ଇନିଂସ ଘୋଷଣା କଲା ଭାରତ: ରୋହିତ କଲେ ଧମାଲ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ୍‌ ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ୭ ୱିକେଟ୍ ହରାଇ ୪୪୩ ରନ୍ କରିବା ପରେ ଇନିଂସ୍ ଘୋଷଣା କରିଛି ଭାରତ। ଗତକାଲି ଦୁଇଟି ୱିକେଟ୍ ହରାଇ ୨୧୫ ରନ୍ କରିଥିବା ଭାରତୀୟ ଦଳ ଆଜି ୫ଟି ୱିକେଟ୍ ହରାଇ ଆଉ ୨୨୮ ରନ୍ ଯୋଡ଼ି ଇନିଂସ୍ ଘୋଷଣା କରିଛି। ଏବେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍ ଖେଳୁଛି।

ଗତକାଲିର ଅସମାପ୍ତ ପାଳିକୁ ଆଜି ଚେତେଶ୍ୱର ପୂଜାରା ଓ ଅଧିନାୟକ ବିରାଟ କୋହଲି ଆଗେଇ ନେଇଥିଲେ। ୬୯ ରନ୍ କରି ଗତକାଲିଠାରୁ ଅପରାଜିତ ଥିବା ଚେତେଶ୍ୱର ପୂଜାରା ଆଜି ଶତକ ପୂରଣ କରିଥିଲେ। ସେ ୩୧୯ ବଲ୍‌ରୁ ୧୦ ଚୌକା ସହାୟତାରେ ୧୦୬ ରନ୍ କରି ପ୍ୟାଟ୍ କମିନ୍‌ସଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ।

Follow by Email
WhatsApp