କନ୍ଧମାଳରେ ୧୪୪ ଧାରା: ପର୍ଯ୍ୟଟକଙ୍କୁ ଦାରିଙ୍ଗବାଡ଼ି ମନା Posted on 17/03/202017/03/2020 by NTP Bureau Report କନ୍ଧମାଳ(ଏନ ଟି ପି) କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ କରୋନା ଭୂତାଣୁ ବ୍ୟାପିବାକୁ ରୋକିବା ନିମନ୍ତେ ସତର୍କ ରହିବାକୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ମଙ୍ଗଳବାର କନ୍ଧମାଳ ଜିଲାପାଳ ଡ. ବୃନ୍ଦା ଡି ଜିଲାରେ ୧୪୪ ଧାରା ଘୋଷଣା କରିଛନ୍ତି । କୌଣସି ସ୍ଥାନରେ ଭିଡ ନ କରିବା ସହ ୫ ଜଣରୁ ଊର୍ଦ୍ଧ୍ୱ ଲୋକ ଜମାହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଜିଲାପାଳଙ୍କ ନିର୍ଦ୍ଦେଶ ପରେ ଦାରିଙ୍ଗବାଡି ତହସିଲଦାର ତଥା ଏକଜୁଟିଭ ମାଜିଷ୍ଟେଟ ନିତିଶ କୁମାର ତ୍ରିପାଠୀ, ଆଇଆଇସି କୌଶିକ ମାଝୀ ସଦଳବଳେ କଫି ବଗିଚା ସମେତ ମିଡିୟୁବାନ୍ଦା ଜଳପ୍ରପାତରେ ପହଞ୍ଚି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଜିଲା ପ୍ରଶାସନର ୧୪୪ଧାରା ଜାରି କରି ଏକ ବଡ ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ସେହିପରି ମାଜିଷ୍ଟେଟ ତ୍ରୀପାଠୀ ପୋଲିସ ନେଇ ଦାରିଙ୍ଗବାଡିର ସମସ୍ତ ହୋଟେଲରେ ପହଞ୍ଚି ଆଉ ନୂତନ ପର୍ଯ୍ୟଟକଙ୍କୁ ହୋଟେଲରେ ନ ରଖିବା ଏବଂ ଭିଡ ନ କରିବାକୁ ହୋଟେଲ ମାଲିକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି Share on FacebookTweetFollow usSave Post Views: 283
Business Odisha Glenmark Aquatic Foundation and KISS partner to promote swimming Smrutilipi 17/07/2022 0 BHUBANESWAR(NEWSTIMEPRO): Glenmark Aquatic Foundation, a CSR activity of Glenmark Pharmaceuticals Limited, and Kalinga Institute of Social Sciences (KISS) have announced a 12-year partnership to promote […]
Odisha ଶେଷରେ ମୁଣ୍ଡ ନୁଆଁଇଲେ ରାଜ୍ୟସରକାର:ବିଜେପି NTP Bureau Report 15/11/2019 0 କଟକ/ଭୁବନେଶ୍ୱର, ତା.୧୬/୧୧: (ଏନଟିପି) ଫନି ବାତ୍ୟାକୁ ୬ ମାସ ବିତିଥିଲେ ବି ବାତ୍ୟା କ୍ଷତିଗସ୍ତ ଲୋକଙ୍କୁ ଘରେ ଖଣ୍ଡେ ମିଳିନାହିଁ । କଟକ ଜିଲ୍ଲାରେ ଫନି ବାତ୍ୟା କ୍ଷତିଗସ୍ତଙ୍କୁ ଗୃହ ନିର୍ମାଣ କରାଇବା ନାଁରେ […]
Odisha କରୋନାକୁ ନେଇ କଟକଣା ବଢାଇଲେ ନବୀନ NTP Bureau Report 17/03/2020 0 ଭୁବନେଶ୍ୱର(ଏନ ଟି ପି): ରାଜ୍ୟରେ ଲାଗିଥିବା କରୋନା କଟକଣା ଆସନ୍ତା ଏପ୍ରିଲ ୧୫ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ପୂର୍ବରୁ ମାର୍ଚ୍ଚ ୩୧ ଯାଏ କଟକଣା ଜାରି ହୋଇଥିଲା । ଏବେ ଏହା ଏପ୍ରିଲ […]