କରୋନାରୁ ବର୍ତ୍ତିବା ଲକ ଡାଉନ କେବଳ ଯଥେଷ୍ଟ ନୁହେଁ ; ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ Posted on 23/03/202023/03/2020 by NTP Bureau Report ନୂଆଦିଲ୍ଲୀ(ଏନଟିପି): କରୋନା ଭାଇରସ ଯୋଗୁଁ ଭାରତର ଅନେକ ରାଜ୍ୟରେ ଲକଡାଉନ ଘୋଷଣା ହୋଇଛି । କେବଳ ଭାରତ ନୁହେଁ, ବରଂ ସମଗ୍ର ବିଶ୍ୱରେ ଅନେକଗୁଡ଼ିଏ ଦେଶର ଲୋକେ ଘରୁ ବାହାରକୁ ଯାଉନାହାନ୍ତି । ସମସ୍ତେ ଉଦ୍ୟମ କରୁଛନ୍ତି, କରୋନା ଭାଇରସ ନିୟନ୍ତ୍ରଣରେ ରହୁ । ଏହାରି ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ବୟାନ ଆସିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି, କରୋନା ଭାଇରସ ବ୍ୟାପିବା ନିୟନ୍ତ୍ରଣ ପାଇଁ କେବଳ ଲକଡାଉନ ଯଥେଷ୍ଟ ନୁହେଁ । ଜାତୀୟ ଗଣମାଧ୍ୟମ ସଂସ୍ଥାର ଖବର ଅନୁସାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମାଇକ ରାୟନ ନିଜର ବୟାନରେ କହିଛନ୍ତି, କେବଳ ଲକଡାଉନ କରୋନାକୁ ନିୟନ୍ତ୍ରଣ କରିବାରେ ଯଥେଷ୍ଟ ଭୂମିକା ନେଇପାରିବ ନାହିଁ । ଲୋକେ ରୋଗରେ ପଡ଼ିଛନ୍ତି ଏବଂ ସେମାନଙ୍କୁ ଖୋଜି ତାଙ୍କ ଉପରେ ନଜର ରଖିବାର ଆବଶ୍ୟକତା ଅଛି । ସେ କହିଛନ୍ତି, ଲକଡାଉନ ସହ ସବୁଠାରୁ ବଡ଼ ସମସ୍ୟା ହେଲା ଯେ, ଯେତେବେଳେ ଏହା ଶେଷ ହୋଇଯିବ, ବହୁ ସଂଖ୍ୟାରେ ଲୋକେ ବାହାରକୁ ବାହାରିବେ । ପୁଣି ବିପଦ ବଢ଼ିପାରେ । ଓଡ଼ିଶାରେ ମଧ୍ୟ କରୋନା ର ମୁକାବିଲା ପାଇଁ ସମୁଦାୟ ୧୪ ଟି ଜିଲ୍ଲା କୁ ଲକ ଡାଉନ ଘୋଷଣା କରାଯାଇଛି ସତ କିନ୍ତୁ ସଠିକ ଭାବେ ଅନୁପାଳନ କରୁନଥିବା ଦେଖିବାକୁ ମିଳିଛି।ଲୋକେ ସଚେତନ ହେବାର ହିଁ ଆବଶ୍ୟକତା ରହିଛି।ସଚେତନ ହେଲେ ହିଁ କ ରୋ ନା ଠୁ ଦୂରରେ ରହିପାରିବା। କରୋନା ଏବେ ଧିରେ ଧିରେ ବିଶ୍ୱକୁ ବ୍ୟାପି ଚାଲିଛି।କରୋନା କବଳରେ ସମଗ୍ର ବିଶ୍ୱ।ଭାରତରେ ବର୍ତ୍ତମାନ ୪୫୩ ଜଣ ଆକ୍ରାନ୍ତ ଅଛନ୍ତି। Share on FacebookTweetFollow usSave Post Views: 332
Odisha Sambalpur-Shalimar Named Mahima Gosain Express Flagged off from Angul. Smrutilipi 29/12/2022 0 ANGUL(NEWSTIMEPRO)29.12.2022 FOUNDATION STONE LAID FOR REDEVELOPMENT OF BHUBANESWAR RAILWAY STATION: • Puri-Jaleswar-Puri Passenger Train Flagged Off from Bhubaneswar Station. • Angul-Balaram New Railway Line Inaugurated. […]
Odisha ନିରାପଦ ଖାଦ୍ୟ ଓ ସ୍ୱାସ୍ଥ୍ୟକର ଖାଦ୍ୟ ଆଇନର ଜିଲ୍ଲାସ୍ତରୀୟ କମିଟିର ପୁନର୍ଗଠନ NTP Bureau Report 02/02/2019 0 ଅନୁଗୋଳ(ଏନଟିପି) ଅନୁଗୁଳ ଜିଲ୍ଲାରେ ନିରାପଦ ଓ ଉତମମାନ ର ଖାଦ୍ୟ ଉପଲବ୍ଧି ହେବାକୁ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲା ସ୍ତରୀୟ ପରାମର୍ଶଦାତା କମିଟି ର ପୁନର୍ଗଠନ କରାଯାଇଛି।ପୂର୍ବରୁ ଖାଦ୍ୟ ଅପମିଶ୍ରଣ […]
Odisha Political Tadka ବିଜେଡିର ୨ଟି ଲୋକସଭା ଓ ୭ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା NTP Bureau Report 02/04/2019 0 ଭୁବନେଶ୍ୱର-ମଧ୍ୟ ବିଧାନସଭା ଆସନରୁ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ବିଜେଡି ଟିକେଟ୍ ଦେଇଛି। ସେଠାରେ ବିଧାୟକ ବିଜୟ ମହାନ୍ତିଙ୍କ ଟିକେଟ୍ କଟିଛି। ସେହିପରି ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକଙ୍କ ପରିବର୍ତ୍ତେ ରାଜ୍ୟସଭା ସାଂସଦ […]