ରୂପେଲି ପରଦାରେ ଏକାଠି ଦେଖିବାକୁ ପାଇବେ ହ୍ରିତ୍ୱିକ-ଟାଇଗରଙ୍କ ଯୋଡି…

ନୂଆଦିଲ୍ଲୀ, (ଏନଟିପି ବ୍ୟୁରୋ) : ଦର୍ଶକ ଏଥର ପ୍ରଥମ ଥର ପାଇଁ
ରୂପେଲି ପରଦାରେ ଅଭିନେତା ହ୍ରିତ୍ୱିକ ରୋଶନ ଏବଂ ଟାଇଗର ଶ୍ରଫଙ୍କ ଯୋଡି ଦେଖିବାକୁ ପାଇବେ । ଫିଲ୍ମ ୱାରରେ ଦୁହିଁଙ୍କ ଯୋଡି ଦମଦାର ରହିଛି । ଏହି ଫିଲ୍ମର ଜବରଦସ୍ତ ଟିଜର ରିଲିଜ୍ ହୋଇସାରିଛି । କେବଳ ସେତିକି ଅକ୍ଟୋବର ୨ରେ ଫିଲ୍ମ ରିଲିଜ ହେବାକୁ ଯାଉଛି ।

ଫିଲ୍ମର ଟିଜର ୫୨ ସେକେଣ୍ଡ ରହିଛି । ଟିଜରକୁ ଦେଖି ସ୍ପଷ୍ଟ ଭାବରେ ଜଣା ପଡୁଛି କି, ବଜେଟ ଅଧିକ ରହିଛି । ତେବେ ହ୍ରିତ୍ୱିକ୍ ଏବଂ ଟାଇଗରଙ୍କ ଯୋଡି ଫ୍ୟାନ୍ସଙ୍କ ମଧ୍ୟରେ ଉତ୍କଣ୍ଠା ବଢାଇବା ପାଇଁ ଯଥେଷ୍ଟ । ଆକ୍ସନ ପ୍ରେମୀମାନଙ୍କୁ ଏହି ଫିଲ୍ମ ଖୁବ୍ ପସନ୍ଦ ଆସିବ । କାରଣ ଏପର୍ଯ୍ୟନ୍ତ ୪୮ ହଜାର ଲୋକ ଟିଜର ଦେଖି ସାରିଲେଣି । ଫିଲ୍ମରେ ଭରପୁର ରୋମାନ୍ସ ଏବଂ ଆକ୍ସନ ଡୋଜ ରହିଛି । ସିଦ୍ଧାର୍ଥ ଆନନ୍ଦ ୱାରରେ ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମ ବିଷୟରେ କହିବାକୁ ଯାଇ ଟାଇଗର କହିଛନ୍ତି କି, ମୁଁ ଫିଲ୍ମ ବିଷୟରେ କହିଥିଲେ । ମୁଁ ହ୍ରିତ୍ୱିକ ସାରଙ୍କ ସହ ଏଭଳି ଏକ କାମ କରୁଛି ଯାହାକି ଦୁହିଁଙ୍କ ବିନା ସମ୍ଭବ ନୁହେଁ । ଦୁହିଁଙ୍କୁ ନିଜ ନିଜ ହିସାବରେ ଆକ୍ସନ ଦେଖାଇବାକୁ ଏହି ଫିଲ୍ମରେ ଅବସର ମିଳିଛି । ଆଗାମୀ ଦିନରେ ମୁଭିଟି ସଫଳତା ପାଇବ ବୋଲି ଏବେଠାରୁ ଚର୍ଚ୍ଚା ହେଲାଣି ।

Follow by Email
WhatsApp