ମୋ ସରକାରରେ ସାମିଲ ହେଲା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ

ଭୁବନେଶ୍ୱର(ଏନଟିପି):

ରାଜ୍ୟସରକାରଙ୍କର ମୋ ସରକାର ରେ ଗୋଟିଏ ପରେ ଗୋଟିଏ ବିଭାଗ ରେ ଯୋଡି ହେଉଛି ବିଭାଗ।ମୋ ସରକାରରେ ଆଜି ଆଉ ଦୁଇ ବିଭାଗ ସାମିଲ ହୋଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସାମିଲ ହୋଇଥିବା ସୂଚନା ମିଳିଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ଦୁଇ ବିଭାଗକୁ ସାମିଲ କରାଯାଇଛି । ଆଗାମୀ ଦିନରେ ସମସ୍ତ ବିଭାଗକୁ ମୋ ସରକାରରେ ସାମିଲ କରିବା ନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହି ଦିଗରେ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଛି । ଗୋଟିଏ ପରେ ଗୋଟିଏ ବିଭାଗକୁ ମୋ ସରକାରରେ ସାମିଲ କରାଯାଉଛି । ମୋ ସରକାରରେ ବିଭାଗ ଗୁଡ଼ିକ ସାମିଲ ହେବା ଫଳରେ ଏହାର ସୁଫଳ ସିଧାସଳଖ ଜନତାଙ୍କୁ ମିଳିବ । ବିଭିନ୍ନ କ୍ଷେତ୍ରରେ ବିଳମ୍ବିତ ହୋଇ ପଡ଼ି ରହୁଥିବା ସମସ୍ୟା ଗୁଡ଼ିକର ତ୍ୱରିତ ସମାଧାନ ହେବ । ଏହି ଦୁଇ ବିଭାଗ ବ୍ୟତୀତ ପୂର୍ବରୁ ୧୨ଟି ବିଭାଗକୁ ମୋ ସରକାରରେ ସାମିଲ କରାଯାଇସାରିଛ

Follow by Email
WhatsApp