ଦୂବନାଳୀ ଗ୍ରାମରେ ମା ରାମଚଣ୍ଡୀ ମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ ବିଧାୟକ

ଅନୁଗୋଳ(ଏନଟିପି):

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ କୁଶକିଳା ପଞ୍ଚାୟତ ଦୂବନାଳୀ ଗ୍ରାମରେ ବୁଧବାର ନବ ନିର୍ମିତ ମା ରାମଚଣ୍ଡୀ ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ସାଙ୍ଗକୁ ବିଗ୍ରହ ସ୍ଥାପନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଳସ ଯାତ୍ରା , ହୋମଯଜ୍ଞ,ନାମ ସଂକୀର୍ତ୍ତନ , ମନ୍ଦିର ପ୍ରତିଷ୍ଠା, ବିଗ୍ରହ ସ୍ଥାପନ , ସାମୂହିକ ଅନ୍ନ ପ୍ରସାଦ ସେବନ ଆଦି ଧାର୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ସୁଶାନ୍ତ କୁମାର ବେହେରା ,ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ , ଜିଲ୍ଲା ପରିଷଦ ସଭ୍ୟ ଭାସ୍କର ଚନ୍ଦ୍ର ସାହୁ , ସରପଞ୍ଚ କବିତାରାଣୀ ବେହେରା ,ନାଏବ ସରପଞ୍ଚ ସହଦେବ ପ୍ରଧାନ , ଗ୍ରାମ ସଭାପତି ସିଦ୍ଧେଶ୍ୱର ପ୍ରଧାନ , ସମିତି ସଭ୍ୟ ଭଜମନ ଗଡ଼ନାୟକ , ପୂର୍ବତନ ସରପଞ୍ଚ ମନ୍ମଥ ବେହେରା , ବରିଷ୍ଠ ନେତା ପ୍ରଦୀପ କୁମାର ସାହୁ , ଯୁବନେତା ସୁଶାନ୍ତ କୁମାର ସାହୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ରାମଚଣ୍ଡୀ ଠାକୁରାଣୀଙ୍କ ପୂଜକ ଦିବାକର ପ୍ରଧାନ ପୂଜାନୀତି କରିଥିଲେ ଏବଂ ଗ୍ରାମ ପରିଚାଳନା କମିଟି ସଦସ୍ୟ ତଥା ସମସ୍ତ ଗ୍ରାମବାସୀ ସକ୍ରିୟ ସହଯୋଗ କରିଥିଲେ । କୁକୁରପେଟା ଜୋନ୍ ସ୍ତରୀୟ ଓଡ଼ିଶୀ ନାମ ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ ଅହୋରାତ୍ର ନାମ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା । ଆଖପାଖ ଅଞ୍ଚଳର ବହୁ ସଂଖ୍ୟକ ଭକ୍ତ ଶ୍ରଦ୍ଧାଳୁମାନେ ଯୋଗ ଦେଇଥିଲେ ।

Follow by Email
WhatsApp