ପେଟ୍ରୋଲ ପମ୍ପ ଡକାୟତି ଯୋଜନା ପଣ୍ଡ , ୫ ଗିରଫ Posted on 12/03/202012/03/2020 by NTP Bureau Report ତାଳଚେର(ଏନଟିପି): ଅନୁଗୋଳ ଜିଲ୍ଲା ତାଳଚେରର ଏକ ପେଟ୍ରୋଲ ପମ୍ପ ଲୁଟ ପାଇଁ ଯୋଜନା କରୁଥିବା ବେଳେ ଏକ ଡକାୟତି ଗ୍ୟାଙ୍ଗର ୫ ଜଣଙ୍କୁ କୋଲିୟରି ପୋଲିସ କାବୁ କରିଛି । ଖବର ନେବାରେ ଜଣାପଡିଛି ୧୧ ତାରିଖ ରାତିରେ ତାଳଚେର କୋଲିୟରି ଥାନା ଏସ.ଆଇ.ଗୋବିନ୍ଦ ଚନ୍ଦ୍ର ସାହୁ ସଦଳବଳେ ପେଟ୍ରୋଲିଂ କରୁଥିବା ବେଳେ ଗୋଟିଏ ଡକାୟତ ଦଳ ଡେରା-ଲିଙ୍ଗରାଜ ରାସ୍ତାର ନିର୍ମାଣାଧୀନ ଡିଏଭି ସ୍କୁଲଠାରେ କିଛି ଯୋଜନା କରୁଥିବା ଖବର ପାଇଥିଲେ । ଖବର ପାଇବା ପରେ ପୋଲିସ ସେଠାରେ ଚଢାଉ କରିବା ସମୟରେ ଅନ୍ଧାର ସୁଯୋଗ ନେଇ ଜଣେ ସେଠାରୁ ଦୌଡି ପଳାଇବାକୁ ସକ୍ଷମ ହୋଇଥିବା ବେଳେ ଏକ ବୋଲେରୋ ଗାଡିରେ ବସିଥିବା ୫ ଜଣଙ୍କୁ ପୋଲିସ କାବୁ କରି ନେଇଥିଲା । ସେମାନଙ୍କୁ ପଚରାଉଚୁରା ବେଳେ ସେମାନେ ଡେରାଠାରେ ଥିବା ସୁଭଦ୍ରା ପେଟ୍ରୋଲ ପମ୍ପରେ ଡକାୟତି କରିବାକୁ ଯୋଜନା କରୁଥିବା ମାନି ଯାଇଥିଲେ । ପୋଲିସ ଯାଞ୍ଚ କରି ସେମାନଙ୍କ ନିକଟରୁ ୬ ଟି କଳା ମୁଖା ,ଗୋଟିଏ ଦେଶୀ ବନ୍ଧୁକ , ୩ ଟି ମୋବାଇଲ ,ଗୋଟିଏ ବୋଲେରୋ ଗାଡି , ଲୁହା ରଡ ,ଲଙ୍କା ଗୁଣ୍ଡା ଆଦି ଜବତ କରିଥିଲା । କୋଲିୟାରି ପୋଲିସ ଡକାୟତି ଯୋଜନା କରୁଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ସମଲ ଥାନା ଚନ୍ଦ୍ରବିଲ ଗାଁର ଦୀପକ ପ୍ରଧାନ , କୋଲିୟରି ଥାନା କଳମଛୁଇଁ ଗାଁର ଆଶୁତୋଷ ବାରିକ ,ଯଦୁନାଥପୁରର ଜମ୍ବେଶ୍ଵର ନାଏକ ,ତରଣିସେନ ନାଏକ ଓ ତାଳଚେର ଥାନା ମହାରଣାସାହିର ଭଗବାନ ସାହୁ । ଭଗବାନ ଓରଫ ଭଗ ଏମାନଙ୍କ ଗ୍ୟାଙ୍ଗ ଲିଡର ହୋଇଥିବା ବେଳେ କଣିହାଁ ଥାନା ଡେରେଙ୍ଗ ଗାଁ ର ରାଜୁ ନାଏକ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ଜଣା ପଡିଛି ।ପୋଲିସ ଖୁବଶୀଘ୍ର ଫେରାର ଅଭିଯୁକ୍ତକୁ ଧରିବ ବୋଲି କହିଛି Share on FacebookTweetFollow usSave Post Views: 258
Odisha ସାମ୍ବାଦିକତା କ୍ଷେତ୍ରରେ ଉତ୍କର୍ଷ ପାଇଁ ପ୍ରଦାନ କରାଯିବ ଦ କଳିଙ୍ଗ-ଏଫସିସି ପୁରସ୍କାର NTP Bureau Report 20/02/2019 0 ଏନଟିପି(ନୂଆଦିଲ୍ଲୀ): ସାମ୍ବାଦିକତା କ୍ଷେତ୍ରରେ ଉତ୍କର୍ଷ ପାଇଁ ଚଳିତ ବର୍ଷଠାରୁ ପ୍ରଦାନ କରାଯିବ ଦ କଳିଙ୍ଗ-ଏଫସିସି ପୁରସ୍କାର । ଏଫସିସି ଏବଂ କିଟ୍ ଓ କିସ୍ ମିଳିତ ଭାବେ ଏହି ପୁରସ୍କାର ପ୍ରଦାନ କରିବେ । […]
Odisha ଶ୍ରଦ୍ଧା,ସେବା ଓ ସହଯୋଗ ଅନୁଷ୍ଠାନ NTP Bureau Report 30/08/2022 0 ମାନବ ସେବା ହିଁ ମାଧବଙ୍କ ସେବା।ଏହାକୁ ପ୍ରମାଣିତ କରିବାକୁ ସଂକଲ୍ପ ନେଇଛି ଶ୍ରଦ୍ଧା,ସେବା ଓ ସହଯୋଗ ଅନୁଷ୍ଠାନ। ଲୋକଙ୍କ ସେବାକୁ ଜୀବନର ବୃତି ନେଇ ଆଗକୁ ବଢିବାର ଲକ୍ଷ ନେଇ ଆରମ୍ଭ ହୋଇଛି ସେବା,ଶ୍ରଦ୍ଧା […]
Odisha ପଶ୍ଚିମ ବାଙ୍କୀ ରେ ଧର୍ମେନ୍ଦ୍ର ପ୍ରଧାନ, ଟାର୍ଗେଟ ରେ ରାଜ୍ୟ ସରକାର NTP Bureau Report 13/04/2019 0 କଟକ (ବ୍ୟୁରୋ ଏନଟିପି): ପଶ୍ଚିମ ବାଙ୍କୀ ର କଳାପଥର ଠାରେ ବିଜେପି ର ବିଜୟ ସଂକଳ୍ପ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭା ରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଟକ ଲୋକ […]