ଭୁବନେଶ୍ୱର-ମଧ୍ୟ ବିଧାନସଭା ଆସନରୁ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ବିଜେଡି ଟିକେଟ୍ ଦେଇଛି। ସେଠାରେ ବିଧାୟକ ବିଜୟ ମହାନ୍ତିଙ୍କ ଟିକେଟ୍ କଟିଛି। ସେହିପରି ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକଙ୍କ ପରିବର୍ତ୍ତେ ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଖଣ୍ଡପଡ଼ାରୁ ପ୍ରାର୍ଥୀ କରାଯାଇଛି। ବିଜେଡି ଏପର୍ଯ୍ୟନ୍ତ ୧୪୪ଟି ବିଧାନସଭା ଓ ସମସ୍ତ ୨୧ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଢେଙ୍କାନାଳ ଲୋକସଭା ଆସନ ପାଇଁ ପାଲଲହଡ଼ା ବିଧାୟକ ମହେଶ ସାହୁଙ୍କୁ ବିଜେଡି ପ୍ରାର୍ଥୀ କରିଥିବାବେଳେ କେନ୍ଦୁଝର ଲୋକସଭା ଆସନରୁ ସଫ୍ଟୱେୟାର ଇଞ୍ଜିନିୟର ଚନ୍ଦ୍ରାଣୀ ମୁର୍ମୁୁ ପ୍ରାର୍ଥୀ ହୋଇଛନ୍ତି। ବିଜେଡି ଏପର୍ଯ୍ୟନ୍ତ ୨୧ ଲୋକସଭା ଆସନରୁ ୭ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛନ୍ତି । ସେହିପରି ଭୁବନେଶ୍ୱର-ଉତ୍ତର ଆସନରୁ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ପରିବର୍ତ୍ତେ ବିଲଡର ସୁଶାନ୍ତ କୁମାର ରାଉତ, ଯାଜପୁରରୁ ପ୍ରଣବ ପ୍ରକାଶ ଦାସ, କୋରେଇରୁ ଆକାଶ ଦାସ ନାୟକଙ୍କ ପରିବର୍ତ୍ତେ ଅଶୋକ ବଳ, ପାଲଲହଡ଼ାରୁ ମୁକେଶ ପାଲ, ଆଠମଲ୍ଲିକରୁ ସଞ୍ଜିବ ସାହୁଙ୍କ ପରିବର୍ତ୍ତେ ରମେଶ ଚନ୍ଦ୍ର ସାଏଙ୍କୁ ଦଳ ପ୍ରାର୍ଥୀ କରିଛି। ଏହି ପର୍ଯ୍ୟାୟରେ ମୋଟ ୫ ଜଣ ବିଧାୟକଙ୍କ ଟିକଟ କଟିଛି ଓ ପ୍ରଣବ ପ୍ରକାଶ ଦାସ ପ୍ରାର୍ଥୀ ହେବେନି ବୋଲି ଯେଉଁ ଚର୍ଚ୍ଚା ଧରିଥିଲା, ତାହାର ମଧ୍ୟ ପୂର୍ଣ୍ଣଚ୍ଛେଦ ପଡ଼ିଛି।ଚମ୍ପୁଆ, ବାରିପଦା ଓ କେନ୍ଦ୍ରାପଡ଼ା ବିଧାନସଭା ଆସନରେ କିଏ ପ୍ରାର୍ଥୀ ହେବ ତାହା ଏପର୍ଯ୍ୟନ୍ତ ଦଳ ସ୍ଥିର କରିପାରି ନାହିଁ।
Related Posts
AOG OUTREACH PROGRAM OF KIIT AND KISS AWARDED GLOBALLY
- NTP Bureau Report
- 31/05/2021
- 0
Bhubaneswar(NewsTimePro): Giving, the key to success, fulfillment, prosperity and a life of prosperity. ..”We make a living by what we get, but we make a […]
ବିଜେଡିର ୩ୟ ପ୍ରାର୍ଥୀ ତାଲିକା ଘୋଷଣା କଲେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ
- NTP Bureau Report
- 27/03/2019
- 0
ଭୁବନେଶ୍ବର ୨୭|୩ : ବିଜେଡିର ୩ୟ ପ୍ରାର୍ଥୀ ତାଲିକା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସଭା ସହ ବିଧାନସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । ଲୋକସଭା […]
CBI ARRESTS AN ASSISTANT REVENUE INSPECTOR AND A MANAGER OF MAHANADI COALFIELD LTD IN A BRIBERY CASE
- NTP Bureau Report
- 28/04/2021
- 0
Bhubaneswar(NewsTime Pro): Share on Facebook Tweet Follow us Save Post Views: 429