୧୨ ରେ ହେବ ରାଜ୍ୟ ସ୍ତରୀୟ ମା ବାସନ୍ତୀ ଭଳିବଲ ଟୁର୍ଣ୍ଣାମେଣ୍ଟ

ଅନୁଗୋଳ (ଏନଟିପି):

ଅନୁଗୋଳ ମା ବାସନ୍ତୀ ଭଳିବଲ ହୋମ ପକ୍ଷରୁ ଆସନ୍ତା ୧୨ ତାରିଖରେ ଏକ ରାଜ୍ୟ ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯିବ । ମା ବାସନ୍ତୀ ଭଲିବଲ ହୋମ ପକ୍ଷରୁ ଆୟୋଜିତ ଏହି ୪ର୍ଥ ଏକ ଦିବାସୀୟ ଦିବାରାତ୍ର ଟୁର୍ଣ୍ଣାମେଣ୍ଟଟି ମା ବାସନ୍ତୀ ଦୁର୍ଗା ପଡିଆ , ଅମଲାପଡ଼ାଠାରେ ଅନୁଷ୍ଠିତ ହେବ । ରାଜ୍ୟ ସ୍ତରୀୟ ଏହି ଟୁର୍ଣ୍ଣାମେଣ୍ଟରେ ମା ବାସନ୍ତୀ ଭଲିବଲ ହୋମ , ପୋଡ଼ାପଡା , ଟାକୁଆ , ଗୋବରା , ଅନୁଗୋଳ ଡୋନା , ମାଛକୁଟା , ବଳରାମପ୍ରସାଦ ଓ ସମ୍ବଲପୁର ରେଲୱେ ଟିମ ଭାଗ ନେବାର କାର୍ଯ୍ୟକ୍ରମ ରହିଛି । ଗତଥର ପୁରୀ ଜିଲ୍ଲା କଣାସ ଟିମ ଏଠାରେ ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିବା ବେଳେ ଚଳିତ ବର୍ଷ ଟୁର୍ଣ୍ଣାମେଣ୍ଟଟି ଆହୁରି ଆକର୍ଷଣୀୟ ହେବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଚମ୍ପିୟାନ ଦଳକୁ ୭୭୭୭ ଟଙ୍କା ସହ ଟ୍ରଫି ଏବଂ ରନର୍ସଅପ ଦଳକୁ ୫୫୫୫ ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ । ଏହା ସହ ପ୍ଲେୟର ଅଫ ଦି ଟୁର୍ଣ୍ଣାମେଣ୍ଟ , ବେଷ୍ଟ ଆଟାକର , ବେଷ୍ଟ ଲିବେରୋ , ବେଷ୍ଟ ଲିଫ୍ଟର ଙ୍କୁ ମଧ୍ୟ ପୁରସ୍କୃତ କରାଯିବ ବୋଲି କମିଟି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କୁହା ଯାଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ମା ବାସନ୍ତୀ ଭଲିବଲ ହୋମର ସଭାପତି ପ୍ରତାପ ମାଝୀ , ସମ୍ପାଦକ ଅଶୋକ ରାଉତ , ଟ୍ରେଜେରର ନୌଶଦ ଅଲ୍ଲୀ , ଅନୁପ ମହାନ୍ତି , ପ୍ରଦୀପ ଦେବତା , ଟୁଟୁ ପ୍ରଧାନ , ପ୍ରବିତ୍ର ମହାପାତ୍ର ଓ କୋଚ୍ ସମରେଶ ନାଥ ଆଦି ଉପସ୍ଥିତ ଥିଲେ । ଦିନ ଥିଲା ଅନୁଗୋଳ ଜିଲ୍ଲାରୁ ଅନେକ ରାଜ୍ୟ ସ୍ତରୀୟ ଭଳିବଲ ଖେଳାଳି ରାଜ୍ୟ ତଥା ଅନ୍ୟ ରାଜ୍ୟ ପାଇଁ ଖେଳି ସୁନାମ ଅର୍ଜନ କରିଥିଲେ । ତେବେ ଧୀରେ ଧୀରେ ଜିଲ୍ଲାରୁ ଭଳିବଲ ଖେଳ ଲୋପ ପାଇ ଗଲାଣି । ଏଣୁ ମା ବାସନ୍ତୀ ଦୁର୍ଗାପୂଜା କମିଟି ପକ୍ଷରୁ ଏଭଳି ଟୁର୍ଣ୍ଣାମେଣ୍ଟ ଆୟୋଜନ କରି ଜିଲ୍ଲାରେ କିଭଳି ପୁଣି ଥରେ ଭଳିବଲ ଖେଳାଳି ଓ ଟିମ ତାର ଲୋକପ୍ରିୟତା ଫେରି ପାଇଁ ପାରିବ ସେଥିପାଇଁ ପ୍ରୟାସ ଜାରି ରହିଛି ।
Follow by Email
WhatsApp