ଏମ୍.ସି.ଏଲ.ର ନୂତନ ନିର୍ଦ୍ଦେଶକ ବୈଷୟିକ ଭାବେ ବବନ ସିଂ ଙ୍କର କାର୍ଯ୍ୟଭାର ଗ୍ରହଣ Posted on 05/05/202005/05/2020 by NTP Bureau Report ସମ୍ବଲପୁର,(ଏନ ଟି ପି): ମହାନଦୀ କୋଲଫିଲଡ଼ସ ଲିମିଟେଡ଼ର ୪ର୍ଥ ନିର୍ଦ୍ଦେଶକ ବୈଷୟିକ (ଯୋଜନା ଏବଂ ପରିଯୋଜନା) ଭାବେ ବବନ ସିଂ ଗତ ୩୦ତାରିଖରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଶ୍ରୀଯୁକ୍ତ ସିଂ ଇଣ୍ଡିଆନ ସ୍କୁଲ ଅଫ୍ ମାଇନ୍ସ (ଆଇଏସଏମ), ଧାନବାଦରୁ ୧୯୮୫ ମସିହାରେ ମାଇନିଂ ଗ୍ରାଜୁଏଟ ଉପାଧି ହାସଲ କରିଛନ୍ତି । କୋଲ ମାଇନିଂ ସେକ୍ଟରରେ ଶ୍ରୀଯୁକ୍ତ ସିଂ ଙ୍କର ଦୀର୍ଘ ୩୫ ବର୍ଷର ଅଭିଜ୍ଞତା ରହିଥିବା ସହ ସେ କୋଲ ଇଣ୍ଡିଆର ଆନୁସଙ୍ଗୀ କମ୍ପାନୀ ସେଂଟ୍ରାଲ କୋଲଫିଲଡ଼ସ ଲିମିଟେଡ଼, ଝାଡ଼ଖଣ୍ଡ (ସିସିଏଲ) ଓ ସାଉଥ ଇଷ୍ଟର୍ଣ୍ଣ କୋଲ ଫିଲଡ଼ସ ଲିମିଟେଡ଼(ଏସଇସିଏଲ)ର ବିିଭିନ୍ନ ଭୂତଳ ଓ ଖୋଲା ମୁହାଁ କୋଇଲାଖଣିରେ ବିଭିନ୍ନ ପଦପଦବୀରେ ରହି ସପଳତାର ସହିତ ନିଜର ଦାୟିତ୍ୱ ତୁଲାଇଛନ୍ତି । ଭାରତ ସରକାରଙ୍କ ମନ୍ତ୍ରୀମଣ୍ଡଳ (ଏସିସି)ର ନିଯୁକ୍ତି ସମିତି ଦ୍ୱାରା ଅନୁମୋଦନ ମିଳିବାପରେ ଶ୍ରୀଯୁକ୍ତ ସିଂ ଏମ୍.ସି.ଏଲ.ର ନିର୍ଦ୍ଦେଶକ ବୈଷୟିକ ଭାବେ ଯୋଗ ଦେଇଥିଲେ। ଏହାପୂର୍ବରୁ ସେ ଏସଇସିଏଲର ଚିରିମିରି ଏରିଆର ମହାପ୍ରବନ୍ଧକ ଭାବେ କାର୍ଯ୍ୟ କରୁଥିଲେ । ମାନବ ସଂସାଧନରେ ଏମବିଏ ଉପାଧି ହାସଲ କରିଥିବା ଶ୍ରୀଯୁକ୍ତ ସିଂ ବିଭିନ୍ନ ୟୁରୋପୀୟ ଦେଶ ଯଥା ଇଟାଲୀ, ଫ୍ରାନ୍ସ, ଭେନିସ, ଆମଷ୍ଟରଡାମ, ଫ୍ଲୋରେନ୍ସ, ରୋମ ଆଦି ଗସ୍ତ କରି ଖନନ କ୍ଷେତ୍ରରେ ଅଭିଜ୍ଞତା ହାସଲ କରିଛନ୍ତି । ସେ ଚୀନରେ ଅନୁଷ୍ଠିତ ହୋଇଥିବା ଇଣ୍ଡିଆନ ମାଇନିଂ କଂଗ୍ରେସରେ ପ୍ରତିନିଧିତ୍ୱ କରିଥିଲେ । ନୂତନ ଦାୟିତ୍ୱ ଗ୍ରହଣ ପରେ ଏମ୍.ସି.ଏଲ ପରିବାର ପକ୍ଷରୁ ଶ୍ରୀଯୁକ୍ତ ସିଂ ଙ୍କର ସଫଳତା କାମନା କରାଯାଇଛି । Share on FacebookTweetFollow usSave Post Views: 261
Odisha ପୁରୀକୁ କରାଯିବ ବିଶ୍ୱସ୍ତରୀୟ ଐତିହ୍ୟ ସହର NTP Bureau Report 21/10/2019 0 ପୁରୀ(ଏନଟିପି): ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର କରାଯିବ । ଆଗାମୀ ୩ ବର୍ଷରେ ୩୨୦୮ କୋଟି ଟଙ୍କା ଖର୍ଚ୍ଚ ହେବ । ହେରିଟେଜ ସିକ୍ୟୁରିଟି ଜୋନ, ଶ୍ରୀସେତୁ ପ୍ରକଳ୍ପ, ବ୍ୟକ୍ତିଗତ କ୍ଷତିପୂରଣ ବାବଦ ପ୍ରକଳ୍ପ, […]
Odisha ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ହେବେ ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି NTP Bureau Report 03/11/2023 0 ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ବୋଲି ସୂଚନା ମିଳିଛି। ସୁପ୍ରିମକୋର୍ଟର କଲେଜିୟମ୍ ପକ୍ଷରୁ ତାଙ୍କ ନାଁକୁ ସୁପାରିଶ କରାଯାଇଛି । ବିହାର ପାଟନା କୋର୍ଟରେ ବର୍ତ୍ତମାନ […]
Odisha NATIONAL ପୁଲୱାମା ଆକ୍ରମଣକୁ ପୁରିଲା ବର୍ଷେ ସହିଦ ଯବାନଙ୍କ ଘରୁ ସଂଗ୍ରହ କଲେ ମାଟି, ସ୍ମାରକ ସ୍ଥଳରେ ସ୍ଥାପନ ହେବ କଳସ NTP Bureau Report 14/02/2020 0 ଭୁବନେଶ୍ୱର(ଏନଟିପି) : *୨୦୧୯ ଫେବୃୟାରୀ ୧୪ରେ ଜାମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪୦ ସିଆରପିଏଫ ଯବାନ ଶହୀଦ ହୋଇଥିଲେ। ଶୁକ୍ରବାର ଏହି ଘଟଣାକୁ ବର୍ଷେ ପୂରଣ ହୋଇଥିଲାବେଳେ ଶହୀଦ ଯବାନଙ୍କୁ ସମ୍ମାନ ଜଣାଇ ଶ୍ରୀନଗରରେ […]