ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଭୁବନେଶ୍ୱର/ଅନୁଗୋଳ( ଏନ ଟି ପି):

ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ମହିଳାଙ୍କ ପାଇଁ ଦିନଟିଏ । ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବରେ ପାଳନ କରାଯାଉଛି । ଏବର୍ଷର ଥିମ୍‌ ରହିଛି, I am Generation Equality: Realizing Women’s Rights । ସମଗ୍ର ବିଶ୍ୱରେ ମହିଳାଙ୍କ ପ୍ରତି ସମ୍ମାନ ଓ ଭଲ ପାଇବା ଜଣାଇବା ପାଇଁ ପାଳନ କରାଯାଏ ଏହି ଦିବସ । ମହିଳାଙ୍କୁ ସମ୍ମାନ ଜଣାଇବା ସହ ସେମାନଙ୍କ ତ୍ୟାଗ ଓ ପରିଶ୍ରମକୁ ସ୍ୱୀକୃତି ପ୍ରଦାନ କରାଯାଇଥାଏ । କେବଳ ଭାତ ନୁହେଁ, ବିଦେଶରେ ମଧ୍ୟ ମହିଳା ଦିବସ ବେଶ ଧୁମଧାମରେ ପାଳନ କରାଯାଇଥାଏ । ପ୍ରଥମ ଥର ପାଇଁ ମହିଳା ଦିବସ ନ୍ୟୁୟର୍କ ସହରରେ ୧୯୦୯ ମସିହା ମାର୍ଚ୍ଚ ୮ ତାରିଖରେ ପାଳନ କରାଯାଇଥିଲା । ପୁରୁଷ ପ୍ରାଧ୍ୟାନ୍ୟ ସମାଜରେ ମହିଳାଙ୍କ ସମାନ ଅଧିକାର ଦେବା ଅନ୍ତର୍ଜାତୀୟ ମହିଳା ଦିବସ ପାଳନରେ ବାର୍ତ୍ତା ଦେଉଛି । ସେମାନଙ୍କର ମଧ୍ୟ ସମାଜରେ ପୁରୁଷଙ୍କ ଭଳି ମୁଣ୍ଡ ଟେକି ସମ୍ମାନର ସହ ବଞ୍ଚିବାର ଅଧିକାର ରହିଛି।
ଆଜି ହେଉଛି ଆନ୍ତର୍ଜାତୀୟ ମହିଳା ଦିବସ। ଛେଣ୍ଡିପଦା ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ବେହେରାଙ୍କ ନେତୃତ୍ଵରେ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁକୁରପେଟା ପ୍ରୋଜେକ୍ଟ ଠାରେ ବିଜୁ ଜନତା ଦଳ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି ।
Follow by Email
WhatsApp