ଅଗ୍ନି ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଲେ ଯୁବ ବିଜେଡି ନେତା ଅରୁଣାଭ

ଅନୁଗୋଳ(ଏନ ଟି ପି):


ଅନୁଗୋଳ ବ୍ଲକ ଖିଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତାଳପଦା ଗ୍ରାମର ଦର୍ବ ଭୋଇଙ୍କ ଘର ନିଆଁ ଲାଗି ସମ୍ପୁର୍ଣ୍ଣ ପୋଡି ନଷ୍ଟ ହେଇଯାଇଛି। ଖବର ପାଇ ସଙ୍ଗେ ସଙ୍ଗେ ଅଗ୍ନି ବିପନ୍ନଙ୍କ ନିକଟରେ ପହଞ୍ଚି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ଓ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ ଯୁବ ବିଜେଡି ନେତା ଅରୁଣାଭ ସିଂ। ଏଥି ସହିତ ଖିଣ୍ଡା ସରକାରୀ ରାଜସ୍ୱ ନିରକ୍ଷକଙ୍କ ପକ୍ଷରୁ ୨ଗୋଟି ପାଲ ବଣ୍ଟନ କରାଯିବ ଏବଂ ସରକାରଙ୍କ ନିୟମ ଅନୁଯାୟୀ କ୍ଷତିପୂରଣ ରାଶି ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଅରୁଣାଭ ସିଂହ, ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ସାହୁ, ସରପଞ୍ଚ ସୁଶାନ୍ତ ପ୍ରଧାନ, ବ୍ଲକ ବିଜେଡି ସଭାପତି ସରୋଜ ସାହୁ, ପଞ୍ଚାୟତ ବିଜେଡି ସଭାପତି ମନୋଜ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।

Follow by Email
WhatsApp