ମୋଦି ଓ ନବୀନଙ୍କୁ କାହିଁକି ତାତ୍ସଲ୍ୟ କଲେ ଦାମ……

ଅନୁଗୋଳରେ ସୂଚନା ଅଧିକାର ଅଭିଯାନ ପକ୍ଷରୁ  ଏକ ସଭା ଆୟୋଜିତ ହୋଇଥିଲା। ଏହି ସଭାରେ ପୂର୍ବତନ ମନ୍ତ୍ରୀ ଦାମ ରାଉତ ଯୋଗ ଦେଇଥିଲେ ।ଶ୍ରୀ ରାଉତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ବାରିପଦାରେ ପ୍ରଧାନମନ୍ତ୍ରୀଙ୍କ ସଭା ଓ ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ସଭାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ୪୫ ଶହ କୋଟି ଟଙ୍କାର ବିନିଯୋଗରେ ହେଉଥିବା ପ୍ରକଳ୍ପର ଶିଳାନ୍ୟାସକୁ ନେଇ ଦାମ ପ୍ରଶ୍ନ ଉଠାଇଛନ୍ତି ।ପ୍ରଧାନମନ୍ତ୍ରୀ ମୋଦି ନିଜ ଚା ବିକା ପଇସାରେ ଏଭଳି ଶିଳାନ୍ୟାସ କରୁଥିବା ନେଇ ଦାମ ତାତ୍ସଲ୍ୟ କରିଛନ୍ତି । ସେହିଭଳି ପୁରୀରେ ମୁଖ୍ୟମନ୍ତ୍ରୀ ଯେଉଁ ଭଳି ଭାବେ ଏସଏଚଜି ଗ୍ରୁପ ପାଇଁ ୧୫ ହଜାର ଟଙ୍କାର ଋଣ ଘୋଷଣା କରିଛନ୍ତି ସେ ଟଙ୍କା କଣ ନିଜ ଘରୁ ଆଣିଛନ୍ତି ବୋଲି ଦାମ ପ୍ରଶ୍ନ ଉଠାଇଛନ୍ତି । ଏହା ସଂଘୀୟ ବ୍ୟବସ୍ଥାର ବିରୋଧ ବୋଲି ସେ କହିଛନ୍ତି ।

Follow by Email
WhatsApp