ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ୍ ଲିକ୍,୧୦୦ ରୁ ଉର୍ଦ୍ଧ୍ଵ ଅସୁସ୍ଥ, ଅନେକ ଅଚେତ Posted on 14/11/201914/11/2019 by NTP Bureau Report ବାଲେଶ୍ୱର (ଏନଟିପି): ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ାସ୍ଥିତ ଘରୋଇ ଚିଙ୍ଗୁଡି ପ୍ରୋସେସିଂ କମ୍ପାନୀ (FALCON) ରେ ଗ୍ୟାସ ଲିକ୍। ଏହି ଗ୍ୟାସ ଲିକ ହେବା ଫଳରେ ୧୫୦ରୁ ଅଧିକ କର୍ମଚାରୀ ଅସୁସ୍ଥ ହୋଇ ପଡ଼ିଛନ୍ତି। ୧୦୦ରୁ ଅଧିକ କର୍ମଚାରୀଙ୍କୁ ବାଲେଶ୍ବର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୋଟିଏ ପରେ ଗୋଟିଏ ଆମ୍ବୁଲାନ୍ସ ସହାୟତାରେ ଅସୁସ୍ଥ କର୍ମଚାରୀଙ୍କୁ ଡାକ୍ତରଖାନା ଅଣାଯାଇ ଚିକିତ୍ସା କରାଯାଇଥିଲା। ଅସୁସ୍ଥଙ୍କ ମଧ୍ୟରେ ଅଧିକାଂଶ ମହିଳା ଅଛନ୍ତି। ଖନ୍ତପଡ଼ା ପଣପଣାରେ ଏକ ଘରୋଇ ଚିଙ୍ଗୁଡ଼ି ପ୍ରୋସେସିଂ ଫ୍ୟାକ୍ଟ୍ରିରେ ପ୍ରାୟ ୯ଟା ବେଳେ ଏହି ଘଟଣା ଘଟିଛି। ଏସବୁ ମହିଳା ଫ୍ୟାକ୍ଟ୍ରିରେ ଚିଙ୍ଗୁଡ଼ିରୁ ଚୋପା ଛଡ଼ାଇବା କାମ କରୁଥିବା ବେଳେ ଅଚାନକ ଗ୍ୟାସ୍ ଲିକ୍ ହୋଇଥିଲା। ଫଳରେ ଅମ୍ଳଜାନ ଗ୍ୟାସ୍ ଅଭାବ ହେବାରୁ ମହିଳାମାନେ ଅଣନିଃଶ୍ଵାସୀ ହୋଇ ଅସୁସ୍ଥ ହୋଇ ପଡ଼ିଥିଲେ। ତୁରନ୍ତ କମ୍ପାନୀ କର୍ତ୍ତୃପକ୍ଷ ସମସ୍ତ ଅସୁସ୍ଥ ମହିଳାଙ୍କୁ ଖନ୍ତପଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେମାନଙ୍କୁ ମଧ୍ୟରୁ ଗୁରୁତର ୪୦ କର୍ମଚାରୀଙ୍କୁ ବାଲେଶ୍ଵର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅବଶିଷ୍ଟ ଅସୁସ୍ଥଙ୍କୁ ଖନ୍ତାପଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।ଗୁରୁତର ୪୦ ଜଣଙ୍କୁ ଫକୀର ମୋହନ ମେଡିକାଲ କଲେଜରେ ଭର୍ତି କରାଯାଇଛି ଚିଙ୍ଗୁଡି ପ୍ରୋସେସିଂ ରୁମ୍ ଭିତରେ ବ୍ଲିଚିଂ ପାଉଡର ଉପରେ ପାଣି ପଡି ଯିବାରୁ ଗ୍ୟାସ ବାହାରି କର୍ମଚାରୀ ଅସୁସ୍ଥ ହୋଇ ପଡିଥିବା ସଂସ୍ଥା ତରଫରୁ ସୂଚନା ଦିଆଯାଇଛି। ବାଲେଶ୍ୱର ଜିଲ୍ଳାପାଳ ମେଡିକାଲ୍ ରେ ପହଂଚି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ।। ତେବେ ସ୍ଥାନୀୟଲୋକେ କହିଛନ୍ତି ଗ୍ୟାସ୍ ଲିକ୍ କାରଣରୁ ଏଭଳି ହୋଇଛି।ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ବିଳମ୍ବିତ ରାତିରେ ବାଲେଶ୍ୱରରେ ପହଂଚି ପଚାରିବୁଝିଥଲେ। Share on FacebookTweetFollow usSave Post Views: 282
Odisha ଢେଙ୍କାନାଳ ଜବାହର ନବୋଦୟ ବିଦ୍ୟାଳୟରେ ୧୪. ୩୨ କୋଟି ମୂଲ୍ୟ ପ୍ରକଳ୍ପର ଶୁଭ ଦେଲେ କେନ୍ଦ୍ରମନ୍ତ୍ରୀ NTP Bureau Report 25/12/2023 0 ଖେଳରେ ସ୍ପିରିଟ୍ ଅଛି, ଖେଳରୁ ହିଁ ପ୍ରେରଣା ମିଳେ – ଧର୍ମେନ୍ଦ୍ର ପ୍ରଧାନ* • ଫୁଟବଲ ଫର୍ ସ୍କୁଲ କାର୍ଯ୍ୟକ୍ରମର ଶୁଭାରମ୍ଭ ସହ ଛାତ୍ରଛାତ୍ରୀଙ୍କୁ ଫୁଟବଲ ବିତରଣ କଲେ କେନ୍ଦ୍ରମନ୍ତ୍ରୀ • ୭୫୦ ସିଟ୍ […]
Odisha ବ୍ରିଜ ତଳକୁ ଖସିଲା ଟ୍ରକ NTP Bureau Report 13/04/2019 0 କଟକ (ଏନଟିପି ବ୍ୟୁରୋ) କଟକ ୧୬ନମ୍ବର ଜାତୀୟ ରାଜପଥ ର ମଙ୍ଗୁଳି ନିକଟରେ ଦୁର୍ଘଟଣା।ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ଗୁରୁତର।ଘଟଣାରୁ ପ୍ରକାଶଯେ ଏକ ଆଇରନ ବୋଝେଇ ଟ୍ରକ ଅନୁଗୁଳରୁ କଟକ ଅଭିମୁଖେ ଯାଉଥିବା ସମୟରେ ଟ୍ରକଟି […]
Odisha ଟିକରପଡାରେ ବନ୍ୟାଞ୍ଚଳର ସ୍ଥିତି ଅନୁଧ୍ୟାନ କଲେ ବିଧାୟକ NTP Bureau Report 16/08/2019 0 ଅନୁଗୋଳ ( ଏନ ଟି ପି): ବନ୍ୟା ରେ ବେହାଲ ହୋଇଛି ସାରା ରାଜ୍ୟ। ରାଜ୍ୟର ବିଭିନ୍ନ ଅଂଚଳରେ ଦେଖାଦେଇଛି ବନ୍ୟା ପରିସ୍ଥିତି।ସାରା ଓଡ଼ିଶାରେ ଲଘୁଚାପ ଜନିତ ବର୍ଷା କାରଣ ରୁ ବନ୍ୟା ସ୍ଥିତି […]