ଗଞ୍ଜେଇ ଚୋରାଚାଲାଣ : ୨ ଗିରଫ, କାର୍ ସହ ୨୦ କେଜି ଗଞ୍ଜେଇ ଜବତ.. Posted on 17/03/202017/03/2020 by NTP Bureau Report କନ୍ଧମାଳ(ଏନ ଟି ପି) କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ପୋଲିସ ପକ୍ଷରୁ ପାଟ୍ରୋଲିଂ ବେଳେ ଗଞ୍ଜେଇ ଚୋରାଚାଲାଣ କରୁଥିବା ଏକ କାର୍କୁ ଜବତ କରିବା ସହ ୨୦କେଜି ଗଞ୍ଜେଇକୁ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ୨ଜଣଙ୍କୁ ଗିରଫ କରାଯାଇଥିବା ବିଷୟ ଆଇଆଇସି କୌଶିକ ମାଝୀ ସୁଚନା ଦେଇଛନ୍ତି । ଗିରଫ ବ୍ୟକ୍ତି ହେଲେ ଗେଗୁ ମଲ୍ଲିକ(୩୬) ଏବଂ ଗୋବିନ୍ଦ ମଲ୍ଲିକ(୫୫) । ଗିରଫ ୨ଜଣଙ୍କ ଘର ବାଲିଗୁଡା ଥାନା ମିଡ଼ିଆକିଆ ପଞ୍ଚାୟତର ବରିକିଆ ଗ୍ରାମ ବୋଲି ପୋଲିସ କହିଛି। ତେବେ କାର୍ ଚାଳକ ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଥିବା ବେଳେ ଖୁବ୍ଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ଆଇଆଇସି ମାଝୀ କହିଛନ୍ତି। ଏନେଇ ଥାନାରେ ମାମଲା (୪୦।୨୦)ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଥିବା ପୋଲିସ କହିଛି । ପୋଲିସ ସୁତ୍ରରୁ ମିଳିଥିବା ସୂଚନାନୁଯାୟୀ, ବାଲିଗୁଡା ଥାନା ଅଞ୍ଚଳରୁ ଦାରିଙ୍ଗବାଡି ଦେଇ ଅନ୍ୟ ଜିଲାକୁ ଗଞ୍ଜେଇ ଚୋରା ଚାଳଣ କରାଯାଉଥିବା ନେଇ ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ପୋଲିସ ୫୯ନଂ ଜାତୀୟ ରାଜପଥର ସୁଲୁମାହାଠାରେ ବ୍ଳକିଂ କରି ଯାଞ୍ଚ କରିଥିଲା। ଆଇଆଇସିଙ୍କ ସମେତ ସବ୍ଇନ୍ସପେକ୍ଟର ଗୋପାଳକୃଷ୍ଣ ଆଗୁପାତ୍ର, ସୌମ୍ୟରଞ୍ଜନ ଜେନା ସଦଳବଳେ ଯାଞ୍ଚ କରୁଥିବା ବେଳେ କାର ନଂ( ଓଆର-୦୨ ଏଚ- ୫୫୬୭)କୁ ଅଟକାଇଥିଲେ। ପୋଲିସକୁ ଦେଖି ଚାଳକ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଗଞ୍ଜେଇ ନେଇ ଯାଉଥିବା ଅନ୍ୟ ୨ଜଣଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି। Share on FacebookTweetFollow usSave Post Views: 343
Odisha ନିର୍ବାଚନ ଦାୟିତ୍ୱ ସହ ବିଭିନ୍ନ ଉନ୍ନୟନ ଯୋଜନାର କାର୍ଯ୍ୟକାରୀତାକୁ ପ୍ରାଥମିକତା –ଜିଲ୍ଲାପାଳ NTP Bureau Report 11/02/2019 0 ଅନୁଗୋଳ (ଏନଟିପି) ଅନୁଗୋଳରେ ଦାୟିତ୍ୱ ଗ୍ରହଣ କଲେ ନୂତନ ଜିଲ୍ଲାପାଳ।୧୯୮୮ ବ୍ୟାଚର ଓଡିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ମନୋଜ କୁମାର ମହାନ୍ତି ଆଜି ପୂର୍ବତନ ଜିଲ୍ଲାପାଳ ଅନିଲ କୁମାର ସାମଲଙ୍କ ଠାରୁ ଦାୟିତ୍ୱ […]
Odisha ନିରଞ୍ଜନ ଙ୍କ ଉପରେ କାହିଁକି ବର୍ଷିଲେ ସୁର NTP Bureau Report 21/04/2019 0 ନରସିଂହପୁର(ଏନଟିପି) ବଡମ୍ବା-ନରସିଂହପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ଦଳର ପୂର୍ବତନ ବିଧାୟକ ପାର୍ଥି ସୁରେନ୍ଦ୍ର କୁମାର ନନ୍ଦ, ରବିବାର କଂଗ୍ରେସ ଦଳ ଛାଡି ବିଜେଡ଼ି ଦଳ ଶଙ୍ଖ ଚିହ୍ନ କୁ ସମର୍ଥନ ଦେବା ପାଇଁ ଘୋଷଣା […]
Odisha ଭାରତକୁ ଫ୍ରାନ୍ସର ସମର୍ଥନ , ଜୈସ ଆତଙ୍କୀ ମାସୁଦ ଉପରେ ଲାଗିବ ପ୍ରତିବନ୍ଧକ NTP Bureau Report 20/02/2019 0 ଏନଟିପି (ବ୍ୟୁରୋ): ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପରେ କୁଟନୈତିକ ସ୍ତରରେ ଭାରତକୁ ବଡ଼ ସମର୍ଥନ ମିଳିଛି। ଜୈସ୍-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ ମୁଖ୍ୟ ମାସୁଦ ଆଝାର ଉପରେ ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବାକୁ ଜାତିସଂଘରେ ପ୍ରସ୍ତାବ ଆଣିବ […]