ପଶ୍ଚିମ ବାଙ୍କୀ ରେ ଧର୍ମେନ୍ଦ୍ର ପ୍ରଧାନ, ଟାର୍ଗେଟ ରେ ରାଜ୍ୟ ସରକାର Posted on 13/04/201913/04/2019 by NTP Bureau Report କଟକ (ବ୍ୟୁରୋ ଏନଟିପି): ପଶ୍ଚିମ ବାଙ୍କୀ ର କଳାପଥର ଠାରେ ବିଜେପି ର ବିଜୟ ସଂକଳ୍ପ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭା ରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଟକ ଲୋକ ସଭା ପାର୍ଥି ଶ୍ରୀଯୁକ୍ତ ପ୍ରକାଶ ମିଶ୍ର, ବାଙ୍କୀ ବିଜେପି ବିଧାନସଭା ପାର୍ଥି ଶ୍ରୀଯୁକ୍ତ ଶୁଭ୍ରାଂଶୁ ମୋହନ ପାଢୀ, ତୁଷାର କାନ୍ତ ଚକ୍ରବର୍ତ୍ତୀ ଓ ଅନ୍ୟାନ ବରିଷ୍ଠ ବିଜେପି ନେତା ମାନଙ୍କ ସମେତ ହଜାର ହଜାର କର୍ମୀ ଯୋଗ ଦେଇଥିଲେ । କେନ୍ଦ୍ର ମନ୍ତ୍ରୀ ସଭା ସ୍ଥଳ ରେ ପହଁଚିବା ମାତ୍ରେ ତାଙ୍କୁ ବିଜେପି କାର୍ଯ୍ୟକର୍ତ୍ତା ମାନେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ସହକାରେ ମଞ୍ଚ ନିକଟକୁ ଅତ୍ୟନ୍ତ ଉତ୍ସାହ ସହକାରେ ପାଛୋଟି ନେଇଥିଲେ । ଉକ୍ତ ସମାବେଶ ରେ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାର ଓ ବାଙ୍କୀ ବିଧାୟକ ଙ୍କୁ କଟ୍ଟୁ ସମାଲୋଚନା କରିଥିଲେ । ରାଜ୍ୟରେ ନାରୀ ତଥା ନାବାଳିକା ଦୁସ୍କର୍ମ ବୃଦ୍ଧି ପାଇଥିବା ବେଳେ ରାଜ୍ୟ ସରକାର ନାରୀ ସଶକ୍ତିକରଣ କଥା କହିବା ଅତ୍ୟନ୍ତ ନିନ୍ଦନୀୟ ଓ ଲଯ୍ୟାଜନକ ବୋଲି କହିବା ସହ ମିଥ୍ୟା ବିକାଶ ର ଚିତ୍ର କୁ ଦେଖାଇ ଲୋକଙ୍କୁ ରାଜ୍ୟ ସରକାର ଭୁଆଁ ବୁଲୋଉଛନ୍ତି ବୋଲି କହି କେନ୍ଦ୍ର ମନ୍ତ୍ରୀ କଟାକ୍ଷ କରିଥିଲେ । ଏତଦ୍ ବ୍ୟତିତ ଚିଟଫଣ୍ଡ , ଖଣି ଦୁର୍ନୀତି, ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗରେ ମଧ୍ୟ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିବାକୁ ଭୁଲିନଥିଲେ । ଅପରପଟେ ବାଙ୍କୀ ରେ ଦୁର୍ନୀତି ର ମାତ୍ର ବଢିବା ସହ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ଜଳସେଚନ ସୁବିଧା ସମ୍ପୂର୍ଣ ବିକଳାଙ୍ଗ ହୋଇପଡ଼ିଥିବା ନେଇ ବିଧାୟକ ଙ୍କୁ କଡ଼ା ସମାଲୋଚନା କରିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । Share on FacebookTweetFollow usSave Post Views: 347
Odisha ସହିଦଙ୍କ ପରିବାରକୁ ଭେଟିଲେ ଢେ଼ଙ୍କାନାଳ ଏମ ପି ମହେଶ NTP Bureau Report 23/06/2019 0 ଢେଙ୍କାନାଳ : (ଏନଟିପି) ଅନନ୍ତନାଗର ଫୁଲବାମା ଠାରେ ହୋଇଥିବା IED ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଶହୀଦ ଅଜିତ ସାହୁଙ୍କ ପରିବାରକୁ ଶନିବାର ଅପରାହ୍ନରେ ଭେଟିଛନ୍ତି ଢେଙ୍କାନାଳ ଏମ୍ପି ମହେଶ ସାହୁ। ଏପରି କଷ୍ଟକର […]
Odisha ଚାଣକ୍ୟ” ଭବିଷ୍ୟବାଣୀ, ୨୦୧୯ରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ଅସମ୍ଭବ, ଓଡିଶାରେ ବିଜେଡି ସରକାର! NTP Bureau Report 12/03/2019 0 ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଯେଉଁ ନିର୍ବାଚନ ପଣ୍ଡିତମାନେ ଭବିଷ୍ୟବାଣୀ କରୁଥିଲେ, ସମସ୍ତଙ୍କର ବିଶ୍ଵାସ ଥିଲା ଯେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଭାରତୀୟ ଜନତା ପାର୍ଟିର ସରକାର ଗଠିତ ହେବ, କିନ୍ତୁ ସେ ସରକାରକୁ […]
Odisha ଝାରସୁଗୁଡ଼ା ବିମାନବନ୍ଦରରୁ ଉଡ଼ାଣ ବନ୍ଦ ରଖିବ ସ୍ପାଇସ ଜେଟ୍ NTP Bureau Report 30/07/2019 0 ସେପ୍ଟେମ୍ବର ୩୦ ତାରିଖ ଯାଏଁ ପ୍ରତି ସୋମବାର ଝାରସୁଗୁଡ଼ା ବିମାନବନ୍ଦରରୁ ଉଡ଼ାଣ ବନ୍ଦ ରଖିବ ସ୍ପାଇସ ଜେଟ୍ ବିମାନ। ବିମାନ ସେବା ବାତିଲ ନିଷ୍ପତ୍ତି ନେଇଛନ୍ତି ଏୟାର ଲାଇନ୍ସ କର୍ତ୍ତୃପକ୍ଷ। ସୋମବାରକୁ ଛାଡ଼ି ଅନ୍ୟ […]