ସ୍କୁଲ ପିଲାଙ୍କ ଉପରେ ଆଉ ପଡିବନି ବସ୍ତାନୀ ବୋଝ

ଭୁବନେଶ୍ବର(ଏନ ଟି ପି) : ସ୍କୁଲ ପିଲାଙ୍କ ଉପରେ ପଡ଼ିବନି ବସ୍ତାନି ବୋଝ। ବ୍ୟାଗ୍‌ ଓଜନ ଯାଞ୍ଚ ଲାଗି ଜିଲ୍ଲା ସ୍ତରରେ ଗଠନ କରାଯିବ ସ୍କ୍ଵାଡ୍‌। ଏହି ଟିମ୍‌ ଅଚାନକ ବିଦ୍ୟାଳୟ ଗସ୍ତ କରି ସ୍କୁଲ ବ୍ୟାଗ ଯାଞ୍ଚ କରିବେ। ଯେଉଁ ସ୍କୁଲ ନିୟମକୁ ଉଲଘଂନ କରୁଥିବେ ତାର ଏକ ରିପୋର୍ଟ ପ୍ରସ୍ତୁତ କରାଯାଇ ବିଭାଗକୁ ଦିଆଯିବ। ସେପ୍ଟେମ୍ବର ୩୦ ସୁଦ୍ଧା ରିପୋର୍ଟ ଦାଖଲ କରାଯିବ। ପିଲାଙ୍କ ସ୍କୁଲ ବ୍ୟାଗ୍‌ ଓଜନ ଧାର୍ଯ୍ୟ ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖାଯାଇଛି। ଗତବର୍ଷ ନଭେମ୍ବର ମାସରେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ସ୍କୁଲ ପିଲାଙ୍କ ବ୍ୟାଗ ଓଜନ ହ୍ରାସ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କେଉଁ ଶ୍ରେଣୀର ପିଲା କେତେ ଓଜର ବ୍ୟାଗ ଧରିବେ ତାହା ନିର୍ଦ୍ଧାରଣ କରାଯିବା ସହ ପିଲାଙ୍କ ବହି ଓ ହୋମୱାର୍କ ନିୟନ୍ତ୍ରିତ କରାଯାଇଥିଲା।

Follow by Email
WhatsApp