରିବାର ଲୋକେ ରବିକୁ ସଙ୍ଗେ ସଙ୍ଗେ କୋଟଗଡ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି । ବର୍ତ୍ତମାନ ରବି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ 32 ନଂ ବେଡ୍ ରେ ଚିକିତ୍ସିତ ହେଉଥିବା ଜଣାପଡିଛି l Share on FacebookTweetFollow usSave Post Views: 346
Odisha Sports Hockey World Cup Trophy Receives Thunderous Welcome at KIIT Smrutilipi 27/12/2022 0 Bhubaneswar, Dec 27: The KIIT campus on Christmas Evening reverberated with Chak De! Chant and Bharat Mata Ki Jai as the prestigious trophy for the FIH […]
Odisha କାଳନ୍ଦୀ ସାମଲଙ୍କ ଲିଖିତ ଉପନ୍ୟାସ ‘ଯାଆଁଳା ତୋଟା’କୁ ଲୋକାର୍ପିତ କଲେ ଉପରାଷ୍ଟ୍ରପତି NTP Bureau Report 06/10/2019 0 ଭୁବନେଶ୍ୱର(ଏନଟିପି): ବିଜେପିର ରାଜ୍ୟ ସମ୍ପାଦକ କାଳନ୍ଦି ସାମଲଙ୍କ ଦ୍ୱାରା ଲିଖିତ ଉପନ୍ୟାସ ‘ଯାଅଁଳା ତୋଟା’ ରବିବାର ଦିନ ଉପରାଷ୍ଟ୍ରପତି ଏମ୍.ଭେଙ୍କେୟା ନାୟୁଡୁ ରାଜଭବନଠାରେ ଲୋକାର୍ପିତ କରିଛନ୍ତି । ଏହି ଲୋକାର୍ପଣ ସମୟରେ ରାଜ୍ୟପାଳ ଗଣେଶି ଲାଲ ଓ […]
Odisha ଅନାଥ,ଗରିବଙ୍କ ପାଇଁ ଦେବଦୂତ ସାଜିଛନ୍ତି ଅଚ୍ୟୁତ। NTP Bureau Report 17/04/2019 0 ଭୁବନେଶ୍ୱର(ଏନଟିପି): ସାଧାରଣ ନିର୍ବାଚନ ର ଦ୍ଵିତୀୟ ପର୍ଯ୍ୟାୟ ପାଇଁ ଆଉ ଗୋଟିଏ ଦିନ ବାକି।ଗୋଟିଏ ଦିନ ପରେ ଇ ଭି ଏମ ଭିତରେ ସିଲ ହୋଇଯିବ ଭାଗ୍ୟ।କିଏ ପିନ୍ଧିବା ବିଜୟର ମୁକୁଟ ତାହା ମେ […]