ଅନୁଗୋଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରୁ ୭ ଦଲାଲ ଗିରଫ

ଅନୁଗୋଳ(ଏନ ଟି ପି):

 ଅନୁଗୋଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରୁ ୭ ଜଣ ଦଲାଲଙ୍କୁ ଗିରଫ କରିଛି ଅନୁଗୋଳ ପୋଲିସ। ଲୋକଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ,ରେଜିଷ୍ଟ୍ରେସନ କାମ କରାଇଦେବା ନାଁରେ ଦଲାଲ ମାନେ ଟଙ୍କା ଅସୁଲ କରୁଥିବା ଅଭିଯୋଗରେ ଏହି ୭ ଜଣ ଙ୍କୁ ଗିରଫ କରିଥିବା ପୋଲିସ ପକ୍ଷରୁ ସୂଚନା ଦିଆ ଯାଇଛି  । ଗିରଫ ଦଲାଲ ମାନେ ହେଲେ ଜରାସିଂହା ଗ୍ରାମର ଶ୍ରୀକାନ୍ତ ସାହୁ (୫୨) , ଶ୍ରୀଧର ସାହୁ (୩୬) ,ହୁଲୁରିସିଙ୍ଗା ଗାଁ ର ନିରଞ୍ଜନ ସେଠୀ (୩୯) ,କରଡାଗାଡିଆ ଗାଁର ଚିତ୍ତ ରଞ୍ଜନ ନାଏକ(୩୩) , ଗତିକୃଷ୍ଣ ନାୟକ (୩୩),ନାଲକୋ ଥାନା ବଳରାମପ୍ରସାଦ ଗାଁର ଧ୍ରୁବ ଚରଣ ମହାପାତ୍ର (୫୦) ଓ ରାଣୀଗୋଡା ଗାଁର ବିକାଶ ଦେହୁରି(୩୩) । ପୋଲିସ ସୂଚନା ଅନୁସାରେ ଏମାନେ କାଗଜ ପତ୍ର କରାଇଦେବା ପାଇଁ ସାଧାରଣ ଲୋକଙ୍କ ଠାରୁ ଟଙ୍କା ଆଦାୟ କରିବା ସହ ବିନା କୌଣସି ଟେଷ୍ଟ ଓ ସମସ୍ତ ଡକୁମେଣ୍ଟ ଅନାବଶ୍ୟକ କହି ସାଧାରଣ ଲୋକଙ୍କୁ  ସହଜରେ ଭଣ୍ଡାଇ ନେଉଥିଲେ ଟଙ୍କା । କିଛି ଦଲାଲ ଅନୁଗୋଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ରହି ସାଧାରଣ ଲୋକଙ୍କୁ ଠକୁଥିବା ଖବର ପାଇ ପୋଲିସ ପକ୍ଷରୁ ସୋମବାର ଚଢାଉ କରାଯାଇ ଏହି ସମସ୍ତ ଦଲାଲଙ୍କୁ ଗିରଫ କରା ଯାଇଥିଲା ।ସେମାନଙ୍କ ନିକଟରୁ ବିଭିନ୍ନ ଅନୁଗୋଳ ଆଞ୍ଚଳିକ ପରିବହନ ସମ୍ପର୍କିତ କାଗଜ ପତ୍ର ,ଫର୍ମ ମଧ୍ୟ ଜବତ କରା ଯାଇଛି ।

Follow by Email
WhatsApp