ଦୁର୍ଦ୍ଧାନ୍ତ ଅପରାଧୀ କୁ ଜାମିନ ମିଳିବା ଘଟଣା :ଅନୁଗୋଳ ଥାନା SI ନିଲମ୍ବିତ Posted on 30/01/202030/01/2020 by NTP Bureau Report ଅନୁଗୋଳ(ଏନଟିପି): ଦୁର୍ଦ୍ଧାନ୍ତ ଅପରାଧୀ କୁ ପ୍ରଥମେ ଗିରଫ ର କିଛି ସମୟ ପରେ ଜାମିନ ମିଳିଲା ।ଆଇନର ଗଳା ବାଟଦେଇ ମୁକୁଳିଗଲେ ଦୁର୍ଦାନ୍ତ ଅପରାଧୀ।ଅପରାଧୀ ପ୍ରତି କୋହଳ ମନୋଭାବ ପୋଲିସ ଏସଆଇଙ୍କୁ ମହଙ୍ଗା ପଡିଲା । ତଦନ୍ତରେ କୋହଳ ମନୋଭାବ ପୋଷଣ ପାଇଁ ପୋଲିସ ଏସଆଇ ନିଲମ୍ବିତ ହୋଇଛନ୍ତି । ଖବର ନେବାରେ ଚଳିତ ମାସ ୨୮ ତାରିଖରେ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ଅନୁଗୋଳ ପୋଲିସ ଲିଙ୍ଗରାଯୋଡି ଗାଁର ସତ୍ୟଜିତ ପ୍ରଧାନ ଓରଫ ବାପି ନାମକ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । କୋର୍ଟରେ ହାଜର ହେବାର ଅଳ୍ପ ସମୟ ମଧ୍ୟରେ ବାପିକୁ ଜାମିନ ମିଳି ଯାଇଥିଲା । ଯାହାକୁ ନେଇ ପୋଲିସର ତଦନ୍ତ ଏବଂ ଚାର୍ଜସିଟ ଦାଖଲକୁ ନେଇ ପ୍ରଶ୍ନ ଉଠିଥିଲା । ପୋଲିସ ଉପରକୁ ଅଙ୍ଗୁଳି ନିର୍ଦେଶ କରିଥିଲେ ବୁଦ୍ଧିଜୀବୀ । ଏହି ଘଟଣାରେ ଡ଼ି.ଆଇ.ଜି. ନରସିଂହ ଭୋଳ ତୁରନ୍ତ ତଦନ୍ତ କରି ତଦନ୍ତକାରୀ ଅଧିକାରୀ ଅରକ୍ଷିତ ସେଠୀଙ୍କୁ ତଦନ୍ତ ରିପୋର୍ଟରେ କୋହଳ ମନୋଭାବ ପୋଷଣ କରିଥିବାର ଦୋଷୀ ପାଇଥିଲେ । ଏହା ପରେ ଅନୁଗୋଳ ଏସ.ପି. ଜଗମୋହନ ମୀନା ଶ୍ରୀ ସେଠୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ।ଗତକାଲି ପୋଲିସ ଡିଜି ଅନୁଗୋଳ ଜିଲ୍ଲା ଗସ୍ତରେ ଆସି ଜିଲ୍ଲା ମୁଖ୍ୟାଳୟରେ ମିଡ଼ିଆକୁ ଉପେକ୍ଷା କରି ବୈଠକ କଲେ।ଏଠି ପ୍ରଶ୍ନ ଉଠୁଛି ରାଜ୍ୟ ସରକାର 5 T ରେ ଏତେ ଡିଣ୍ଡିମ ପିଟୁଥିଲେ ମଧ୍ୟ କିନ୍ତୁ ଫଳ ଶୁଣ।ଆଇନ ର ରକ୍ଷକ ଯଦି ଭକ୍ଷକ ସାଯିବ ତେବେ ଲୋକେ ବିଶ୍ୱାସ କରିବେ କାହାକୁ ? ଆଇନ ର ଗଳା ବାଟ ଦେଇ ଖସି ଯାଉଛନ୍ତି ଅପରାଧୀ।କେବଳ ପୋଲିସ ଅଧିକାରିଙ୍କୁ ନିଲମ୍ବନ କରି ବସିଲେ ସମସ୍ୟାର ସମାଧାନ ହୋଇଯିବ ନା ଅପରାଧୀ ଙ୍କ ସହ ସମ୍ପୃକ୍ତି ଥିବା ପୋଲିସ ଅଧିକାରୀ ଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବାର ଆବଶ୍ୟକତା ରହିଛି। Share on FacebookTweetFollow usSave Post Views: 442
Odisha ବେବିନାକୁ ନ୍ୟାୟ ପାଇଁ ଲଢେଇ କରିବ ବିଜେପି ମହିଳାମୋର୍ଚ୍ଚା NTP Bureau Report 13/01/2019 0 ଅନୁଗୋଳ (ଏନ. ଟି. ପି.) ବେବିନାକୁ ନ୍ୟାୟ ମିଳିବ କେବେ ? ଏ ତମାମ ପ୍ରସଙ୍ଗ ଭିତରେ ସତେ ଯେମିତି ଛନ୍ଦି ହୋଇଯାଇଛନ୍ତି ରାଜ୍ୟ ସରକାର ।ବେବିନାକୁ ନ୍ୟାୟ ପ୍ରଦାନ କରିବା ପାଇଁ ଅଭିନବ ଉପାୟରେ […]
Odisha ଡଙ୍ଗା ବୁଡି ୮ ନିଖୋଜ,୧ ମୃତ NTP Bureau Report 02/01/2019 0 ହୁକିଟୋଲାରୁ ପିକନିକ ସାରି ଫେରୁଥିବା ଡଂଗା ବୁଡିଗଲା : ଜଣେ ମହିଳା ମୃତ, ୪ଶିଶୁଙ୍କ ସମେତ ୮ ନିଖୋଜ ସମୁଦ୍ର ମଧ୍ୟରେ ଥିବା ଦ୍ବିପାଞ୍ଚଳ ହୁକିଟୋଲାରୁ ପିକନିକ ସାରି ଫେରୁଥିବା ଏକ ଡଂଗା କେନ୍ଦ୍ରାପଡ଼ା […]
Odisha NTPC Talcher Kaniha’s Massive cleanliness drive on Gandhi Jayanti Smrutilipi 05/10/2021 0 ANGUL(NewsTimePro): NTPC Talcher Kaniha undertook a massive cleanliness drive as a part of Swachhta Rally to commemorate the 152nd birth anniversary of Mahatma Gandhi on […]