୪ ମାସର ଆଗୁଆ ଦରମା ପାଇବେ ଡାକ୍ତର,ନର୍ସ, ସ୍ୱାସ୍ଥ୍ୟକର୍ମୀଙ୍କୁ ଦୁର୍ବ୍ୟବହାର କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ଘୋଷଣା ମୁଖ୍ୟମନ୍ତ୍ରୀ Posted on 25/03/202025/03/2020 by NTP Bureau Report ଭୁବନେଶ୍ୱର(ଏନ ଟି ପି ): ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । କରୋନା ମୁକାବିଲା କ୍ଷେତ୍ରରେ ନିୟୋଜିତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ୪ ମାସର ଆଗୁଆ ଦରମା ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନଙ୍କୁ ଏପ୍ରିଲ, ମେ, ଜୁନ୍ ଓ ଜୁଲାଇ ମାସର ଦରମା ଏକକାଳୀନ ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ କହିଛନ୍ତି, କରୋନା ମୁକାବିଲା ନେଇ ପ୍ରତିକୂଳ ପରିସ୍ଥିତିରେ ରାଜ୍ୟର ବିଭିନ୍ନ ସରକାରୀ ହସ୍ପିଟାଲରେ ନିୟୋଜିତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ନିଷ୍ଠାର ସହ ସେବା ଯୋଗାଉଛନ୍ତି କରୋନା ମୁକାବିଲା ନେଇ ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନାରେ ନିୟୋଜିତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ମିଳିବ୪ ମାସର ଆଗୁଆ ଦରମା। ଆଜି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେଣୁ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଏପ୍ରିଲ, ମେ, ଜୁନ୍ ଓ ଜୁଲାଇ ମାସର ଦରମା ଏପ୍ରିଲ ମାସରେ ମିଳିବ। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ରାଜ୍ୟର ଡାକ୍ତର ଓ ଅନ୍ୟ ସ୍ଵାସ୍ଥ୍ୟକର୍ମୀ ସ୍ଵାଗତ କରିଥିବା ବେଳେ ପ୍ରତିକୂଳ ପରିସ୍ଥିତିରେ ରୋଗୀଙ୍କୁ ସେବା ଯୋଗାଉଥିବା ହେତୁ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେଉଁମାନେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ କାର୍ଯ୍ୟରେ ଅଯଥାରେ ଦଖଲ ଦେବେ ଓ ସେମାନଙ୍କୁ ଦୁର୍ବବ୍ୟବହାର କରିବେ, ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଜି ଏକ ଭିଡିଓ ବାର୍ତ୍ତା ଜାରିକରି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ରିପୋର୍ଟ : ସ୍ମୃତିଲିପି ସାହୁ, News Time Pro (Resident Editor ) Share on FacebookTweetFollow usSave Post Views: 514
Odisha ବାର୍ହା ଫାସରେ ଦନ୍ତାର ଗଲା ଜୀବନ NTP Bureau Report 25/11/2019 0 ଅନୁଗୋଳ(ଏନଟିପି) ବାର୍ହା ପାଇଁ ବିଛା ଯାଇଥିବା ତାରରେ ଦନ୍ତାହାତୀ ର ଗଲା ଜୀବନ।ଅନୁଗୋଳ ଜିଲ୍ଲା ହଣ୍ଡପା ରେଞ୍ଜ ଲକ୍ଷ୍ମୀପୁରରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀ ର ମୃତ୍ୟୁ।ବାରହା ଶିକାର ପାଇଁ ଶିକାରୀ […]
Business Odisha KIMS Performs Odisha’s First Computer Navigation Spine Surgery NTP Bureau Report 15/11/2023 0 A team of spine surgeons from the Kalinga Institute of Medical Sciences (KIMS) has done the first-ever computer navigation spine surgery in Odisha, paving the […]
Odisha ରାଇସିନା ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଶୁଭେଚ୍ଛା ଜଣାଇବେ ଓଡ଼ିଶାର ୨୩ ଜଣ ବିଧାୟକ NTP Bureau Report 03/08/2022 0 ନୂଆଦିଲ୍ଲୀ(ଏନ ଟି ପି): ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ଓଡ଼ିଶାର ପ୍ରାୟ ୨୩ ଜଣ ବିଧାୟକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଆଜି ତାଙ୍କୁ ଅଭିନନ୍ଦନ ଜଣାଇବେ। ଓଡ଼ିଶା ବିଧାନସଭା ସଦସ୍ୟମାନେ ଗତକାଲି […]